ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ଓଡ଼ିଆ ଖବର କାଗଜ ଓ ପାକ୍ଷିକ ଇଂରାଜୀ ଖବର କାଗଜ ର ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ , ଓଡ଼ିଶା ସାହିତ୍ୟ ଏକାଡେମୀ ର ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ରାଉତ , ଏବଂ ଓଡ଼ଗାଁ ସମବାୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ଅତିଥି ମାନେ ସାମ୍ବାଦିକତା ର ସ୍ୱରୂପ ଓ ସାମ୍ବାଦିକ ର କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ କବିତା…
Read MoreMonth: December 2025
ସାପ୍ତାହିତ ଖବରକାଗଜ ‘ନୟାଗଡ଼ ଭଏସ୍’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ନୂତନ ସାପ୍ତାହିକ ଖବର କାଗଜ ‘ନୟାଗଡ଼ ଭଏସ୍’ । ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ଆଜି ଏହାର ପ୍ରଥମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଯୋଗ ଦେଇଥିଲେ। ଅତିଥି ମାନେ ନୟାଗଡ଼ ଭଏସ୍ ଗୋଟିଏ ସ୍ଥାନୀୟ ଖବର କାଗଜ ଭାବେ ଲୋକଙ୍କ ଆଶା ଆକାଂକ୍ଷା କୁ ନଜର ରେ ରଖି ଖବର ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ…
Read Moreଡିସେମ୍ବର ୮ରୁ୧୨ତାରିଖ ରାଜସୁନାଖଳା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ
ଉଦଘାଟନ କରିବେ ବାଚସ୍ପତି। ଉଦଯାପନୀ ଉତ୍ସବରେ ଯୋଗଦେଇପାରନ୍ତି ରାଜ୍ୟପାଳ ରଣପୁର, (ନୟାଗଡ଼ ଦର୍ପଣ) : ନୟାଗଡ଼ ଜିଲ୍ଲା ରାଜସୁନାଖଳା ପଞ୍ଚାୟତ ଠାରେ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୫ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସମ୍ପାଦକ ତଥା ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ମହୋତ୍ସବ କମିଟିର ସଭାପତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରାଜସୁନାଖଳା ମହୋତ୍ସବ ଚଳିତ ବର୍ଷ ସପ୍ତମ ବର୍ଷରେ ପଦାର୍ପଣ କରିବ। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ଵାଚସ୍ପତି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ମହାମହିମ ରାଜ୍ୟପାଳ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି। ବିଗତ କିଛି ବର୍ଷ ଧରି ରାଜସୁନାଖଳା ମହୋତ୍ସବକୁ…
Read Moreଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଦଳୀୟ ବୈଠକରେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକ ମୁନିସିପାଲିଟି ଏବଂ ଏନଏସି ରେ ସଭାପତି ଚୟନ ପାଇଁ ଡିସିସି ସଭାପତିଙ୍କ ନେତୃତ୍ୱରେ ୭ ବରିଷ୍ଠ ନେତୃମଣ୍ଡଳୀ ଙ୍କର ଏକ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କମିଟି ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏନଏସି ଗସ୍ତ କରି ବିଭିନ୍ନ ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କ ସହିତ ଆଲୋଚନା…
Read Moreଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରୀୟଦିନି ଫାଉଣ୍ଡେସନ, ନୟାଗଡ଼ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵତନ୍ତ୍ର ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ଭାଗିରଥି ବାଇ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର କାଉନସିଲର ଅଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡକ୍ଟର…
Read Moreପ୍ରେମିକାଙ୍କୁ ଲୁଚି ଲୁଚି ଦେଖା କରିବାକୁ ଆସି ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପ୍ରେମିକର ମୃତ୍ୟୁ
ପଙ୍କୁଆ-କଳସାଖମଣ ରାସ୍ତା କଡ଼ରୁ ମିଳିଥିବା ମୃତ ଯୁବକଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କଲା ଦଶପଲ୍ଲା ପୋଲିସ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଚଡ଼େୟାପଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ବେଳେ ଗତ ୨୭ତାରିଖ ପୂର୍ବାହ୍ଣରେ ପଙ୍କୁଆ–କଳସାଖମଣ ରାସ୍ତାର ଉଦୁଡ଼ା ନିକଟରୁ ପୋଖରୀଗୋଛା ପଞ୍ଚାୟତ ଚିନାପହଁରା ଗ୍ରାମର ହରି ଥାଟେଇ(୨୩)ଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ହରି ବ୍ରହ୍ମପୁରର ଏକ ଏକାଡ଼େମିକରେ ରହି ସୈନ୍ୟ ବାହିନୀରେ ସାମିଲ ହେବାକୁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଘରକୁ ଫରିବା ରାସ୍ତାରେ ହଠାତ୍ ମୃତଦେହ ପଡ଼ିବା ଘଟଣା ଯେକୈାଣସି ବ୍ୟକ୍ତିଙ୍କ ମନକୁ ସନ୍ଦେହ ଆଣିଥିଲା। ମାଓବାଦୀଙ୍କ ଗତିବିଧି ରହୁଥିବା ହେତୁ ପ୍ରାଥମିକ ଭାବେ ଯେକେହି ମାଓବାଦୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲା। ମାତ୍ର ହରିଙ୍କ ପ୍ୟାଣ୍ଟ ପକେଟରୁ ଜବତ ହୋଇଥିବା ମୋବାଇଲକୁ ନେଇ ପୁଲିସ ସିଡ଼ିଆର୍ ଯାଞ୍ଚ କରିବା…
