ବରିଷ୍ଠଙ୍କ ଆଶ୍ରିବାଦ ଯୁବ ପିଢ଼ିଙ୍କ ପାଇଁ ବର ଦାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗର ତୁଳନା ନାହିଁ, ବରିଷ୍ଠଙ୍କ ଉପସ୍ଥିତି ପରିବାର ଭିତରେ ଶୃଙ୍ଖଳା ରକ୍ଷା କରିଥାଏ। ବାପା, ବୋଉ ଜେଜେବାପା, ଜେଜେ ମା ଭଳି ବରିଷ୍ଠ ମାନଙ୍କ ଆଶ୍ରିବାଦ, ପୁଅ, ଝିଅ ଏବଂ ଯୁବ ପିଢ଼ିମାନଙ୍କ ପାଇଁ ବର ଦାନ ସଦୃଶ। ସେମାନଙ୍କ ପ୍ରେରଣା ନୀତି ଆଦର୍ଶ ସନ୍ତାନଙ୍କ ପାଇଁ ମଙ୍ଗଳ ମୟ ହୋଇଥାଏ। ଖଣ୍ଡପଡ଼ା ବ୍ଲକ ବନମାଳିପୁର ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ ଉଦଘାଟନ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଭାପୁର ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ପ୍ରଭାକର ସାହୁ, ଖଣ୍ଡପଡା ଏସଡିପିଓ ବିମଳ କୁମାର ବାରିକ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ପଞ୍ଚାୟତ ସମିତି ଅଧକ୍ଷା…

Read More

ଜିଲ୍ଲା ଏ.ଡି.ଇ.ଓ  ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ  ସଂଘର ରାଜ୍ୟ ସ୍ତରୀୟ  ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ ଜିଲ୍ଲା ଏ.ଡି.ଇ.ଓ  ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଊତ୍ସବରେ ରାଜ୍ୟ ସ୍ତରୀୟ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ଦିନରେ ପ୍ରତ୍ୟକ ବର୍ଷ  ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀରେ ଦେଶ ପ୍ରେମ ଦିବସକୁ ସଂଘ ସାଙ୍ଗ ପ୍ରେମୀ ଦିବସରେ ପାଳନ କରିବା ପାଇଁ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବଦଳ ଷଡ଼ଙ୍ଗୀ ପ୍ରସ୍ତାବ ରଖିଥିଲେ। ଏଥିସହିତ ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକର ସଭାପତି, ସମ୍ପାଦକ, ଜିଲ୍ଲା କୋର କମିଟିର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ପ୍ରଭାତ କୁମାର…

Read More

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫ ରିଖ ଠାରୁ ୨୪.୦୧.୨୦୨୫ରିଖ  ଆୟୋଜିତ ତିନି ଦିନିଆ ଷ୍ଟଡି କ୍ୟାମ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ନବମ ଶ୍ରେଣୀର ଦୁଇ ଛାତ୍ର ଶୁଭମ ମହାପାତ୍ର ଓ ବଦ୍ରି ନାରାୟଣ ସାହୁ କୃତିତ୍ୱ ହାସଲ କରିଛନ୍ତି । ଜିଲ୍ଲାରେ ଓଡ଼ିଆ ଏକ୍ସଟେମ୍ପୋରରେ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଇଂଲିଶ ଏକ୍ସଟେମ୍ପୋରରେ ବଦ୍ରି ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷଧିକାରୀ ଗୀତଞ୍ଜଳି ସାହୁ, ଆଇପି ଅନିଲ କୁମାର ଦାସ, ଜେ ଆରସି ଓ ସନ୍ୟାସୀ ପ୍ରଧାନ, ରଘୁନାଥ ବିଦ୍ୟାପୀଠର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ । ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ସାମାଜିକ ଅନୁଷ୍ଠାନ ନିସ୍ବାର୍ଥର ସଂପାଦକ ତଥା ବରିଷ୍ଠ ସମାଜସେବୀ ଅରୁଣ କୁମାର ମହାନ୍ତି ଓ ମୁଥାଗାଡିଆ ଗ୍ରାମ ପଞ୍ଚାୟତ ସରପଂଚ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ବିଦ୍ଯାଳୟ ପ୍ରାଙ୍ଗଣରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଗୁରୁଜୀ ଗୁରୁମା ଓ ଅତିଥିମାନେ ଦୁଇ ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ।…

