ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ। ନାଟ୍ୟଧାରା ପକ୍ଷରୁ ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶୁଭମ ପାର୍କ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ନୟାଗଡ଼ର ଚମତ୍କାର ନାଟ୍ୟାନୁଷ୍ଠାନ, ଭୁବନେଶ୍ୱରର ବିଦ୍ୟାକନକ ସୃଜାନୁଷ୍ଠାନ ଏବଂ ପଞ୍ଚାଧ୍ୱନି, ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ସମ୍ବଲପୁରର ଅଦୃଶ୍ୟ ନାଟ୍ୟାଶ୍ରମ, ରାଉରକେଲାର ସ୍ବସ୍ତି ଝଙ୍କାର ଏବଂ ଭୁବନେଶ୍ୱରର ମ୍ୟାଜିକ ଥିଏଟର ପ୍ରମୁଖ…
Read More