ନୟାଗଡ଼,(ନୟାଗଡ଼ ଦର୍ପ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଂଗୃହିତ ଆବର୍ଜନା ଗୁଡ଼ିକରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଛି । ରେଳ ଷ୍ଟେସନ ପରିସର ତଥା ରେଳ ଧାରଣାରେ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ,ପାଉଚ, ଜରି,କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ଡଷ୍ଟବିନ ସାହାଯ୍ୟରେ ସଂଗ୍ରହ କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ପରିଷ୍କାର କରାଯାଇଥିଲା। ଶେଷରେ ସଂଗୃହିତ ଅଳିଆ ଆବର୍ଜନା ଗୁଡ଼ିକୁ ଷ୍ଟେସନର ଶେଷ ପାର୍ଶ୍ୱରେ ଏକତ୍ରିତ କରାଯାଇ ସେଥିରେ ଅଗ୍ନି ସଂଯୋଗ କରି ନଷ୍ଟ କରାଯାଇଥିଲା।ନୟାଗଡ଼ ନାଗରିକ ମଞ୍ଚ…
Read More