ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ବ୍ଲକ ଓ ନଗର ସଭାପତିଙ୍କ ନାମ ଘୋଷଣା ହୋଇଛି । ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସଭାପତି ଭାବେ ସୁଦାମ ଚରଣ ନାୟକ, ନଗର ସଭାପତି ଭାବେ ଅନୀଲ କୁମାର ରାୟ, ଗଣିଆ ବ୍ଲକ ସଭାପତି ଭାବେ ସଦାଶିବ ମିଶ୍ର, ନୂଆଗାଁ ବ୍ଲକ ସଭାପତି ଭାବେ ଯୁଗଳ କିଶୋର ସାହୁ, ଖଣ୍ଡପଡ଼ା ବ୍ଲକ ସଭାପତି ଭାବେ ବିଜୟ କୁମାର ତ୍ରିପାଠୀ, ଖଣ୍ଡପଡ଼ା ନଗର ସଭାପତି ଭାବେ ମିହିର କୁମାର ମିଶ୍ର, ଭାପୁର ବ୍ଲକ ସଭାପତି ଭାବେ ଶିବ ପ୍ରସାଦ ଷଡ଼ଙ୍ଗୀ, ରଣପୁର ବ୍ଲକ ସଭାପତି ଭାବେ ସଚ୍ଚିକାନ୍ତ ଷଡ଼ଙ୍ଗୀ, ରଣପୁର ଏନଏସି ସଭାପତି ଭାବେ…

Read More

ବିଜୁ ଜନତା ଦଳ ସାଂଗଠନିକ ବୈଠକ,
ଜନପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ ସାଂଗଠନିକ ବୈଠକ ତଥା ବନ୍ଧୁ ମିଳନ ବଲାଙ୍ଗୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସାଂଗଠନିକ ମନ୍ତ୍ର ଦେଇଛନ୍ତି । ବିଜୁ ଜନତା ଦଳକୁ ମଜବୁତ୍ କରିବା, ଲୋକଙ୍କ ପାଇଁ କାମ କରିବା, ରାଜନୀତିକୁ ସମାଜସେବା ଭାବେ ଗ୍ରହଣ କରିବା ସେ ମତ ରଖିଛନ୍ତି। ଦୀର୍ଘଦିନ ବ୍ୟବଧାନରେ ଆୟୋଜିତ ଏହି ସାଂଗଠନିକ ବୈଠକରେ ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ନେତା ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା…

Read More

ଦଶପଲ୍ଲାରେ କୃଷକ ଶ୍ରମିକ ଓ କ୍ଷେତ ମଜଦୂର ମାନଙ୍କ ବିକ୍ଷୋଭ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳା ତୋଟା ଥରେ ଓଡ଼ିଶା କୃଷକ ସଭା ଦଶପଲ୍ଲା ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ମୁଖ୍ୟତଃ ତୁରନ୍ତ ଧାନ ମଣ୍ଡି ଖୋଲିବା, କଟନି  ଛଟନି ବନ୍ଦ କରିବା ଓ ତୁରନ୍ତ ଚାଷୀମାନଙ୍କୁ ପ୍ରାପ୍ୟ ପ୍ରଦାନ କରିବା ରହିଥିବା ବେଳେ, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ବିହନ ବିଲ୍ ୨୦୨୫ ରଦ କରିବା ଓ ବିଦ୍ୟୁତ୍ ସନ୍ସୋଧନ ବିଲ୍ ପ୍ରତ୍ୟାହାର ଓ ସ୍ମାର୍ଟ ମିଟର ପ୍ରଚଳନ ନକରିବା ପ୍ରଭୃତି ଉପରେ ଆଲୋଚନା କରାଯାଇ ଏକ ଦାବିପତ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ମେଲିଆ ତୋଟା ଠାରୁ ଏକ ଶୋଭାଯାତ୍ରା ବାହାରି ଦାବି ସପକ୍ଷରେ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା।…

Read More

ସାମ୍ବାଦିକ ଭବନ ପକ୍ଷରୁ ବନ୍ଧୁ ମିଳନ, ଯୋଗଦେଲେ ଜିଲ୍ଲାର ୧୪୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଣିପୋଇଲା ଚିନିକଳ ନିକଟରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ରୋଜିନା ଦାଶ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ନବବର୍ଷ ଅବସରରେ ପ୍ରତ୍ୟେକ ବର୍ଷ…

Read More