ନୟାଗଡ଼, (ନୟାଗଡ଼ ଦର୍ପଣ): ଦ୍ୱିତୀୟ ଥର ପାଇଁ ମା’ ହେଲା କଳା କଲରା ପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ନୟାଗଡ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ବାଘଟି ଛୁଆକୁ ପାଟିରେ ନେଇକି ଯାଉଥିବା ସିସି କ୍ୟାମେରାରେ କଏଦ ହୋଇଛି । କିନ୍ତୁ କେତୋଟି ଛୁଆ ଜନ୍ମ ହୋଇଛନ୍ତି ବନ ବିଭାଗ ପାଖରେ ଖବର ନାହିଁ । ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ…
Read MoreDay: January 3, 2025
ଜିଲ୍ଲାପାଳଙ୍କ ନିଆରା ଚିନ୍ତାଧାରା ଏବଂ ଅଭିନଵ ପଦକ୍ଷେପ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ଚିନ୍ତାଧାରା ଯୋଗୁଁ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ସାଜିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଫୁଲତୋଡ଼ା,ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଚଳିତ ବର୍ଷ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଯୁବ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବହୁ ବର୍ଷରୁ ଚାଲି ଆସିଥିବା ଏହି ପରମ୍ପରାକୁ ଭାଙ୍ଗ କରିଛନ୍ତି। ସେ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ଜିଲ୍ଲାର ସମସ୍ତ ପଦାଧିକାରୀ ତଥା ସର୍ବସାଧାରଣଙ୍କୁ ନୂଆବର୍ଷ ଉପଲକ୍ଷେ କୌଣସି ଡ଼ାଇରୀ, କ୍ୟାଲେଣ୍ଡର ଏବଂ…
Read Moreଚିନ୍ମୟ ମିଶନ ପକ୍ଷରୁ ୧୧ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ଉଦୟନାଥ ନାୟକ, ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ପ୍ରଫୁଲ…
Read More