ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ତରଫରୁ ଗତ ମାର୍ଚ୍ଚ ୮ ତାରିଖରୁ ମାଉଣ୍ଟ ଆବୁରୁ ଆରମ୍ଭ ହୋଇ ୧୮ଟି ରାଜ୍ୟକୁ ପ୍ରାୟ ୧୮୦୦୦ କି.ମି ଅତିକ୍ରମ କରି ଆସନ୍ତା ଜୁନ ୭ ତାରିଖରେ ନୂଆଦିଲ୍ହୀରେ ପହଞ୍ଚିବାକୁ ଥିବା “ଜାଗତେ ରହୋ ଭାରତ ଯାତ୍ରା”କୁ ନୟାଗଡରେ ସ୍ଵାଗତ କରିଯାଇଥିଲା। ତତ୍ପରେ ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ ଭବନ ଠାରେ ସୋହମ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଯାତ୍ରାର ମୁଖ୍ୟ କର୍ଣ୍ଣଧାର ତଥା ଦିଗଦର୍ଶକ ଓ ଗ୍ରାମୀଣ ବିକାଶ ମଣ୍ଡଳ, ହରିୟଣାର ପ୍ରତିଷ୍ଠତା ରାଜେନ୍ଦ୍ର କୁମାର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନାରୀମାନଙ୍କ ସମ୍ମାନ ଓ ନାରୀ ନିର୍ଯ୍ୟାତନା ବିରୋଧରେ…
Read MoreDay: May 1, 2025
କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ)। ନୟାଗଡ଼ରେ କଷ୍ଟିଡାକୁଆ ଭବନଠାରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବସ୍ତିବାସିନ୍ଦା ସଂଘର ନେତା କରିମ୍ ଖାଁ ଙ୍କ ଦ୍ଵାରା ରକ୍ତପତାକା ଉତ୍ତୋଳନ କରାଯାଇଥିଲା। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ମଇଦିବସର ଇତିହାସ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଅଧୁନା ଶ୍ରମିକ କୃଷକମାନଙ୍କ ସ୍ଵାର୍ଥ ବିରୋଧରେ ଚାଲିଥିବା ବିଶ୍ଵବ୍ୟାପୀ ପୁଞ୍ଜିବାଦୀ ଚକ୍ରାନ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆସନ୍ତା ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।
Read Moreନୟାଗଡ଼ରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନ ନୟାଗଡ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ ତଥା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିବାହୀ ଅଧିକାରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ, ନୟାଗଡ ଅଞ୍ଜଳି ମାଛଖଣ୍ଡ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ନୟାଗଡ, ଶ୍ରୀ ଚିତ୍ତରଞ୍ଜନ ରାଉତ ଇତ୍ୟାଦି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା…
Read Moreଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷି ଦିବସ ପାଳନ ସମାରୋହ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ନବଘନପୁର ଠାରେ ଡ଼ଃ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ , ଓଡିଶା ସରକାର)ଙ୍କ କରକମଳରେ ଅଖି ମୁଠି ଅନୁକୂଳ, ଭୂମି ପୂଜନ, ଭୂମି କର୍ଷଣ ସକାଳ ଘ.୭.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ପରେ ଜିଲ୍ଲାପରିଷଦର ସୃଜନୀ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଥିବା ବେଳେ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡ଼ା, ଡ଼ଃ ଅରୁଣ କୁମାର ସାହୁ, ବିଧାୟକ ନୟାଗଡ, ସମ୍ମାନୀୟ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀୟ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ…
Read More