ଜଙ୍ଗଲ ଜମିରେ ନିର୍ମିତ ବେଆଇନ ପଞ୍ଚାୟତ ଅଫିସକୁ ଭାଙ୍ଗିବା ଲାଗି ନିର୍ଦ୍ଦେଶ ଦେଲେ ଜାତୀୟ ଗ୍ରୀନ୍ ଟ୍ରିବୁନାଲ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ବ୍ଲକ ଝାଡପଡା ପଞ୍ଚାୟତରେ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ନିର୍ମାଣ କରା ଯାଇଥିବା ପଞ୍ଚାୟତ ଗୃହକୁ ହଟାଇବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍(ଏନ୍.ଜି.ଟି) ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଘଟଣାର ତଦନ୍ତ ପାଇଁ ନୟାଗଡ ଜିଲ୍ଲାପାଳ, ଖୋର୍ଦ୍ଧା ଡି.ଏଫ୍.ଓ ଓ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଜ୍ଞାନିକଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ଏହି ମାମଲାରେ ରାଜ୍ଯ ସରକାର, ରାଜ୍ଯ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜସ୍ଵ ବିଭାଗ ସଚିବ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନୟାଗଡ ଜିଲ୍ଲାପାଳ, ନୟାଗଡ ଏସ୍.ପି, ରଣପୁର ତହସିଲଦାର୍, ଝାଡପଡା ପଞ୍ଚାୟତର ସରପଞ୍ଚ ଓ ଝାଡପଡା ଗ୍ରାମର ଅନ୍ଯ ଜଣେ ବ୍ଯକ୍ତିଙ୍କୁ ନୋଟିସ୍ ଜାରି ହୋଇଥିଲା। ଝାଡପଡା ଗାଁ’ ର ନିତ୍ଯାନନ୍ଦ ଜେନାଙ୍କ ସମ୍ମତି…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା

ନୟାଗଡ଼, (ନୟାଗଡ଼ ଦର୍ପଣ): ଗପ ଆମ ସଂସ୍କୃତିର ଅଭିନ୍ନ ଅଧ୍ୟାୟ। ଗପ ମାଧ୍ୟମରେ ଶିଶୁର ବୌଦ୍ଧିକ ବିକାଶ ହେବା ସହିତ ଭଲ ମଣିଷ ହେବାକୁ ପ୍ରେରିତ ହୋଇଥାଏ। ସେଥିପାଇଁ ଅଜା,ଆଈ ଓ ଜେଜେମା ନାତି ନାତୁଣୀଙ୍କୁ ପିଲାଦିନେ ଗପ ଶୁଣାନ୍ତି। ଧୀରେଧୀରେ ଗପ ଶୁଣିବା ଓ ଶୁଣାଇବା ପ୍ରଥା ବିଲୁପ୍ତ ହେବାକୁ ବସିଲାଣି। ଇଣ୍ଟରନେଟ୍ ର ପ୍ରଚୁର ବ୍ୟବହାର ଆଜି ଆମ ପୁରୁଣା ସଂସ୍କୃତିକୁ ବାଟବଣା କଲାଣି। ପିଲାଟି ଗପ ଶୁଣି ପରେ କହିଥାଏ। ଏହି ପ୍ରଥାକୁ ପୁନଃର୍ଜୀବିତ କରିବା ଉଦ୍ଦେଶ୍ୟରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ “ଗପ ଶୁଣିବା ଓ କହିବା” କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମରୁ ନବମ ଶ୍ରେଣୀର ପାଖାପାଖି ପଚାଶ ଜଣ ଛାତ୍ରଛାତ୍ରୀ ଖୁବ୍ ସୁନ୍ଦର୍ ସୁନ୍ଦର୍ ଗପ ଶୁଣାଇ ଥିଲେ। ଆଜିର…

Read More

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ। ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ମୁଥାଗାଡ଼ିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜାଲିନ ପଟ୍ଟନାୟକଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ମୁଥାଗାଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ନବଘନପୁର କ୍ଲଷ୍ଟର ସିଆରସିସି ଅଶୋକ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଗ୍ରାମ ସଭାପତି ପ୍ରବିତ୍ର ମୋହନ ପରିଡ଼ା, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ କୁମାର ସେଠି, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ଅଶୋକ ମଲ୍ଲ, ଧନେଶ୍ୱର ସ୍ୱାଇଁ,…

Read More

ପାଟଚଣ୍ଡୀ ପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଟଚଣ୍ଡୀ ପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବରିଷ୍ଠ ଶିକ୍ଷକ ତଥା କବି ଅଶୋକ କୁମାର ମଲ୍ଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ତଥା ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ ଯୋଗଦାନ କରିଥିଲେ। ବାର୍ଷିକ ଉତ୍ସବ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ପରିସ୍ଫୁଟନ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବାଦ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ…

Read More

ଗାଇଡାନ୍ସର “ମେମୋରିଆ ୨୪-୨୫” ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ସର୍ବ ପୁରାତନ ପ୍ଲେ ସ୍କୁଲ ବଚପନ୍ ଓ ଗାଇଡାନ୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ “ମେମୋରିଆ ୨୪-୨୫” ଦୁଇଦିନ ବ୍ୟାପୀ ମହା ଆଡ଼ମ୍ବରରେ ବାରମାସୀ ଦଣ୍ଡା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଏବଂ ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ବିଜୟ କୁମାର ରଥ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।ଶିଶୁର ସର୍ବାଙ୍ଗୀନ ଉନ୍ନତି ହିଁ ପ୍ରକୃତ ଶିକ୍ଷା ବୋଲି ଅତିଥି ମାନଙ୍କ ଆହ୍ବାନ ଥିଲା । ଦ୍ଵିତୀୟ ଦିବସରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ନୟାଗଡ଼…

Read More