ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ। ନୟାଗଡ଼ ଫାଉଣ୍ଡେସନ ତରଫରୁ ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ବାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତତସହିତ ଆଗାମୀ ତା୨୦.୧୨.୨୦୨୫ରିଖ ସନ୍ଧ୍ୟା ୬ଘଟିକା ସମୟେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ PWD ବଙ୍ଗଳା ପର୍ଯ୍ୟନ୍ତ ‘ମଶାଲ ଶୋଭାଯାତ୍ରା’ର ଆୟୋଜନ କରାଯିବା ନିମନ୍ତେ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ, ସମାଜସେବୀ ଶ୍ରୀଧର ପ୍ରଧାନ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ କୁମାର ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଓଁପ୍ରସାଦ ପ୍ରଧାନ, ଆଶୀର୍ବାଦ ପ୍ରଧାନ,…
Read MoreDay: December 10, 2025
ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ରେ ୭୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡଗାଁ ବ୍ଲକ ବନ୍ୟାଞ୍ଚଳାଧିକାରୀ ଅଭିମନ୍ୟୁ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରଘୁନାଥ ମଲ୍ଲିକ, ସମ୍ମାନୀତ ଅତିଥିଭାବେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଆଚାର୍ଯ୍ୟ, ଫରେଷ୍ଟର ସୌମ୍ୟ ରଞ୍ଜନ ଦଳେଇ, ରୋହିବାଙ୍କ ଗ୍ରାମ ସମ୍ପାଦକ କାହ୍ନୁଚରଣ ଗୌଡ଼ ଯୋଗ ଦେଇଥିବାବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ ସଭାପତି ଆସନ ଅଳଙ୍କୃତ କରିଥିଲେ। ପ୍ରତିଯୋଗୀମାନେ ରୋହିବାଙ୍କ ଚଣ୍ଡେଶ୍ୱର ମହାଦେବଙ୍କ ପାଖରୁ ମଶାଲ ଆଣି ମୁଖ୍ୟାତିଥୀ ରେଞ୍ଜର ଶ୍ରୀ ମଲ୍ଲିକଙ୍କୁ ପ୍ରଦାନ…
Read Moreମାନ୍ୟବର ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତିଙ୍କ ସହ ତାଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟ ମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇଥିଲେ।
Read Moreଉଦଯାପିତ ହେଲା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ-୨୦୨୫
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ପି.ଟି.ଏସ ଗ୍ରାଉଣ୍ଡରେ ନୟାଗଡ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ଜିଲ୍ଲା ଆଥଲେଟିକ ମିଟ ୨୦୨୫ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ଉଦୀୟମାନ ଯୁବ କ୍ରୀଡା ପ୍ରତିଭା ମାନେ ଯୋଗ ଦେଇଥିଲେ। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଅନୁଷ୍ଠିତ ପ୍ରତିଯୋଗିତା ମୂଳକ ବିଭିନ୍ନ ବର୍ଗର ଖେଳରେ କୃତିତ୍ୱ ଅର୍ଜନ କରିଥିବା କ୍ରୀଡା ପ୍ରତିଭାମାନଙ୍କୁ ସାର୍ଟିଫିକେଟ ସହ ମେଡାଲ ଦେଇ ପୁରସ୍କୃତ କରି ଥିଲେ। ଏହି ପୁରସ୍କାର ବିତରଣ ଉତ୍ସବକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବାବେଳେ ସମ୍ମାନିତ ଅତିଥିଭାବେ ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଆଇଟିଆଇ କଲେଜର ଅଧକ୍ଷ କାନ୍ତି ରଞ୍ଜନ ସାହୁ ଯୋଗ ଦେଇଥିଲେ। ଜିଲ୍ଲା ଆଥଲେଟିକ…
Read More