ନୟାଗଡ଼ କପ୍ : ସେମି ଫାଇନାଲରେ କଟକର ମଙ୍ଗଳା କ୍ଳବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ଫୁଟବଲ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୫ ମ ଦିନର ଖେଳରେ ଉତ୍କଳ ସ୍ପୋର୍ଟିଁ ଜଟଣୀ ଏବଂ ମଙ୍ଗଳା ଏଫ୍ ସି କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ କଟକ ଦଳ ଆକ୍ରମଣ ଆରମ୍ଭ କରିଥିଲା। ପ୍ରଥମାର୍ଦ୍ଧରେ କଟକ ଦଳର ୮ ନମ୍ବର ଜର୍ଶିରେ ଥିବା ଖେଳାଳି ପବିତ୍ର ପ୍ରଧାନ ଖେଳର ୬ ମିନିଟ୍ ସମୟରେ , ୩୩ ମିନିଟ୍ ସମୟରେ ଏବଂ ୭୦ମିନିଟ୍ ସମୟରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ଏବଂ ଶେଷ ମୁହୂର୍ତ୍ତରେ ପବିତ୍ର ଆଉ ଏକ ଗୋଲ୍ ଦେଇଥିଲେ।  ସେହି କଟକ ଦଳର ୨୩ ନମ୍ବର ଜର୍ଶିର ଖେଳାଳି ସୁନିଲ ସୋରେନ ଆଉ ଏକ ଗୋଲ୍ ଦେଇଥିଲେ।  ଆଜି ମଞ୍ଚରେ ବିଶିଷ୍ଟ ସମାଜସେବୀ ଇରାନୀ ରାୟ, ନୟାଗଡ଼ ବ୍ଲକ୍  ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଚଳଚ୍ଚିତ୍ର ପ୍ରଯୋଜକ,…

Read More

ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ ଇତିହାସ” ପୁସ୍ତକ ଉନ୍ମୋଚିତ

ନୟାଗଡ, (ନୟାଗଡ଼ ଦର୍ପଣ): ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ “ନୟାଗଡ଼ ଇତିହାସ” ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ନୟାଗଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନର ସଭାପତି ରଣଜିତ୍ ଦାଶ, ନିର୍ମଳ ଚନ୍ଦ୍ର ଶୁରଦେଓ, କବି ଗୋଦାବରୀଶ ମିଶ୍ର, ସାହିତ୍ୟିକା ଅମ୍ବିକା ସ୍ୱାଇଁ, କାଉନସିଲର କିଶାନ ଦାସ ପ୍ରମୁଖ ଯୋଗଦେଇ ନୟାଗଡ ଇତିହାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ପୁସ୍ତକଟି ସମ୍ପର୍କରେ ସାମ୍ୱାଦିକ ଶ୍ରୀଯୁକ୍ତ ରଥ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ବହିଟିର ଆମୂଳଚୁଳ ସମୀକ୍ଷା କରିଥିଲେ ପ୍ରଦୀପ୍ତ ପଟ୍ଟାୟକ। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍…

Read More

ନୟାଗଡ଼ କପ୍: ଫାଇନାଲରେ ଭଞ୍ଜନଗର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ କପ୍ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ପ୍ରଥମ ସେମି ଫାଇନାଲ। ଏଥିରେ ମରାଠା ୧୧ ଏଫ୍ ସି ଭଞ୍ଜନଗର ଏବଂ ଏସ ଜେ ସି ଫୁଟବଲ କେରଳ ପରସ୍ପରକୁ ଭେଟିଥିଲେ। ଆଜିର ସେମି ଫାଇନାଲ ମ୍ୟାଚରେ ଫାଇନାଲ ମ୍ୟାଚ ଭଳି ଲଢେଇ ଦେଖିବାକୁ ମିଳିଥିଲା। ବିଶେଷ କରି ଆଜିର ସେମି ଫାଇନାଲ ଖେଳରେ ଡ. ଅରୁଣ କୁମାର ସାହୁ ମଞ୍ଚରେ ଉପସ୍ଥିତ ରହି ଉଭୟ ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ  ବେହେରା, ଦିଲୀପ କୁମାର ହାତୀ, ନୀଳମାଧବ ପଣ୍ଡା ସଭାପତି ଛାତ୍ର ବିଜୁ ଜନତା ଦଳ, ସତ୍ୟବ୍ରତ ପଟ୍ଟନାୟକ ସଭାପତି ଯୁବ ଜନତା ଦଳ, ସୁଶାନ୍ତ କୁମାର ପ୍ରଧାନ ସରପଞ୍ଚ ମୁଥାଗଡିଆ, ରବୀନ୍ଦ୍ର କୁମାର ଜେନା ଜିଲ୍ଲା ଉପ…

Read More