ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିଡୟମ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ନାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର…
Read MoreDay: August 1, 2025
ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍ଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଦଶପଲ୍ଲା ଓ ଖଣ୍ଡପଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ୨୦୨୩ ମସିହାରୁ ଦେଶରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ନୟାଗଡ଼…
Read Moreରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ
“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ କହିଲେ ବିଧାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ରୋଟାରୀ କ୍ଳବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ବିଦାୟୀ ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୫-୨୬ ବର୍ଷ ପାଇଁ ନୂତନ ଭାବେ…
Read More