ଶିକ୍ଷକ ସହିଦ ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ୧୯୭୮ ମସିହା ମାର୍ଚ୍ଚ ୯ ତାରିଖରେ ଭୁବନେଶ୍ୱର ଠାରେ ଶିକ୍ଷକମାନଙ୍କ ବିଭିନ୍ନ ଦାବି ନେଇ  ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହେବାକୁ ବସ ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟିକାତାଳଠାରେ ଦୁର୍ଘଟଣାରେ ଶିକାର ହୋଇ ମୋଟ ୬ଜଣ ଶିକ୍ଷକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ  ନୟାଗଡ଼ ଜିଲ୍ଲାର ଜଣେ ଶିକ୍ଷକ ଏବଂ ୩ ଜଣ ଶିକ୍ଷୟିତ୍ରୀ ପ୍ରାଣ ହରାଇଥିଲେ । ପ୍ରାଣ ହରାଇଥିବା ଶିକ୍ଷକମାନେ ଥିଲେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର କାହ୍ନୁ ଚରଣ ପଟ୍ଟନାୟକ,ଦଶପଲ୍ଲା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଳାସିନୀ ପଟ୍ଟନାୟକ, ସହକାରୀ ଶିକ୍ଷୟିତ୍ରୀ ଚାରୁଲତା ପଟ୍ଟନାୟକ ଏବଂ ଶାନ୍ତିଲତା ମହାରଣା । ଶିକ୍ଷକ ସମାଜ ପାଇଁ ପ୍ରାଣବଳି ଦେଇ ସହିଦ୍ ହୋଇଥିବା ଏହି ଶିକ୍ଷକ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୀରେ ଧୀରେ ବିଲୁପ୍ତ ହୋଇଯାଉଥିବା ଆମ ସଂସ୍କୃତି ଓ ପରମ୍ପରା ଯଥା ଓଡ଼ିଆ ଘରର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପେୟ, ପିଠାପଣା ସହିତ ପର୍ବପର୍ବାଣୀ ଉପରେ ଛାତ୍ରଛାତ୍ରୀଙ୍କୁ ଧାରଣା ଦେବା ଓ ହାତତିଆରି କଣ୍ଢେଇ ବା ଖେଳନା, ଝୋଟି, କାଗଜର ଫୁଲ ସହିତ ଆକୃତି ଗଢ଼ିବା ଉପରେ ପିଲାଙ୍କ ମନରେ ଆଗ୍ରହ ଜାତ କରିବା ନିମନ୍ତେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ତତ୍ତ୍ଵାବଧାନରେ “ଆମ ସଂସ୍କୃତି ଓ ଆମ ଖେଳନା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ୁଥିବା ଛାତ୍ରଛାତ୍ରୀ ମାନେ ରଙ୍ଗବେରଙ୍ଗର କାଗଜ ଓ କନା ତିଆରି ଫୁଲ, ଝାଲର, ତୈଳଚିତ୍ର ଇତ୍ୟାଦି ତିଆରିକରି ଆଣିଥିବା ବେଳେ ସେଗୁଡିକୁ ଆଜିର…

Read More

ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ବବିଫଳ ହୋଇଥିବା ବିଜେପି ସରକାର ବରଖାସ୍ତ ଦାବିରେ ଜିଲ୍ଲା କଂଗ୍ରେସ ର ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର

ବିକ୍ଷୋଭ ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଧସେଇ ପସିଲେ କଂଗ୍ରେସ କର୍ମୀ ବିକ୍ଷୋଭ ସଭାରେ ଶହଶହ ମହିଳାଙ୍କ ଉପସ୍ଥିତି ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାଶଙ୍କ ଆହ୍ବାନ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ବରେ ବିକ୍ଷୋଭ ସଭା କରାଯାଇ ସଭାସ୍ଥଳରୁ ଏକ ଦଳୀୟ ଶୋଭାଯାତ୍ରାରେ ଶହଶହ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ମୁଖ୍ଯ ଫାଟକରେ ଧସେଇ ପସି, ମୋହନ ସରକାରର ବରଖାସ୍ତ ଦାବିରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଜରିଆରେ ମହାମହିମ ରାଜ୍ଯପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟରେ ୯ମାସ ଧରି ବିଜେପି ସରକାର ଆସିବା ଦିନଠାରୁ ୫୫ଜଣ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର, ୧୬୦୦ ଯୁବତୀ, ନାବାଳିକା ନିଖୋଜ ସହିତ ଦୁଷ୍କର୍ମର ପିଡିତା କୁ ନ୍ୟାୟ ଦାବିରେ ରାଜ୍ଯର ଡବଲ ଇଂଜିନ୍…

Read More