ଅବସର ଦିନ ସଂପୂର୍ଣ୍ଣ ପେନସନ୍ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି, କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ ରହି ଅବସର ପ୍ରାପ୍ତ  ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୂର୍ଣ୍ଣାଙ୍ଗ ପେନସନର କାଗଜପତ୍ର ପ୍ରଦାନ କରିଆସୁଛନ୍ତି। କ୍ରମାନ୍ୱୟରେ ଏହି ଜନହିତକର କାର୍ଯ୍ୟ ହୋଇଆସୁଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ…

Read More