୩୨ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଶରଣକୁଳ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଶରଣକୁଳ ନିକଟବର୍ତ୍ତୀ ଅସୁରିଢିପା ଗ୍ରାମରେ ଏକ୍ସାଇଜ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। କୌଣସି ସୂତ୍ରରୁ ଖବର ପାଇ ଅସୁରିଢିପା ଗ୍ରାମର ଅପର୍ତ୍ତି ପ୍ରଧାନଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୫୦)ଙ୍କ ଘରେ ଚଢ଼ାଉ କରିବା ସମୟରେ ତାଙ୍କଠାରୁ ୩୨ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି। ସେ ଦୀର୍ଘ ଦିନ ଧରି ଏହି ବ୍ୟବସାୟ କରିଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଫଳରେ ଯୁବ ଗୋଷ୍ଠୀ ଏହା ସେବନ କରି ବହୁ ବିପଥଗାମୀ ହେଉଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। କେବଳ ଅସୁରିଢିପା ନୁହଁ ତା’ର ଆଖପାଖ ଅଞ୍ଚଳରେ ମଧ୍ୟ ବେପାର ଚାଲିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି। ବଡପୁଟ ଛକରେ ଏକ ନିର୍ଦ୍ଦିଷ୍ଟ ପରିବା ଦୋକାନରେ ସମସ୍ତ ପ୍ରକାରର ନିଶା ଦ୍ରବ୍ୟ ବିକ୍ରି ହେଉଥିବାର ବାରମ୍ବାର…

Read More

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର

ରଣପୁର,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଳା ରଣପୁର ବ୍ଲକର ଭେରୁପଡା ଗ୍ରାମବାସୀ ବସନ୍ତ କୁମାର ମିଶ୍ର ଓ ସୁବାସିନୀ ମିଶ୍ରଙ୍କ ପୁତ୍ର ଏବଂ ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃତି ଶିକ୍ଷକ ଚିତ୍ତରଞ୍ଜନ ମିଶ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସଭାପତିତ୍ୱ କରିଥିଲେ । ଏହି ସମାରୋହରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି, ସହ-ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା, ବେଗୁନିଆର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର…

Read More

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ନୟାଗଡ଼ ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ହେଉଥିବା “ସେବା ପକ୍ଷ” କାର୍ଯ୍ୟକ୍ରମ ଭାରତୀୟ ଜନତା ଯୁବମୋର୍ଚ୍ଚା ନୟାଗଡ଼ ଜିଲ୍ଲା ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜିଲ୍ଲା ସଭାପତି ମିତ୍ରଭାନୁ ଜେନା ଏବଂ ସମସ୍ତ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରଜେଶ୍ୱରି ସିଂହ, ନୟାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ, ନୟାଗଡ଼ ପୌର ପରିଷଦ ପ୍ରତିନିଧି ରଞ୍ଜନ ରଶ୍ମୀ ଜେନା, ମିନତି ପ୍ରଧାନ, ସମାଜସେବୀ ଦାମ ସାର୍, ଶ୍ରୀଧର ପ୍ରଧାନ, ପ୍ରଶାନ୍ତ ଦାସ, ଆଲୋକ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଗୋବିନ୍ଦ ବିଶ୍ଵାଳ,…

Read More

ମା ପାଇଁ ଗଛ ଟିଏ, ସିଭିଲ ସୋସାଇଟ ପକ୍ଷରୁ ମେଗା ବୃକ୍ଷ ରୋପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ “ମା ପାଇଁ ଗଛ ଟିଏ” ବୃକ୍ଷ ରୋପଣ ଆହ୍ଵାନରେ ଅନୁପ୍ରାଣିତ ହୋଇ ନୟାଗଡ଼ ସିଭିଲ ସୋସାଇଟ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସବୁଜ ସୁନ୍ଦର ପରିବେଶ ଓ ବାତାବରଣ ସୁରକ୍ଷାର ଉଦ୍ଦେଶ୍ଯକୁ ସାଫଲ୍ଯ ମଣ୍ଡିତ କରିବା ପାଇଁ ନୟାଗଡ଼ ନିକଟସ୍ଥ ପାଣିପୋଇଲା ଜଳସେଚନ ପ୍ରକଳ୍ପ ଡ୍ୟାମର ଚତୁପାର୍ଶରେ ବିଜୁଳି ଘଡଘଡିରୁ ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ୨୦୦୦ରୁ ଉର୍ଦ୍ଧ୍ୱ ତାଳ ଗଛ ରୋପଣ କରିଛନ୍ତି। ଏହିଭଳି ଏକ ମହାନ କାର୍ଯ୍ଯକ୍ରମରେ ନୟାଗଡ଼ ସିଭିଲ ସୋସାଇଟର ବରିଷ୍ଠ ସଦସ୍ୟ ଗୋଦାବରୀଶ ସାହୁ, ଭଗବତୀଚରଣ ପଟ୍ଟନାୟକ, ଶରତ କୁମାର ସାହୁ, ମନୋରଞ୍ଜନ ସାମନ୍ତ, ନବକିଶୋର ସାହୁ, ଧନେଶ୍ଵର ପ୍ରଧାନ, ନିରଞ୍ଜନ ମିଶ୍ର, ବିପିନ ସାହୁ, ବସନ୍ତ ରାଉତ ଓ ଅନ୍ଯ ସଦସ୍ୟପ୍ରମୁଖ…

Read More