Read More

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ନୟାଗଡ଼ର ପୂଜ୍ୟପୂଜା ସଂଗଠନ ତଥା ସିଭିଲ ସୋସାଇଟ୍ ତରଫରୁ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପୂଜ୍ୟପୂଜା ସଂଗଠନ ର ସଭାପତି ପ୍ରସନ୍ନ କୁମାର ବସନ୍ତିଆ ଏବଂ ସିଭିଲ ସୋସାଇଟ୍ ର ସଭାପତି ଗୋଦାବରୀଶ ସାହୁ ଙ୍କ ଆବାହକତ୍ୱ ଏବଂ ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଦୁଇ ବରପୁତ୍ରଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସୁବକ୍ତା ରାମକୃଷ୍ଣ ରଥ, ପୂଜ୍ୟପୂଜା ସଂଗଠନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ଶିକ୍ଷାବିତ୍ ଶ୍ରୀଧର ସାହୁ ପ୍ରମୁଖ  ଦୁଇ ସଂଗ୍ରାମୀଙ୍କ ଜୀବନୀ, ବିପ୍ଳବ ଓ ତ୍ୟାଗପୂତ…

Read More

ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକର ଆୟୋଜନ କରଯାଇଛି।ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ସମେତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ, କ୍ୟାରିଅର କାଉନସେଲିଂ ସହ ଛାତ୍ର ଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ  ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା,  ଶିକ୍ଷା କ୍ଷେତ୍ରରେ ରେ  ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳ ର…

Read More

ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା

ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ସିରିୟସ ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ନାଟକ ମହୋତ୍ସବ ଶେଷ ସଂଧ୍ୟାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ସମ୍ବର୍ଦ୍ଧିତ ପ୍ରତିଭୁ ତଥା ସମ୍ମାନୀତ ଅତିଥି ଭାବେ ଜଳସେଚନ ବିଭାଗ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ପଟ୍ଟନାୟକ, ଫିଲ୍ମ ସେନସର ବୋର୍ଡ଼ ର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି କିଷାନ ଦାଶ ଏବଂ ସଂପାଦକ ଜାମିନ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସାଂସ୍କୃତିକ ଜାଗରଣ ଦୀର୍ଘ ଦିନ ଧରି ଚାଲିଛି। ନୟାଗଡ଼ର…

Read More

ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍‌, ଡାଇରୀ ପରିବର୍ତ୍ତେ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅତି ଆବଶ୍ୟକୀୟ ଉପକରଣ ଯଥା-ଖାତା, କଲମ,ପେନସିଲ, ରବର, କଟର, କଲରବାକ୍ସ, ଜ୍ୟାମିତି ବାକ୍ସ ଇତ୍ୟାଦି ଉପହାରରେ ଜିଲ୍ଲାର ସମସ୍ତ ଅଧସ୍ତନ ଅଧିକାରୀ, କର୍ମଚାରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ତାଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଫଳସ୍ୱରୁପ ବହୁ ପରିମାଣରେ ଉପରୋକ୍ତ ଉପକରଣଗୁଡ଼ିକ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲା । ଆଜି ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଅନୁଯାୟୀ ୪୫୬ଜଣ ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନସିଲ, ରବର, କଟର, କଲର, ସ୍କେଲ, ସ୍କେଚ୍‌ପେନ୍‌, ଜ୍ୟାମିତିବାକ୍ସ ଇତ୍ୟାଦିକୁ ପ୍ୟାକେଟ୍ କରି ବଣ୍ଟନ କରିଥିଲେ ।…

Read More

କବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ ପ୍ରଥମ କବିତା ସଂକଳନ  ‘ପ୍ରହରୀ’ ଉନ୍ମୋଚିତ ହୋଇଯାଇଛି। ଆଦିଦ୍ୟ ଭାରତ ପ୍ରକାଶନ ଦ୍ଵାରା ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ପର୍ବରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଗୋକୁଳ କୁମାର ଷଡ଼ଙ୍ଗୀ, ଗୋପୀନାଥ ସେଠୀ, ଯାମିନୀକାନ୍ତ ମିଶ୍ର, ଡ. ବିଜୟ କୁମାର ଚୌଧୁରୀ, ସୁଦର୍ଶନ ରାଉତ, କଥାକାର ଶୁଭ୍ରାଂଶୁ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ।

Read More

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ। ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ଯାହା ଦ୍ୱାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲ ତୋଡ଼ା ପରିବର୍ତ୍ତେ ଖାତା, ପେନ, ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନ କରିଥିଲେ।ସେହି ସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହାକୁ…

Read More