ଫାଇନାଲରେ ମର୍ଦ୍ଧାବାଡ଼ି କ୍ରିକେଟ କ୍ଳବର ବିଜୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଗତ ୨୪ ତାରିଖରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତରେ ଥିବା ଏମବିସିସି କ୍ରିକେଟ କ୍ଲବ ତରଫରୁ ଏମବିସିସି ଚାମ୍ପିୟନ ଟ୍ରଫି ନାମରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଆଜି ଥିଲା ଏହାର ଅନ୍ତିମ ଦିନ ଅର୍ଥାତ ଫାଇନାଲ ଖେଳ। ଏଥିରେ ମର୍ଦ୍ଧାବାଡ଼ି କ୍ରିକେଟ ଦଳ ଓ ଏମବିସିସି କ୍ରିକେଟ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟଚ ଜିତି ମର୍ଦ୍ଧାବାଡ଼ି କ୍ରିକେଟ ଦଳ ବ୍ୟାଟିଂ କରି ନିଜ ଦଳର ସମସ୍ତ ଉଇକେଟ ହରାଇ ୧୦୪ ରନ ହାସଲ କରିଥିଲା। ପରେ ବିପକ୍ଷ ଦଳ ଏମବିସିସି କ୍ରିକେଟ କ୍ଲବ ବ୍ୟାଟିଂ କରି ସମୁଦାୟ ୯ ଓଭର ଖେଳି ସମସ୍ତ ଉଇକେଟ ହରାଇ ୮୬ରନ ହାସଲ କରି ପରାଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦଶପଲ୍ଲା ବ୍ଲକର…

Read More

ନୟାଗଡ଼ରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ ଗ୍ରାଉଣ୍ଡରେ ଆୟୋଜିତ ଏହି ମେଳାକୁ ଗୋ-ପୂଜନ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ। ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ପ୍ରାଣିପାଳକଙ୍କ ରୋଜଗାରକୁ ବହୁଗୁଣିତ ତଥା ସେମାନଙ୍କ ଜୀବିକାର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାର ନିରନ୍ତର ପ୍ରୟାସରତ । ଓଡ଼ିଶାର ଅଭିବୃଦ୍ଧିରେ ସହାୟକ ହେଉଥିବା ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ର ପ୍ରତି ରାଜ୍ୟ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି । ବିଶେଷ କରି ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ରେ ଏହି ଦୁଇ କ୍ଷେତ୍ରର ଅଧିକ ଗୁରୁତ୍ବ ଥିବାରୁ ଶିକ୍ଷିତ ଯୁବ ଗୋଷ୍ଠୀ ଏହି କ୍ଷେତ୍ରରେ ସେମାନଙ୍କର ଭବିଷ୍ୟତ ଗଢିବାକୁ ବିଧାୟକ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ। ଏହି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାରେ ସମ୍ମାନିତ ଅତିଥି…

Read More

ମଧ୍ୟଖଣ୍ଡ ପୂଜ୍ୟପୂଜା ସମିତିର ପ୍ରସ୍ତୁତି ବୈଠକ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ କଲ୍ୟାଣ ମଣ୍ଡପ ନିକଟରେ ଥିବା ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପୀଠଠାରେ ପୂଜ୍ୟପୂଜା ସମିତି, ମଧ୍ୟଖଣ୍ଡର କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆଗାମୀ ଜାନୁୟାରୀ ୧୦ତାରିଖ ମଧ୍ୟଖଣ୍ଡ ହାଇ ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ତିରୋଧାନ ଦିବସ, ଜାନୁୟାରୀ ୨୬ସାଧାରଣତନ୍ତ୍ର ଦିବସ ଓ ଜାନୁୟାରୀ ୩୦ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ତଥା ସ୍ଵାଧିନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ ଉତ୍ସବ ପାଳନ ନିମନ୍ତେ ସ୍ଥିର କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାଧର ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ସ୍ଥିର କରାଯାଇଛି। ଏହି ବୈଠକରେ ପୂଜ୍ୟପୂଜା ସମିତିର ସଭାପତି ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ,ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ,…

Read More

ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ  ନେଇ ୭ଟି ବ୍ଲକରୁ ଦାବି ହେଉଛି । ଏନେଇ ଆଜି ନୟାଗଡ଼ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨ତାରିଖ ଶୁକ୍ରବାର ଦିନ ସକାଳ ୧୦ ଘଟିକାରେ ନୟାଗଡ଼ ଜିଲ୍ଲା ସଦରମହକୁମାରେ ଏକ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ଜନସାଧାରଣ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏହା ସହିତ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିବ। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ନୟାଗଡ଼ ଜିଲ୍ଲା ସଦରମହକୁମାରେ…

Read More