ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା କ୍ଷେତମଜଦୂର ୟୁନିଅନ ନୟାଗଡ଼ ଜିଲ୍ଲା ସମ୍ମିଳନୀ ଅବସରରେ କଷ୍ଟିଡାକୁଆ ଭବନରେ ମଇ ୩ ତାରିଖରେ କେନ୍ଦ୍ର ସରକାର ବନ୍ଦ କରିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପୁନଃ ପ୍ରଚଳନ ଓ ଦୈନିକ ସାତଶହ ଟଙ୍କା ମଜୁରୀ ସହିତ ଦୁଇଶହ ଦିନର କାମ ନିମନ୍ତେ ଆନ୍ଦୋଳନ ଗଢି ତୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରମିକ ନେତା ଶରତ ଚନ୍ଦ୍ର ବେହେରା ଲାଲ୍ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀକୁ ଉଦ୍ଘାଟନ କରି ସଂଗଠନର ରାଜ୍ୟ ସଂପାଦକ କମ୍ରେଡ୍ ନିର୍ମଳ ଚନ୍ଦ୍ର ନାୟକ କେନ୍ଦ୍ର ସରକାରର ଶ୍ରମିକ ବିରୋଧୀ ନୀତିକୁ କଟୁ ସମାଲୋଚନା କରିବା ସହିତ କାମ ଅଭାବରୁ କ୍ଷେତ ମୂଲିଆ ଓ ଅଭାବୀ ଚାଷୀମାନେ କିଭଳି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି, ତାହାର ନିଛକ ଚିତ୍ର…
Read MoreYear: 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭାରେ ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ ବୋଲି କହିଲେ ରାଜ୍ୟ ସଭାପତି ବିଭୂତି ଭୂଷଣ କର
ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଶ୍ରମ ଦିବସ ଅବସରରେ ଏକ ପ୍ରତିବାଦ ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଆବାହକତ୍ୱରେ ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ପବିତ୍ର ମହାରଥା ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ଉପରେ ଆଲୋଚନା କରିଥିଲେ । ଉତ୍କଳ ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଦେବପ୍ରସାଦ ମିଶ୍ରଙ୍କ ପରଲୋକକୁ ନେଇ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକଙ୍କ ନାର୍ଯ୍ୟ ଦାବି ପୂରଣ…
Read Moreମାଟ୍ରିକ୍ ପରୀକ୍ଷାରେ ପୁଣି ଇତିହାସ ରଚିଲା ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ୨୦୨୬ ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୨ ଜଣ, ବି-୧ରେ ୦୭ ଜଣ, ବି-୨ରେ ୦୫ ଜଣ ଓ ସି-ଗ୍ରେଡ୍ ରେ ୧୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଜ୍ଞା ଦାସ ୫୬୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଡାକ୍ତର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ …
Read Moreସାରା ଜିଲ୍ଲାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାରେ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ମେଟ୍ରିକ ପରୀକ୍ଷାର ସଫଳତାଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡରେ ଫଳାଫଳ ସନ୍ତୋଷ ଜନକ ହୋଇଛି। ମୋଟ ୬୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ A1= ୫ଜଣ ଯଥାକ୍ରମେ୧. ଆଦ୍ୟାଶା ସୁବୁଦ୍ଧି -୫୫୭୨. ଅୟସ୍କାନ୍ତ ମହାପାତ୍ର -୫୫୭୩. ସିକୃତି ବିଶ୍ୱାଳ -୫୫୬୪. ହିରଣ୍ମୟୀ ଆଚାର୍ଯ୍ୟ -୫୪୦୫. ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। A2 = ୧୨ଜଣ, B1= ୧୯ ଜଣ, B2 = ୧୬ ଜଣ, C=୧୧ଜଣ, D=୦୩ ଜଣ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି, ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି।ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି।…
