ସାଇ ହେଲଥ କେୟାର ଏବଂ ଫିଜିଓଥେରାପି କ୍ଲିନିକ୍ ଉଦଘାଟିତ ସହ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଇଟାମାଟି ଗ୍ରାମର ଫିଲ୍ମ ହଲ ପାଖରେ ନୂତନ ଭାବେ ସାଇ ହେଲଥ କେୟାର ଏଵଂ ଫିଜିଓ ଥେରାପି କ୍ଲିନିକ୍  ଉଦଘାଟନ ହେଇଯାଇଛି ଉକ୍ତ ଉଦଘାଟନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ନୟାଗଡ଼ ତହସିଲଦାର ରାଜେଶ ସ୍ବାଇଁ ଇଟାମାଟି ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠି, ପ୍ରତିଷ୍ଠିତ ବ୍ୟବସାୟୀ ବଳଭଦ୍ର ଚିନରା, ସତ୍ୟଭାମା ଦେଇ, ବିଜୟ କୁମାର ସାଥୁଆ, ଅଶୋକ ନାୟକ ଭାଗିରଥୀ ବାଇ, ସବିତା ମଞ୍ଜରୀ, ସାଇ ସ୍ବରାଜ, ସାଇ ହେଲଥ କେୟାର  ତଥା ସାଇ ସିଦ୍ଧି ଫାଉଣ୍ଡେସନର ପ୍ରତିଷ୍ଠାତା ସାଇ ଶୁଭମ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ପରିପ୍ରେକ୍ଷୀରେ ଡଃ ଗୌତମ ବେନିଆ ଡଃ ସତ୍ୟବ୍ରତ ପାଣିଗ୍ରାହୀ ସମସ୍ତ ରୋଗୀଙ୍କୁ ଚିକିତ୍ସା ଓ ପରାମର୍ଶ ଦେଇଥିଲେ (ଫିଜିଓଥେରାପି ଚିକିତ୍ସା) ତଥା ଅଣ୍ଟା…

Read More

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ଶିକ୍ଷା ନୀତି (NEP) ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଏକ ‘ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ୟୁଥ୍ ରେଡକ୍ରସ୍ ସଂଯୋଜିକା ଶ୍ରୀମତୀ ମୀନାକ୍ଷୀବାଳା ମିଶ୍ର ସଂଯୋଜନା କରିଥିବା ବେଳେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL)ର ଲର୍ଣ୍ଣିଂ କୋଅର୍ଡିନେଟର ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ଛାତ୍ରୀମାନଙ୍କୁ ଆଧୁନିକ ଯୁଗର ବିଭିନ୍ନ ବୈଷୟିକ କୌଶଳ ଯଥା- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ୱେବ୍ ଡିଜାଇନ୍, ଟାଲି (Tally) ଏବଂ ଆଡଭାନ୍ସଡ୍ ଏକ୍ସେଲ୍ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ ଏହି ଡିଜିଟାଲ୍ କୌଶଳଗୁଡ଼ିକ କିଭଳି…

Read More

ନୟାଗଡ଼ରେ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ OCAC ଦ୍ବାରା ନୟାଗଡ଼ ଜିଲ୍ଲା ପ୍ରଶାସନ  ପାଇଁ ଏକ ଦିନିକିଆ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଯୁଗରେ ଟେକ୍ନୋଲୋଜିର ବ୍ୟବହାର କରି କିପରି ସରକାରୀ କାର୍ଯ୍ୟକୁ ଅଧିକ ସରଳ କରାଯାଇପାରିବ, ସେ ନେଇ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଏବଂ ବିଜୟାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରାୟ ୫୦ରୁ  ଉର୍ଦ୍ଧ୍ବ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ  ରିସୋର୍ସ ପର୍ସନ ଭାବରେ ଶୁଭମ ଚୌଧୁରୀ ଏବଂ ରାକେଶ କୁମାର ପରିଡ଼ା ଯୋଗଦେଇଥିଲେ। ସେମାନେ ପ୍ରଶାସନିକ କ୍ଷେତ୍ରରେ…

