ଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍  କିଶ୍ୱରପ୍ରସାଦ ପଞ୍ଚାୟତର ବିଷ୍ଣୁପ୍ରିୟା ବେହେରାଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତର ସନ୍ଦୀପ ସାହୁ  ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ ଲିଙ୍ଗଗତ ବୈଷମ୍ୟ, ପୁଅ-ଝିଅଙ୍କ ମଧ୍ୟରେ ତାରତମ୍ୟ ଏବଂ ବାଲ୍ୟବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ସେଣ୍ଟର ଫର୍ କାଟାଲାଇଜିଙ୍ଗ ଚେଞ୍ଜ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଆମେରିକା, ଆଫ୍ରିକା, କେନିୟା, ଉଗାଣ୍ଡା, ବ୍ରାଜିଲ, ଫ୍ରାନ୍ସ ସମେତ ୧୨ଟି ଦେଶର ସିଭିଲ ସୋସାଇଟି ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଷ୍ଣୁପ୍ରିୟା ଓ ସନ୍ଦିପ ନୟାଗଡ଼ ତଥା ଓଡ଼ିଶାର କିଶୋର-କିଶୋରୀମାନଙ୍କ ସମସ୍ୟା ଓ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ସାମାଜିକ ପରିବର୍ତ୍ତନ ପାଇଁ ଏକ ସଶକ୍ତ…

Read More

ନୀଳମାଧବ ମହାବିଦ୍ୟାଳୟରେ ଏବିଭିପିର ନୂତନ କ୍ୟାମ୍ପସ ୟୁନିଟ୍ ଘୋଷଣା

କଣ୍ଟିଲୋ, (ନୟାଗଡ଼ ଦର୍ପଣ): ବିଶ୍ବର ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)  ତରଫରୁ ନୀଳମାଧବ ମହାବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷା ବର୍ଷ ନିମନ୍ତେ ନୂତନ କ୍ୟାମ୍ପସ ୟୁନିଟ୍ ଗଠନ ହୋଇଯାଇଛି। ନୂତନ କ୍ୟାମ୍ପସ ୟୁନିଟର ସଭାପତି ସୂର୍ଯ୍ୟକାନ୍ତି ସ୍ୱାଇଁ, ଉପ-ସଭାପତି ରାଜେଶ ନାୟକ, ଲକ୍ଷ୍ମୀପ୍ରିୟା ପ୍ରଧାନ, ସଚ୍ଚିଦାନନ୍ଦ ସ୍ୱାଇଁ ଓ ସମ୍ପାଦକ ଚନ୍ଦନ ନାୟକ, ସହ-ସମ୍ପାଦକ ମିଲନ ପ୍ରଧାନ, ଏସ୍.ଏଫ୍.ଏସ୍ ପ୍ରମୁଖ ସୁମେଶ ମହାରଣା, ଏନ୍.ଏସ୍.ଏସ୍ ପ୍ରମୁଖ ଚିନ୍ମୟ ପଣ୍ଡା, ଏନ୍.ସି.ସି ପ୍ରମୁଖ ସୁଭଲକ୍ଷ୍ମି ଖଟୁଆ, ସହ-ପ୍ରମୁଖ ଦୀପା ମନ୍ତ୍ରୀ, କୁନି ସାହୁ ଏବଂ ୧୫ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀଙ୍କୁ ଦାୟିତ୍ଵ ମିଳିଛି ଓ ନୟାଗଡ଼ ଜିଲ୍ଲା ସହ-ସଂଯୋଜକ ମଙ୍ଗୁଳି ବେହେରାଙ୍କ ଉପସ୍ଥିତିରେ କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇଯାଇଛି। କ୍ୟାମ୍ପସରେ ନୂତନ ଦାୟିତ୍ବ ପାଇଥିବା ବିଦ୍ୟାର୍ଥୀଙ୍କୁ ଅନ୍ୟ ଛାତ୍ରଛାତ୍ରୀମାନେ ସମର୍ଥନ କରିବା ସହ ଉଭୟଙ୍କୁ ଶୁଭେଚ୍ଛା…