Read Moreନୟାଗଡରେ “ମଇ ଦିବସ ତଥା ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬”
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଳ୍ୟରେ “ମଇ ଦିବସ / ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬” ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରଣପୁର ବିଧାୟିକା ତଥା ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଏବଂ ବରିଷ୍ଠ ଓକିଲ ଦଣ୍ଡପାଣି ମହାନ୍ତି ଯୋଗଦାନ କରିଥିଲେ।…
Read Moreପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲଜ ଅନ୍ତର୍ଗତ ବଉଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ସେଠି ଏବଂ ନାଗମୁଣ୍ଡୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବଉଳସାହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଜଣେ ଆଦର୍ଶ ଶିକ୍ଷକ ଏବଂ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ସବୁଦିନ ମନେ ରହିବେ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓକେସିଏଲ, ଭୁବନେଶ୍ୱର ଏବଂ କମ୍ପୁଟର ଲର୍ଣ୍ଣି ସେଣ୍ଟର, ଶଙ୍ଖେଇ ଦ୍ୱାରା ଆୟୋଜିତ ଅଲମ୍ପିଆଡ ପ୍ରତିଯୋଗିତାରେ ବଉଳସାହି ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଗମୁଣ୍ଡୁଳି ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ…
Read Moreସହୀଦ କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଐତିହାସିକ ମଇଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ନୟାଗଡ଼ସ୍ଥ ସହୀଦ କଷ୍ଟିଡାକୁଆ ଭବନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଶ୍ରମିକ ଶ୍ରେଣୀର ପ୍ରତୀକ ରକ୍ତପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୮୮୬ମସିହା ମଇ ପହିଲାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ଐତିହାସିକ ଶ୍ରମିକ ଆନ୍ଦୋଳନ ଓ ରକ୍ତ ବିନିମୟରେ ଶ୍ରମ ଦିବସକୁ ଆଠ ଘଣ୍ଟାରେ ସୀମିତ କରି ପାରିବାର ବୀରତ୍ୱପୂର୍ଣ ଲଢେଇର ଗୌରବମୟ ଅଧ୍ୟାୟକୁ ସଭାରେ ବିଶଦ ଭାବେ ଆଲୋଚନା କରିଥିଲେ କମ୍ରେଡ୍ ମହାପାତ୍ର। ପାଚିକା ୟୁନିଅନ ପକ୍ଷରୁ କୁନୀ ପ୍ରଧାନ, ଆଶା ୟୃନିଅନ ପକ୍ଷରୁ ପ୍ରତିଭା ବେହେରା, ସିକ୍ୟୁରିଟି ୟୁନିଅନ ପକ୍ଷରୁ ଉମାକାନ୍ତ ମହାପାତ୍ର ଓ ମନୋଜ ସାହୁ, କୃଷକ ସଂଗଠନ ପକ୍ଷରୁ…