Read More

ସମୁଦ୍ରର ନୀଳ ଲହରୀରେ ହଜିଲା ପ୍ରେମର ସନ୍ଧାନ: ମଞ୍ଚସ୍ଥ ହେଲା ନାଟକ ‘ଇନ୍ଦ୍ରଜାଲ’

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ। ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ (ସୋନୀ)। ବିଶ୍ୱାସ ଓ ସଂଘର୍ଷର ଆଖ୍ୟାନନାଟକର କଥାବସ୍ତୁ ଗୋପାଳପୁରର ଜଣେ ସାଧାରଣ ଟୁରିଷ୍ଟ ଗାଇଡ୍ ‘ଶ୍ରୀନୁ’ ଏବଂ ରୁଷିଆରୁ ଉଚ୍ଚତର ଗବେଷଣା ଶେଷ କରି ଫେରିଥିବା ତା’ର ପିଲାଦିନର ସାଥୀ ‘ଲୀନା’କୁ କେନ୍ଦ୍ର କରି ଗତିଶୀଳ। ବହୁ ବର୍ଷ ପରେ ପିଲାଦିନର ସେହି ନିଷ୍ପାପ…

Read More

ନୟାଗଡ଼ ପୋଲିସ କବଜାରେ ୬ସାଇବର ଠକ, ବାହାର ରାଜ୍ୟକୁ ଲମ୍ବିଛି ଚେର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେବସହ ୬ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ସେମାନେ ହେଉଛନ୍ତି ଶରଣକୁଳ ଥାନା ବଧିସାହିର ସୁନୀଲ କୁମାର ସାହୁ, ଚଡେୟାପଲ୍ଲୀ ଗାର ସୋନୁ ନିଗମ ବିଶ୍ବାଳ, ଶଙ୍କର ଚୌଦୁରି, ବଡ଼ପୁଟୁ ଅଞ୍ଚଳ ଚନ୍ଦ୍ର ନାହାକ, ଓଡ଼ଗାଁ ଥାନା ରଙ୍ଗଣୀପାଟଣା ଅଞ୍ଚଳର ରମେଶ ଡାକୁଆ, ଶ୍ରୀଧର ନାହାକ । ପୋଲିସ ପୂର୍ବରୁ ସୁନୀଲ, ଚନ୍ଦ୍ର, ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅନ୍ୟ ୩ ଅଭିଯୁକ୍ତ ସୋନୁ, ଶଙ୍କର, ରମେଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ପୋଲିସ ୧୯ ଲକ୍ଷ ୩୨ ହଜାର ୫୪୪ ଟଙ୍କା, ୨୨ଟି ପାସ ବୁକ, ୧୨ଟି ଏଟିଏମ…

Read More

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ଘ. ୪. ୩୦ମି. ସମୟରେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୦୧. ୦୪. ୨୦୨୬ ରୁ ୧୪. ୦୪. ୨୦୨୬ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ନବବର୍ଷ ସମୟକୁ “ଓଡ଼ିଆ ପକ୍ଷ ” ପାଳନ କରାଯିବାକୁ ନିର୍ଦେଶ ରହିଥିବାରୁ ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ କରାଯିବ ସେଥିପାଇଁ ଆଲୋଚନା କରାଗଲା l ଏହି ସବୁ କାର୍ଯ୍ୟକ୍ରମରେ  କିପରି ଜନସାଧାରଣ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଗଲା l ବ୍ଲକସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଲୋକାଭିମୁଖୀ କରାଯିବାକୁ ସମ୍ମାନୀୟା ଜିଲ୍ଳାପାଳଙ୍କର ପରାମର୍ଶ ରହିଲା l ଏହି କାର୍ଯ୍ୟକ୍ରମରେ  ଏଥିରେ  ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,…

