ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସମସ୍ତ ୫୪ଜଣ ସଭ୍ୟ ଉପସ୍ଥିତ ଥିଲେ। ୨୦୨୫-୨୬ର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ ରଦ୍ଦ କରିଥିଲେ ଏବଂ ମନୋନୟନ କରି ନୂତନ କର୍ମକର୍ତ୍ତା ଗଠନ ପାଇଁ ପ୍ରସ୍ତାବ ଆଗତ କରିଥିଲେ।ପ୍ରସ୍ତାବକ ଏବଂ ସମର୍ଥକ ଙ୍କ ଉପସ୍ଥିତିରେ ସଭାପତି ରୂପେ ପ୍ରମୋଦ ଦୋରା, ଉପସଭାପତି ବେଣୁଧର ପଣ୍ଡା, ସମ୍ପାଦକ ନିରଞ୍ଜନ ସାହୁ, ସହସମ୍ପାଦକ ଭାଗିରଥି କର, କୋଷାଧ୍ୟକ୍ଷ ଶେଷଦେବ ସାହୁ, ଉପଦେଷ୍ଟା ସୋମନାଥ ସାହୁ ଓ ସୁବାସ ଚନ୍ଦ୍ର ପାତ୍ର, କାର୍ଯ୍ୟନିର୍ବାହୀ ସଭ୍ୟ ରୂପେ ଶରତ ବସନ୍ତରା, ଅଖିଳ ନାଥ ମିଶ୍ର, ଜଗଦୀଶ ମିଶ୍ର, ଭଗବାନ ସେଠୀ ୨୦୨୬-୨୭ ବର୍ଷ ପାଇଁ ମନୋନୀତ ହୋଇଥିଲେ।…
Read MoreDay: March 27, 2026
ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଶିଶୁ ବାଟିକା ପିଲାଙ୍କୁ ଜିଲ୍ଲାପାଳଙ୍କ ନିମନ୍ତ୍ରଣ ପତ୍ର ବଣ୍ଟନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଶିଶୁ ବାଟିକାରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଆସନ୍ତା ଅପ୍ରେଲ ୨ ତାରିଖରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ପଶ୍ଚିମ ଟାଉନ୍ ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଇବା ପାଇଁ ଏମ୍ ଆଇ କଲୋନୀର ପିଲାମାନଙ୍କୁ ଜିଲ୍ଲାପାଳ ମଧୁମିତା ରଥ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅଭିଭାବକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପିଲାମାନଙ୍କୁ ବିଦ୍ୟାଳୟରେ ନାମଲେଖାଇବା ପାଇଁ ପ୍ରୋତ୍ସାହିତ କରିବା ସହିତ ପିଲାମାନଙ୍କୁ…
Read Moreକିଡଜି ପ୍ରି ସ୍କୁଲର ୧ମ ବାର୍ଷିକ ଉତ୍ସବ ‘ଫାଣ୍ଟାସିଆ’ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ୍ ଥାନା ନିକଟରେ ଅବସ୍ଥିତ କିଡଜି ପ୍ରି ସ୍କୁଲର ୧ତମ ବାର୍ଷିକ ଉତ୍ସବ “ଫାଣ୍ଟାସିଆ” ଗତ କାଲି ପଠାଣି ସାମନ୍ତ ସଂସ୍କୃତି ଭବନ ପରିସର ରେ ମହା ସମୋରୋହ ରେ ପାଳିତ ହେଇଯାଇଛି । ଉତ୍ସବରେ ସ୍କୁଲ ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବିନାଶ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌରପରିଷଦ ର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ ଓ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଏମ. ଡି ଉମର ମଲ୍ଲିକ ଯୋଗଦେଇଥିଲେ ଏବଂ ସ୍କୁଲ୍ ର ମୁଖ୍ୟ ପରି ଚାଳିକ ଶ୍ରୀମତୀ ପ୍ରିୟଙ୍କା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠିତ ଉତ୍ସବରେ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ବାର୍ଷିକ ପ୍ରତିଯୋଗିତା ଗୁଡ଼ିକର କୃତି ପୁରସ୍କାର ପ୍ରଦାନ କରାଯାଇଥିଲା…
Read More