Read More

ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁରସ୍ଥ ଲୋକ ନୋଡାଲ ବିଦ୍ୟାପୀଠରେ ଦାସିଆ ଅଜା ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ଆୟୋଜିତ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଆୟୋଜିତ ସଭାରେ ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ଵଳନ କରି ମହାପ୍ରଭୁ ଜଗନ୍ନାଥ ଓ ଦାସିଆ ଅଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦାସିଆ ଅଜା ତିରୋଧାନ ଦିବସ ପାଳନ ସଭାରେ ମୂଖ୍ୟ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ହରିହର ସାହୁ ଯୋଗ ଦେଇ ‘ଦାସିଆ ଅଜା’ଙ୍କର ଜୀବନର ବିଶେଷତା କଥା ଛଳରେ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ…

Read More

ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ

ରଣପୁର,(ନୟାଗଡ଼ ଦର୍ପଣ):  ରଣପୁର ବ୍ଲକ୍ ଝାଡ଼ପଡା ଦୁର୍ଗା ମଣ୍ଡପ ଠାରେ ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ ପରିଷଦର ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।  ଏହି ସମାରୋହ ଅବସରରେ ରାଜ୍ଯ ବରିଷ୍ଠ ନାଗରିକ ମହାସଂଘ ମହାସଚିବ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ ମୁଖ୍ୟବକ୍ତା, ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ  ସଭାପତି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି , ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମ୍ପର୍କୀତ ବହୁମୂଲ୍ୟ ଉପାଦେୟ ତଥ୍ଯ ଉପସ୍ଥାପନ କରି ଉପସ୍ଥିତ ବରିଷ୍ଠ ନାଗରିକଙ୍କ ହୃଦୟକୁ ଜିଣିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ଭିତରେ ବିଜୟ କୁମାର ରାଉତ, ବାଳକୃଷ୍ଣ ମିଶ୍ର,ଡାକ୍ତର ମଧୁସୂଦନ ସେନାପତି, ସୁରେନ୍ଦ୍ର ରାଉତ, ଲିଙ୍ଗରାଜ ସାହୁ,ମନୋଜ ପାତ୍ର, ରମେଶ ରାଉତ,…

Read More

୧୧ତମ ଓଡିଶା କୃଷକ ସଭା ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ୧୧ ତମ ଓଡିଶା କୃଷକ ସଭା ନୟାଗଡ଼ ଜିଲ୍ଲା ସମ୍ମିଳନୀ ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷକ ସଭାର ପତାକାକୁ ଗୋଲକ ବିହାରୀ ମୁଦୁଲି ଉତୋଳନ କରିବା ପରେ ସହିଦ ବେଦିରେ ପୁଷ୍ପମାଲ୍ୟ ଦେବା ପରେ ରାଜ୍ୟ ସଭାପତି ଜମ୍ବେଶ୍ୱର ସାମନ୍ତରା ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର ଚିଠା ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବ ୧୨ଜଣ ପ୍ରତିନିଧି ଆଲୋଚନା କରିବା ପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତା ସହିତ ଚାଷୀ ମାନଙ୍କ ବିରୁଦ୍ଧରେ ହୋଇଥିବା ବିଭିନ୍ନ ଚାଷୀ ବିରୋଧୀ ଆଇନ ବିଷୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାମୀନାଥନ କମିଶନ ନୀତିକୁ କାର୍ଯକାରୀ କରୁ ନଥିବାରୁ ସମ୍ମିଳନୀ ଏହାକୁ ନିନ୍ଦା କରିଥିଲା। ସଠିକ ସମୟରେ ସାର ଯୋଗାଣ, ଫସଲ…

Read More

ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ପ୍ରମୁଖ ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବସରରେ ନୟାଗଡ଼ ରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ଜିଲା ସଂସ୍କୃତି ବିଭାଗ ଅଧିକାରିଣୀ ସୁଜାତା ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସହିତ ନୟାଗଡ଼ ର ପ୍ରମୁଖ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା କମିଟି, ରୋଟାରୀ କ୍ଲବ, ସିଭିଲ ସୋସାଇଟି, ନୟାଗଡ଼ କ୍ଲବ୍, ଇନର ହୁଇଲ କ୍ଲବ, ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର, ତଥାସ୍ତୁ, ତେଜସ୍ବିନି ପ୍ରମୁଖର ସଦସ୍ୟମାନେ ମାଲ୍ୟାର୍ପଣ କରିବା ସହ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ…

Read More