ସେବା ପକ୍ଷ ୨୦୨୫ ଉପଲକ୍ଷେ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମାରାଥନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ “ସେବା ପକ୍ଷ- ୨୦୨୫” ଅଧୀନରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏଵଂ ଯୁବ କଲ୍ୟାଣ ବିଭାଗ ନିର୍ଦ୍ଦେଶ ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମାରାଥନର ଆୟୋଜନ କରାଯାଇଥିଲା। ଏ ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଳାପାଳ ରୋଜିନା ଦାସ, ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଜିଲ୍ଲା କ୍ରୀଡା ଅଧିକାରିଣୀ ସୁଜାତା ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଜନ ସାଧାରଣ ଯୋଗ ଦେଇଥିଲେ। ମାରାଥନ୍ ସକାଳ ୭.୦୦ଘଟିକା ରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମ୍ ଠାରେ ସମାପ୍ତ ହେଇଥିଲା।

Read More

ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ସଂଯୁକ୍ତ ରାଷ୍ଟ୍ରସଙ୍ଘ ଦେଶ ସମୁହ ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୧ତାରିଖକୁ ଆନ୍ତଜାତୀୟ ଶାନ୍ତି ଦିବସ ରୂପେ ପାଳନ ୧୯୮୧ମସିହାରୁ ପାଳନ କରି ଆସୁଛନ୍ତି। ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ ଭାବେ ସ୍କାଉଟ ଗାଇଡ଼ ଏହାର ପାଳନ କରିବା ସହିତ କପୋତ ପକ୍ଷୀକୁ ଶାନ୍ତିର ପ୍ରତୀକ ଭାବେ ନେଇ ଦୁଇହାତର ଓଲଟା ପାପୁଲିକୁ ସାଂକେତିକ ଚି଼ହ୍ନ ଭାବେ ଅନ୍ୟକୁ ପ୍ରଦର୍ଶିତ କରାନ୍ତି। ନୟାଗଡ ଜିଲ୍ଲା ତରଫରୁ  ଭାରତ ସ୍କାଉଟ ଗାଇଡ଼ ଛାତ୍ର ଛାତ୍ରୀ ଓ ସ୍କାଉଟ ମାଷ୍ଟର ଏବଂ ଗାଇଡ଼ କ୍ୟାପଟେନ ମାନଙ୍କୁ ନେଇ ଓଡଗାଁ ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ ହୋଇସାରିଛି। ଜିଲ୍ଲା ତରଫରୁ ନୟାଗଡ଼ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସମ୍ପାଦକ ତଥା ଆଇ ପି ଅନିଲ କୁମାର…

Read More

ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଆଦି କର୍ମଯୋଗୀ ଅଭିଯାନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ତରଫରୁ ଧରିତ୍ ଆବା- ଜନଜାତି ଗ୍ରାମ ଉତ୍କର୍ଷ  ଅଭିଯାନରେ ଦଶପଲ୍ଲା ବ୍ଲକ ୧୮ଗୋଟି ଗ୍ରାମ ପଞ୍ଚାୟତକୁ ଆଦି କର୍ମଯୋଗୀ ଅଭିଯାନରେ ସାମିଲ କରାଯାଇଛି। ଯାହା ଦଶପଲ୍ଲା  ବ୍ଲକର ବାଣିଗୋଛା, କୁଜାମେଣ୍ଢି, ଡୁଡା, କୁଲୁରୁକୁମ୍ପା, ଚଢୟାପଲ୍ଲି, କଳସଖମଣ, ନୂଆଗାଁ, ଖମାରସାହି, ତେଣ୍ଡାବାଡି, ଭୋଗବାଡି, ପୋଖରୀଗୋଛା, ତୁମ୍ମାଣ୍ଡି, ସାରିଗଣ୍ଡା, ଟାକରା, ଘୋଳାହାଣ୍ଡି  ଘୁଗୁଡିପଡା ଓ ନଛିପୁର ଆଦି ଗ୍ରାମ ପଞ୍ଚାୟତର ସମୁଦାୟ ୧୧୦ ଟି  ଅନୂସୁଚିତ ଜନଜାତି ବହୁଳ ଗ୍ରାମକୁ ଆଦିବାସୀ ମନ୍ତ୍ରଣାଳୟ ଦ୍ବାରା ଅନ୍ତର୍ଭୁକ୍ତ କରାଯାଇଛି। ଉକ୍ତ ଗ୍ରାମ ଗୁଡିକର ସାମଗ୍ରିକ ବିକାଶ ନିମନ୍ତେ  ସମସ୍ତ ବିଭାଗର ସହମତିରେ ପ୍ରତେକ ଗ୍ରାମ ପାଇଁ ଏକ ଭିଲେଜ ଭିଜନ ପ୍ଲାନ ପ୍ରସ୍ତୁତ ସହ ଆଗାମୀ ଅକ୍ଟୋବର ୨ତାରିଖରେ ଡିଏ ଯୁଗା ଗ୍ରାମର ସମସ୍ତ ଭିଲେଜ ପ୍ଲାନ ଉକ୍ତ ପଞ୍ଚାୟତର ଗ୍ରାମ…

Read More

ଗୋପାଳପୁର ମଣ୍ଡଳରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ମଣ୍ଡଳରେ ଏକ ମଣ୍ଡଳ ସ୍ତରୀୟ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଆଜି ମୋଟ ୬୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି। ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ “ସେବା ପକ୍ଷ” କାର୍ଯ୍ୟକ୍ରମରେ ଗୋପାଳପୁର ମଣ୍ଡଳରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିରରେ ଶହଶହ ଲୋକଙ୍କ ସମାଗମ ହୋଇଥିଲା। ରକ୍ତଦାନ ଶିବିରରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ, ଅଭିଷେକ ସାମନ୍ତରାୟ, ନିର୍ମଳ କୁମାର ମତ୍ତଗଜସିଂହ, ପରେଶ ମିଶ୍ର, ଜୟନ୍ତ କୁମାର ନାୟକ, ଭରତ ରଣସିଂହ, ଗଣେଶ୍ୱର ମାନ୍ଧାତା, ଭାସ୍କର ନାୟକ…

Read More