Read Moreଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ୍ସ ଦିବସ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଗୋଡିପଡା ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡ଼ା ଯୁବ ରେଡ୍ କ୍ରସ୍ ବିଭାଗ ଦ୍ଵାରା ବିଶ୍ଵ ଏଡ୍ସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଉଷାରାଣୀ ପଟ୍ଟନାୟକ ଯୋଗଦେଇ ସୁସ୍ଥ ରହିବା ଆମର ପରମ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିଥିଲେ। ଅଧ୍ୟାପକ ଲକ୍ଷ୍ମୀଧର ଦାସ ଯୋଗଦେଇ ସୁସ୍ଥ ସମାଜ ପାଇଁ ଛାତ୍ର ଛାତ୍ରୀ ମାନଙ୍କଠାରେ ଏଡ୍ସ ସଚେତନତା ଓ ସେବା ଭାବନା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ବିଜ୍ଞାନଗାର ସହାୟକ ପବିତ୍ର ପୃଷ୍ଟି ଓ ଶରତ ଚନ୍ଦ୍ର ମହାପାତ୍ର ବିଶ୍ଵ ଏଡ୍ସ ଦିବସ ପାଳନ ର ମହତ୍ତ୍ଵ ବିଷୟ ରେ କହିଥିଲେ। ତର୍କ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଥିବା ସୁଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ରକୁ ପୁରସ୍କୃତ କରାଯାଇଥିଲା । ଯୁବ ପରାମର୍ଶ…
Read Moreନୟାଗଡ଼ ଜିଲ୍ଲାରେ ତୁରନ୍ତ ଧାନମଣ୍ଡି ଖୋଲିବା ପାଇଁ କଂଗ୍ରେସ ସଭାପତିଙ୍କ ଦାବୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଧାନକିଣା କାର୍ଯ୍ୟ ଶୁଭାରମ୍ଭ କରାଯିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା DLPC ବୈଠକରେ ଡିସେମ୍ବର ୨୯ତାରିଖ ଠାରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲି ଧାନକିଣା କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯିବା ନିଷ୍ପତ୍ତି ଚାଷୀବିରୋଧୀ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ୍ ଦାଶ ଦାବି କରିଛନ୍ତି। ଏବେ ଧାନ ଅମଳ ହୋଇ ଚୀଷୀ ମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଧାନ ମହଜୁଦ୍ ଅଛି। ତେଣୁ ଜିଲ୍ଲାରେ ଅଭାବୀ ଧାନ ବିକ୍ରୀକୁ ବନ୍ଦ କରିବା ପାଇଁ ଏବେ ଠାରୁ ଧାନ ମଣ୍ଡି ଖୋଲି ଧାନ କିଣା ଆରମ୍ଭ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି। କାରଣ ଗତବର୍ଷ ଠିକ୍ ଏହି ଡିସେମ୍ବର ୨୯ ଧାନକିଣା କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରାୟ ୧ମାସ ଯାଏ…
Read Moreଜିଲ୍ଲାସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ୩୧ଟି କେନ୍ଦ୍ରରେ ବିଦ୍ୟାଳୟ ସ୍ତରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ୨୦୨୫ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟରେ ପ୍ରଥମ ସ୍ଥାନ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଆଜି ଜିଲ୍ଲା ସ୍ତରୀୟ ପରୀକ୍ଷା ପାଇଁ ଡ଼କାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅବିଭାବିକା ମାନେ ସେମାନଙ୍କ ପିଲାମାନଙ୍କୁ ନେଇ ନନ୍ଦିଘୋଷ ଗ୍ରାମରେ ଥିବା ଜବାହରଲାଲ ବିଦ୍ୟାପୀଠକୁ ୧୦ଟା ପୂର୍ବରୁ ପହଞ୍ଚି ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଓ ଧୂପଦୀପ ନୈବେଦ୍ୟ ଦେଇ ଅତିଥିମାନେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୋଟରେ ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ରେ ପ୍ରଥମ ହୋଇ ଥିବା ଜିଲ୍ଲାର ୩୧…
Read Moreଖଣ୍ଡପଡା ଏବଂ ଭାପୁର ବ୍ଲକରେ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ଏବଂ ଭାପୁର ବ୍ଲକରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଭାପୁର ବ୍ଲକର ସେଣ୍ଟ ଜାଭିଆର ସ୍କୁଲରେ ଅନୁଷ୍ଠିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାରେ ଓମ ପ୍ରକାଶ ମହାରଣା,ସ୍ଵାଗତିକା ନାଏକ,ମିତାଲି ଦାଶ, ଆରାଧନା ପଣ୍ଡା ଏବଂ କ୍ରିଷ୍ଣା ଦାଶ ସେମି ଫାଇନାଲ ପର୍ଯ୍ୟାକୁ ମନୋନୀତ ହୋଇଥିଲେ। ସେହିପରି ଅପରାହ୍ନରେ ଖଣ୍ଡପଡ଼ା ବ୍ଲକ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଇପ୍ସିତା ପ୍ରିୟଦର୍ଶିନୀ,ଗୁଡୁ ମହାନ୍ତି,ବିଶ୍ୱଜିତ ନାୟକ, ଶୁଭସ୍ମିତା ବେହେରା, ବର୍ଷାରାଣୀ ପ୍ରଧାନ ପ୍ରମୁଖ ସେମି ଫାଇନାଲକୁ ମନୋନୀତ ହୋଇଥିଲେ। ଉଭୟ ବ୍ଲକରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରପତି ଭାବେ ନୟାଗଡ଼ର ବରିଷ୍ଠ ତଥା ବେତାର କଣ୍ଠଶିଳ୍ପୀ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ରବୀନ୍ଦ୍ର କୁମାର ଦାଶ ଏବଂ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଯୋଗଦାନ…
Read More