Read More

ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୪ଘଟିକାରେ ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ତଥା ଜ଼ିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ ଅଧକ୍ଷତାରେ ଓଡିଶା ଦିବସ -୨୦୨୬ ଏବଂ ନୟାଗଡ଼ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଓଡ଼ିଶା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକର ଆଲୋଚନା କରାଯାଇଥିଲା। ଉକ୍ତ ଦିନ ସକାଳ ୬ ଘଟିକାରୁ ୭ଘଟିକା ମଧ୍ୟରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ଦେଶାତ୍ମବୋଧକ ସଂଗୀତର ପ୍ରଚାର ପ୍ରସାର କରାଯିବ। ଏହା ପରେ ସକାଳ ୮ ଘଟିକାରେ  ପୌରପରିଷଦ ଅଞ୍ଚଳରେ  ଥିବା ବିଭିନ୍ନ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଗଲା। ଜିଲ୍ଲାସ୍ତରୀୟ ଓଡ଼ିଆ ବକୃତା  ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା କରାଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଗଲା। ଦିବା ୧୧ ଘଟିକା ସମୟରେ ନୟାଗଡ଼ ଜିଲ୍ଲାର ଉତ୍କଳ ସମ୍ମିଳନୀ…

Read More

ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ସଚେତନତା ବାର୍ତ୍ତା ଦେଇ ସମ୍ମାନିତ ହେଲେ ଶିକ୍ଷକ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଜଙ୍ଗଲ, ପରିବେଶ ଶିକ୍ଷା ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ” ପ୍ଲାଷ୍ଟିକ ପରିବର୍ତ୍ତେ ବ୍ୟବହାରୀ  ଜିନିଷ ” ଉପରେ ସାମର୍ଥ୍ୟ ତାଲିମ କାର୍ଯ୍ୟକ୍ରମରେ  ସାଧନ କର୍ମୀ ଭାବେ ଯୋଗଦେଇ ସମ୍ମାନିତ ହେଲେ ପନ୍ତିଖାରିଶାସନ ନିବାସୀ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ । ପ୍ଲାଷ୍ଟିକର ଭୟାବହତା ଉପରେ ସମସ୍ତେ ଜାଣିଥିଲେ ମଧ୍ଯ ଖାଦ୍ୟ ପଦାର୍ଥ ଠାରୁ ଆରମ୍ଭ କରି  ବହିଦୋକନରୁ ବହି ଆଣିବା ବେଳେ ଏକକ ପଲିଥିନରେ ଘରକୁ ବହି ଆଣିବା ଏ ମଣିଷ ପାଇଁ ଏକ ଅପରିହାର୍ଯ୍ୟ ବସ୍ଥୁ ହୋଇସାରିଲାଣି। ଏ ପଲିଥିନ୍ ଏପରି ଭାବେ ସହର ଓ ଗ୍ରାମାଞ୍ଚଳରେ ଗଦା ହେଲାଣି…

Read More

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…

Read More

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’:  ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ନୟାଗଡ଼,(ନୟାଗଡ଼ ଦର୍ପଣ):ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ପ୍ରତିଭା’ ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ମଞ୍ଚସ୍ଥ ହୋଇଥିଲା ସାମାଜିକ ନାଟକ ‘ଏକ ନାୟକର ମୃତ୍ୟୁ’। ସ୍ୱର୍ଗତଃ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ଦ୍ୱାରା ରଚିତ ଏହି ନାଟକକୁ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀପ୍ତି ରଞ୍ଜନ ଦାଶ। ନାଟକଟି ସମାଜର ଜ୍ୱଳନ୍ତ ସମସ୍ୟା, ବେକାରୀ ଏବଂ ପ୍ରଶାସନିକ ଦୁର୍ନୀତିର ଏକ ନଗ୍ନ ଚିତ୍ରକୁ ସାମ୍ନାକୁ ଆଣିଥିବା ବେଳେ ଉପସ୍ଥିତ ଦର୍ଶକ ମାନେ ବେଶ ଭାବ ବିହ୍ଵଳ ହୋଇ ପଡ଼ିଥିଲେ । ନାଟକର ମୁଖ୍ୟ ଚରିତ୍ର ବିଶ୍ୱନାଥ ଛୋଟରାୟ, ଜଣେ ଉଚ୍ଚଶିକ୍ଷିତ କିନ୍ତୁ ବେକାର ଯୁବକ। ଅଭାବ ଅନଟନ ଭିତରେ ଗତି କରୁଥିବା ବିଶ୍ୱନାଥଙ୍କ ପାଖରେ ରୋଗଶଯ୍ୟାରେ ପଡ଼ିଥିବା ବାପାଙ୍କ ପାଇଁ ଔଷଧ କିଣିବାକୁ ମଧ୍ୟ ଅର୍ଥ ନାହିଁ। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ…

Read More