ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳ, ଜମି, ଜଙ୍ଗଲର ସୁରକ୍ଷା ଓ ଲୋକ ଅଧିକାରର ସୁରକ୍ଷା ପାଇଁ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟବ୍ୟାପୀ ଅଭିଯାନ କ୍ରମେ ଅଦ୍ୟ ଆଜି ନୟାଗଡ଼ରେ ପହଞ୍ଚିବା ଅବସରରେ କେସି କ୍ଳବ୍ ଠାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ଓ କୃଷକ ନେତା ପବିତ୍ର ଇନ୍ଦ୍ରଜିତ ଅଭିଯାତ୍ରୀ ଦଳକୁ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କର୍ପୋରେଟ୍ ପୁଞ୍ଜିର ସ୍ଵାର୍ଥ ସାଧନ ପାଇଁ ଜମି ଜଳ ଜଙ୍ଗଲ ଉପରେ ଚାଲିଥିବା ପ୍ରାୟୋଜିତ ଆକ୍ରମଣ ଯେ କେତେ ବଡ଼ ଦାନବୀୟ କ୍ଷତି କରିଚାଲିଛି ଆଉ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁଖ୍ୟ ପୃଷ୍ଠପୋଷକ ସାଜିଛନ୍ତି। ଏହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଥିଲେ ଆନ୍ଦୋଳନର ମୁଖ୍ୟ…
Read More