ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ଓ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ସହିତ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ବିଦ୍ଯାଳୟ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ  ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସର୍ବପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ଓଡ଼ିଶା ଦିବସର ତାପ୍ତର୍ଜ୍ୟ ସହିତ ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ଉତ୍କଳ ଜନନୀଙ୍କ ପୂଜନ ସହିତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ୍ତ କୁମାର ହୋତା ଓ ଅର୍ଚ୍ଚନା ରଥ ଯଜ୍ଞ ରେ ପୁରୋଧା ଭାବରେ ଆସନ ଗ୍ରହଣ କରି ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି…

Read More

ଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍…

Read More

ଆଦର୍ଶପ୍ରଧାନ ଶିକ୍ଷକଙ୍କୁ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ  ପ୍ରଧାନଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ନୟାଗଡ଼ ଜିଲା ସାମ୍ବାଦିକ ସଙ୍ଘର ଜିଲା ସଭାପତି ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରଦୀପ କୁମାର ପଣ୍ଡା, ବିପିନ ବିହାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶର୍ମିଷ୍ଠା ସାମନ୍ତରାୟ ଓ ଉପ ସଭାପତି ଜିତୁନ ମହାପାତ୍ର, କାଉନସିଲର କିଶନ ଦାସ, ରାଜକୁମାର ସାହୁ ଓ ଲକ୍ଷ୍ମୀଧର ମହାପାତ୍ର,  ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବାଳକୃଷ୍ଣ ମହାରଣା, ଶିକ୍ଷୟତ୍ରୀ ସ୍ମୃତିଧାରା ମିଶ୍ର, ସ୍ନେହାଞ୍ଜଳି ସିଂଦେଓ,   ସିଆରସିସି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲଷ୍ମୀପ୍ରିୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More