ସାମ୍ବାଦିକ ସମସ୍ୟା ସମାଧାନ ଦିଗରେ ମାର୍ଗ ପ୍ରସ୍ତୁତ ହେବ, ଉତ୍କଳ ସାମ୍ବାଦିକ ସଂଘ ପ୍ରବେଶ ଦ୍ଵାର ହେଉ- ବାଚସ୍ପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ରଣପୁର ଶାଖା ପ୍ରତିଷ୍ଠା ଦିବସ ଆଜି ରଣପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରଣପୁର ବ୍ଲକ ଶାଖା ସଭାପତି ପ୍ରସନ୍ନ କୁମାର ସାମନ୍ତରାୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଜିଲ୍ଲା ଶାଖା ସମ୍ପାଦକ ବୈଦ୍ୟ ଭୂଷଣ ମହାପାତ୍ର, ରଣପୁର ଶାଖା ସମ୍ପାଦକ ମଧୁସୁଦନ ପରିଡ଼ା ପ୍ରମୂଖ ଯୋଗ ଦେଇଥିଲେ। ବାଚସ୍ପତି ଶ୍ରୀମତି ପାଢ଼ୀ ତାଙ୍କ ବକ୍ତବ୍ୟରେ ସାମ୍ବାଦିକ ସମସ୍ୟା…

Read More

ସୃଜନିକାର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ‘ସୃଜନିକା’ର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ କେ.ସି କ୍ଲବ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କେଶବଚନ୍ଦ୍ର ରାଉତ ଓ ସଂପଦ କୁମାର ରଥ ଯୋଗଦେଇଥିଲେ । ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାଂପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ। ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା…

Read More

ସ୍ମୃତିତୀର୍ଥ’ ପକ୍ଷରୁ  ସାହିତ୍ୟ ଓ ସଂଗୀତର ଯୁଗଳ ବନ୍ଦୀ ‘ରଙ୍ଗ-ଫଗୁଣ’ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ହୋଲି ପର୍ବରେ ସ୍ମୃତିତୀର୍ଥ ପକ୍ଷରୁ ରଙ୍ଗ-ଫଗୁଣ -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସାଗର ପୁଷ୍କରିଣୀ କୂଳସ୍ଥିତ ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ଯ ସଭାରେ ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀରୁ ଶତାଧିକ ଦର୍ଶକ ଭରପୂର ଆନନ୍ଦ ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଗୀତାଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ସଂପାଦକ ପ୍ରଭାତ କୁମାର ମିଶ୍ର ସଂପାଦକୀୟ ଉପସ୍ଥାପନାରେ ଗତ ବତିଶି ବର୍ଷ ଧରି ସ୍ମୃତିତୀର୍ଥର ଭୂମିକା ବିଷୟରେ ସମ୍ୟକ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସଂସ୍କୃତି ଗବେଷକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, କମ୍ରେଡ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ସ୍ଵକୀୟ ଭାଷଣ ଉପସ୍ଥାପନ କରିଥିଲେ । ପ୍ରତିବର୍ଷ ପରି ୨୦୨୫ ବର୍ଷ…

Read More