ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବାଚସ୍ପତିଙ୍କ ପ୍ରତିନିଧି, ପୁରୀ ସାଂସଦଙ୍କ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏଜେଣ୍ଡା ଅନୁଯାୟୀ ଆଲୋଚନା କରି…
Read MoreDay: May 15, 2025
ଭାରତୀୟ ସେନାବଳର ସଫଳତାରେ ନୟାଗଡ଼ ଜିଲ୍ଲାରେ “ପରାକ୍ରମ ଶୋଭାଯାତ୍ରା”
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ଜଣାଇବାକୁ “ପରାକ୍ରମ ଶୋଭାଯାତ୍ରା”ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ନୟାଗଡ଼ ସହର ଦୁର୍ଗାପ୍ରସାଦ ପଡ଼ିଆ ଠାରୁ ସକାଳ ୮ଘଟିକାରେ ଆରମ୍ଭ ହୋଇ ପୂରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସହର ଯାତ୍ରା କରିଥିଲା। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଉପସ୍ଥିତ ରହି ପତାକା ପ୍ରଦର୍ଶନ କରି ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ…
Read Moreଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ
ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ମାଟ୍ରିକ ଟପର ଆଶିଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଂଘର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ଜଜସିପ ପ୍ରଶାସନିକ ଦାୟିତ୍ୱ ରେ ଥିବା ଓଡିଶା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀଶ ଜଷ୍ଟସ ଚିତ୍ତରଞ୍ଜନ ଦାଶ ଯୋଗଦେଇ ଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜଷ୍ଟିସ ଦାଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜଳନ କରିଵା ପରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ ସମ୍ପାଦକ ସ୍ବଦେଶ ମିଶ୍ର ଜଷ୍ଟିସ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧିତ କରି ଶ୍ରଦ୍ଧା ଉପହାର ପ୍ରଦାନ କରିଥିଲେ। ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ହାସଲ କରି ଜିଲ୍ଲରେ ଟପ୍ପର ଏବଂ ରାଜ୍ୟରେ ସପ୍ତମ ସ୍ଥାନ ଅଧିକାର କରିଥିବା ଯୁବ ଆଇନଜୀବୀ ସୁରେଶ କୁମାର ପ୍ରଧାନଙ୍କ ସୁପୁତ୍ର ଆଶିଷ ପ୍ରଧାନଙ୍କୁ ଜଷ୍ଟିସ ଦାଶ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ଆନନ୍ଦ ନାରାୟଣ…
Read More