Read Moreବିରଳ ହାପିଫେସ୍ ବୁଢିଆଣୀ ଆବିଷ୍କାର କଲେ ନୟାଗଡ଼ର ଯୁବ ବୈଜ୍ଞାନିକ ତଥା ଗବେଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧିନ କ୍ରୀଦାସପୁର ଗ୍ରାମ ପଞ୍ଚାୟତର ଜେମାଦେଇପୁର ଗ୍ରାମର ଯୁବ ବୈଜ୍ଞାନିକ ତଥା କୀଟ ପତଙ୍ଗ ଗବେଷକ ଆଶୀର୍ବାଦ ତ୍ରିପାଠୀ ଏକ ବିରଳ ପ୍ରଜାତିର ବୁଢିଆଣୀ ଆବିଷ୍କାର କରି ଦେଶସାରା ଚର୍ଚ୍ଚାରେ ଥାଇ ଜାତୀୟ ଗଣମାଧ୍ୟମରେ ମୁଖରିତ ହୋଇଛନ୍ତି। ପ୍ରକାଶ ଥାଉକି ଆଶୀର୍ବାଦ ତ୍ରିପାଠୀ ଓଡ଼ିଶାରୁ ଉଚ୍ଚ ଶିକ୍ଷା ଲାଭକରି ବର୍ତ୍ତମାନ୍ ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନରେ ଅବସ୍ଥିତ ଭାରତ ସରାକରଙ୍କ ଜାତୀୟ ଜଙ୍ଗଲ ଓ ପରିବେଶ ଗବେଷଣା କେନ୍ଦ୍ରରେ ଆମ ପରିବେଶରେ ଦେଖାଦେଉଥିବା କୀଟ ପତଙ୍ଗ ଉପରେ ଗବେଷଣା କରୁଥିବା ବେଳେ ବିଶେଷ କରି ପିମ୍ପୁଡ଼ି ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତି ଉପରେ ଗବେଷଣା କରି ପି.ଏଚ୍.ଡି କରୁଛନ୍ତି। ନିକଟରେ ଗବେଷଣାଗାର ତରଫରୁ ପିମ୍ପୁଡ଼ି ଉପରେ ଅଧିକ ଗବେଷଣା ପାଇଁ ହିମାଳୟ ପାଦ ଦେଶରେ ଥିବା କେଦାରନାଥ ଅଭୟାରଣ୍ୟକୁ ଶ୍ରୀମାନ୍ ତ୍ରିପାଠୀଙ୍କୁ…
Read More୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ
ନୟାଗଡ, (ନୟାଗଡ଼ ଦର୍ପଣ): ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆରେ ଚାଲିଥିବା ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଏକ ଖେଳରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡକୁ ଏକ ମ୍ୟାଚରେ ୨-୧ ଗୋଲରେ ବିଜୟୀ ହୋଇଛି। ଆଜିର ଖେଳରେ ବିଶିଷ୍ଟ ସମାଜସେବୀ ତଥା ରୋଟାରିଆନ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀ ମାନଙ୍କ ସହ କରମର୍ଦ୍ଦନ କରିଥିଲେ। ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ ଧାରାବିବରଣୀ ପ୍ରଦାନ କରିଥିବାବେଳେ ମ୍ୟାଚ୍ କମିସନର ଭାଵେ କମରୁଦ୍ଦିନ ଖାଁ ରହିଥିଲେ।ଏହି ଆନ୍ତଃ କ୍ଲବ୍ ଏବଂ ଆନ୍ତଃ ଜିଲ୍ଳା ସିଏମ୍ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟକୁ ସଂମ୍ପାଦକ ଅଶେଷ କୁମାର ଦାଶ, ଉପ ସଭାପତି ଭବାନୀଶଙ୍କର ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓ, ପ୍ରଶାନ୍ତ କୁମାର ବେହେରା, ନିଶିକାନ୍ତ ମହାନ୍ତି…
Read Moreଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଉତ୍କଳ ଗୌରବ ଓଡ଼ିଆ ଅସ୍ମିତାର ପ୍ରତୀକ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମତିଥି, ଆଇନଜୀବୀ ଦିବସ ଅବସରରେ ଓଡିଶା ଉଚ୍ଚ ନ୍ୟାୟାଳୟ ମାନ୍ୟବର ନ୍ୟାୟମୁର୍ତ୍ତି ମୁରାହାରି ଶ୍ରୀ ରମଣ ମୁଖ୍ୟଅତିଥିଭାବେ ଯୋଗଦେଇ ଆଇନ କେବଳ ପେଶା ନୁହେଁ ଏହା ଦାୟିତ୍ୱ ବୋଲି କହିଛନ୍ତି। ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱତନ୍ତ୍ର ଅତିଥିଭାବେ ଜିଲ୍ଲାପାଳ ମଧୁମିତା ରଥ, ପରିବାର ଅଦାଲତ ଜଜ ଡ଼. ଇନ୍ଦୁ ଶର୍ମା, ପୋକ୍ସ ସ୍ୱତନ୍ତ୍ର ଜଜ ଜାନକୀ ବିଶ୍ୱାଳ, ମୁଖ୍ୟବକ୍ତା ଡ଼. କୈଳାସ ଚନ୍ଦ୍ର ବାଣ୍ଠ ପ୍ରମୁଖ ଯୋଗଦେଇ ମଧୁ ବାବୁ ଓଡ଼ିଶାର ପ୍ରଥମ ବାରିଷ୍ଟର ନୁହେଁ, ସେ ଥିଲେ ଓଡ଼ିଆ ଜାତିର ଆତ୍ମା, ଯେତେବେଳେ ଓଡ଼ିଆ ଜାତି ତାର ପରିଚୟ ହରାଇବାର ସମ୍ଭାବନା…
Read More