ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱ ବିଶୃତ ଜ୍ୟୋତ୍ରିବିଜ୍ଞାନୀ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମ ସ୍ମାରକୀ ଉପଲକ୍ଷେ ସାମନ୍ତ ଚନ୍ଦ୍ର ଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଥିବାପଠାଣି ସାମନ୍ତ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ ଯୋଗଦେଇ ସାମନ୍ତଚନ୍ଦ୍ର ଶେଖରପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟଙ୍କ ସହ ସଭାପତି ପ୍ରମୋଦ ପଟ୍ଟନାୟକ, ରଣଜିତ ଦାସ, ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୁଷଣ ବିଜୟ ଚୌଧୁରୀ, ବିଶ୍ଵନାଥ ମହାପାତ୍ର, ବାସୁଦେବ ମହାନ୍ତି, ନିର୍ମଳ ଚନ୍ଦ୍ର ସୁରଦେଓ, ପ୍ରତାପ ନନ୍ଦ, ଲକ୍ଷ୍ମୀଧର ସାହୁ, ଦାମୋଦର ସାହୁ, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଶ୍ରୀକାନ୍ତ ପଟ୍ଟନାୟକ, ଗୋକୁଳ ଷଡ଼ଙ୍ଗୀଙ୍କ ସମେତ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ…
Read MoreDay: December 13, 2025
ନୟାଗଡ଼ ପୌର ପରିଷଦ ପକ୍ଷରୁ “ମୋ ଖତ” ବିକ୍ରୟ କେନ୍ଦ୍ର ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସପାଲିଟି ଦ୍ବାରା ଖୋଲାଯାଇଥିବା “ମୋ ଖତ” ବିକ୍ରୟ କେନ୍ଦ୍ରକୁ ଉଦ୍ଘାଟନ କଲେ ନୟାଗଡ଼ ପୌରପାଳିକା ଅଧ୍ୟକ୍ଷା ନିରୁପମା ଖଟେଇ। ଉଦ୍ଘାଟନ ସମୟରେ ଉପସ୍ଥିତ ଥିଲେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ, ପରିଷଦ ସଭ୍ୟା ସ୍ବୟଂପ୍ରଭା ମିଶ୍ର ଓ ଲକ୍ଷ୍ମୀଧର ମହାପାତ୍ର ଏବଂ ପରିମଳ ବିଶେଷଜ୍ଞ ଦିପକ କୁମାର ଜେନା । ଏହି ଜୈବିକ ଗତ କିଲୋ ପିଛା ୧୦ଟଙ୍କା ଧାର୍ଯ୍ୟ କରାଯାଇଛି। ଜଣେ ବ୍ୟକ୍ତି ଅତି କମରେ ୫କେଜି ଖତ ୫୦ଟଙ୍କା ଦେଇ ନେଇପାରିବ । ଏହି ଖତ ବିକ୍ରୟ କେନ୍ଦ୍ର ଅଳକା ସୋ ରୁମ୍ ସମ୍ମୁଖ ଦୁଃଖୀ ମାର୍କେଟରେ ଖୋଲା ଯାଇଛି । ପ୍ରତ୍ୟେକ ଦିନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି କେନ୍ଦ୍ରରୁ ଖତ ବିକ୍ରୟ ପାଇଁ ମୁନିସିପାଲିଟ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଘାଟକ ଶ୍ରୀମତୀ ଖଟେଇ…
Read Moreଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ ପାଇଁ ବାଚସ୍ପତିଙ୍କୁ ପ୍ରସ୍ତାବ ଦେଲେ ଜିଲ୍ଲା କଂଗ୍ରେସ ସଭାପତି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରାଇବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟର ବହୁ ଜିଲ୍ଲାରେ ମହୋତ୍ସବ ଗୁଡିକ ସ୍ୱତନ୍ତ୍ର ନାମକରଣ କରାଯାଇ ତାହାର ନିଜସ୍ୱ ପରିଚୟ ପାଉଥିବା ବେଳେ ନୟାଗଡ଼ ଜିଲ୍ଲାରେ ବିଗତ ୨୫ ବର୍ଷ ଧରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ବେଳେ ତାହାକୁ ଗ୍ରହଣ କରାଯାଉ ନାହିଁ ବୋଲି ଉଲ୍ଲେଖ କରି ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ଅଫିସିଆଲ ଟୁଇଟର ହାଣ୍ଡେଲ ‘X‘ ରେ ଜିଲ୍ଲା ମହୋତ୍ସବର ସ୍ୱତନ୍ତ୍ର ନାମକରଣ କରିବା ପାଇଁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ଚିଠିର ନକଲ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଟୁଇଟର ହାଣ୍ଡେଲରେ ଅପଲୋଡ଼ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଏ ସମ୍ପର୍କ ରେ…
Read More