ରଣପୁର,(ନୟାଗଡ଼ ଦର୍ପଣ): ଅଖିଳ ଭାରତ କିଷାନ ସଂଘ (AIKS)ର ସହବନ୍ଧିତ ଓଡ଼ିଶା ଶାଖା “ଓଡ଼ିଶା କୃଷକ ସଭା”ର ୨୫ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ସାଥୀ ଜମ୍ବେଶ୍ଵର ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଥିବା ୧୨ ଘଟିକା ସମୟରେ କୃଷକ ମାନଙ୍କର ଏକ ଶୋଭାଯାତ୍ରା ରଣପୁର ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡ଼ିଆରେ ଥିଵା ସହିଦ୍ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଓ ରାଜ୍ୟ ନେତା ପୁଷ୍ପମାଲ୍ୟ ଦେଇଥିଲେ । ପଞ୍ଚୁଦୋଳ ପଡ଼ିଆ ରେ ଅନୁଷ୍ଠିତ ଖୋଲା ଅଧିବେଶନ ରେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ହାନାନ୍ ମୋଲ୍ଲା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାରର ନିର୍ବାଚନ ବେଳର ପ୍ରତିଶ୍ରୁତି ଆଜି ପ୍ରତାରଣାରେ…
Read MoreDay: October 26, 2025
ପରମ୍ପରାର ୩୦ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସାହିତ୍ୟ ଓ ସଂସ୍କୃତି ପରିଷଦର ୩୦ତମ ସ୍ଵନକ୍ଷତ୍ର ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ନୀଳମାଧବ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହାର ପ୍ରଥମ ଅଧିବେଶନରେ ବରିଷ୍ଠ ଶିଶୁ ସାହିତ୍ୟିକା ବସିରନ୍ ବିବି, ଡ଼. ଗୀତାଞ୍ଜଳି ମହାପାତ୍ର, ଗୀତିକାର ଗୋଦାବରୀଶ ମିଶ୍ର ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକ ସତ୍ କବି ସାଧନାରେ ନିର୍ଲିପ୍ତ ଥାନ୍ତି। ଏହି ଅଧିବେଶନରେ କବିତା ଗୁଡ଼ିକୁ ସଂଯୋଜନା କରିଥିଲେ ହରପ୍ରିୟା ଦ୍ଵିବେଦୀ ଓ ନୀଳମାଧବ ମିଶ୍ର । ଦ୍ଵିତୀୟ ଅଧିବେଶନରେ ଅତିଥି ଭାବେ ଉତ୍ତରାଞ୍ଚଳ ପୂର୍ବତନ ରାଜସ୍ବ କମିଶନର ନିରଞ୍ଜନ ସାହୁ ଓ ବରିଷ୍ଠ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଯୋଗଦେଇ କହିଥିଲେ ଯେ ବେଦ, ଉପନିଷଦ ରାମାୟଣ ଓ ମହାଭାରତ ଚାରିସ୍ତମ୍ଭ ଉପରେ ଆମ ସାହିତ୍ୟ ଗଠିତ ଓ ଗତିଶୀଳ। ଏହି ଅଧିବେଶନରେ କୈଳାସ…
Read Moreଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ,, ଇଟାମାଟି, ନୟାଗଡ଼, ଏବଂ ଓଡ଼ିଶାର ନମ୍ବର ୱାନ ପେନକ୍ଲିନିକ ହେଲଥ ଭିଲେଜ ହସ୍ପିଟାଲ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ସମାଜସେବୀ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଇଟାମାଟି ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଅଛି । ଏଥିରେ ହେଲଥ ଭିଲେଜ ହସ୍ପିଟାଲ ଭୁବନେଶ୍ୱରର ସିନିୟର ପ୍ରଫେସର ଡାକ୍ତର ଶୋଭନ କୁମାର ରଥଙ୍କ ନେତୃତ୍ୱରେ ଅଭିଜ୍ଞ ଡାକ୍ତର ପ୍ରତାପ କୁମାର ସିଂ (ଭେଷଜ ବିଶେଷଜ୍ଞ), ଡାକ୍ତର ରାଘବ ଲୋଚନ( ଯନ୍ତ୍ରଣା ନିବାରଣ ବିଶେଷଜ୍ଞ) ଏବଂ ଡାକ୍ତର ରାମକୃଷ୍ଣ ପାତ୍ର (ଯନ୍ତ୍ରଣା ଓ ଭୌତିକ ନିବାରଣ ବିଶେଷଜ୍ଞ)ଙ୍କ ଦ୍ୱାରା ସକାଳ ୯ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଇଟାମାଟି ପଞ୍ଚାୟତ ସମେତ ପାଖାପାଖି ସାତ ଗୋଟି ପଞ୍ଚାୟତରୁ ଆଣ୍ଠୁ ଗଣ୍ଠି…
Read Moreନୟାଗଡ଼ ସରସ୍ଵତୀ ବିଦ୍ୟାମନ୍ଦିରରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ ଯୋଗ ଦେଇଥିବାବେଳେ ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ମହୋଦୟା ସମ୍ମାନିତା ଅତିଥି ଭାବେ ଯୋଗଦେଇଥିଲେ। ଏଠାରେ ଅତିଥିମାନେ ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା, ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ମୁଖ୍ୟଵକ୍ତା ଶ୍ରୀମତୀ ପଟ୍ଟନାୟକ ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର୍ଯ୍ୟାବରଣ ସୁରକ୍ଷାରେ ପଞ୍ଚ ‘ଜ’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ…
Read More