ନୟାଗଡ଼, (ନୟାଗଡ଼ ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ,…
Read MoreYear: 2025
ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୁବଶୀଘ୍ର ସେବା ଉତ୍ସବ କାର୍ଯ୍ୟକ୍ରମ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ” ତରଫରୁ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଟାକରା ସ୍ଥିତ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉତ୍ସର୍ଗ ଫାଉଣ୍ଡେସନର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମାନସ କୁମାର ପରିଡ଼ା, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ, କୁନା ବେହେରା, ରବି ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚିତ୍ତ ରଞ୍ଜନ ମିଶ୍ର, କୁନା ବେହେରା, କୃଷ୍ଣଚନ୍ଦ୍ର ରଣା, ସମ୍ବିତ କୁମାର ଭଟ୍ଟ, ଚନ୍ଦ୍ର ଶେଖର ନାଏକ, ଆଲୋକ ବେହେରା, ଚନ୍ଦନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରମୋଦ କୁମାର ସାହୁ ଯୋଗଦେଇଥିଲେ। ଖୁବଶୀଘ୍ର ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ଠାରେ ଏକ ସେବା…
Read Moreପରିଚାଳନାଗତ ଅନିୟମିତତା ଯୋଗୁଁ ଦେବୋତ୍ତର ଅଧୀନକୁ ଗଲା ଫତେଗଡ଼ ରାମ ମନ୍ଦିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଫତେଗଡ଼ ମୌଜାରେ ଥିବା ଶ୍ରୀରାମ ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନକୁ ଆସିଛି । ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ଏହି ଶ୍ରୀରାମ ମନ୍ଦିରରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ଏହି ଭବ୍ୟ ମନ୍ଦିର ସ୍ଥାନୀୟ କିଛି ଲୋକଙ୍କ ଦ୍ୱାରା ପରିଚାଳନା କରାଯାଉଥିଲା। ମନ୍ଦିର ପରିଚାଳନାରେ ଅନିୟମିତତା ହେଉଥିବା ଦେବୋତ୍ତର କମିସନ ଲଲାଟେନ୍ଦୁ ଜେନାଙ୍କ ନଜରକୁ ଆସିଥିଲା। କମିସନଙ୍କ ନିର୍ଦେଶକ୍ରମେ ଦେବୋତ୍ତର ନିରୀକ୍ଷକ ଏହାର ପରିଚାଳନା ସମ୍ବନ୍ଧରେ ତଦନ୍ତ କରିଥିଲେ। ତଦନ୍ତ ସମୟରେ ମନ୍ଦିର ପରିଚାଳନାରେ ଥିବା ବ୍ୟକ୍ତିମାନେ ଅନୁଷ୍ଠାନର ଆୟବ୍ୟୟର ତଥ୍ୟ ପ୍ରଦାନ କରିପାରିନଥିଲେ। ଦେବୋତ୍ତର ନିରୀକ୍ଷକଙ୍କ ବିବରଣୀ ଏବଂ ଅନ୍ୟ ତଥ୍ୟାବଳୀ ବିଚାରକୁ ନେଇ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ…
Read Moreନୟାଗଡ ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ବିଶେଷ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ରାଜ୍ୟରେ ଆଇନଜୀବୀ ପରିବାର କୁ ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ ଚିକିତ୍ସା ରେ ଅନ୍ତର୍ଭୁକ୍ତ କରିବା ସହିତ ନୟାଗଡ ଜିଲ୍ଲାରେ ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ଜିଲ୍ଲାର ବିଧାୟକମାନଙ୍କ ସହିତ ଆଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ନୟାଗଡ ଜିଲ୍ଲାର ପ୍ରାୟ ୧୩୦ ଦୁର୍ନୀତି ଭ୍ରଷ୍ଟାଚାର ସଂକ୍ରାନ୍ତୀୟ ମୋକଦ୍ଦମା ଭୁବନେଶ୍ୱର…
Read Moreୟାଟ୍ସ ବିଜୟୀ ଏନଏସି ହାଇସ୍କୁଲ ଛାତ୍ରଙ୍କ ଇସ୍ରୋ ପରିଭ୍ରମଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନ ବା ୟାଟ୍ସରେ ବିଜୟୀ ହୋଇଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟ ରଞ୍ଜନ ମିଶ୍ର ଏବଂ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଚର୍ଚ୍ଚିତ ଆହ୍ୱାନ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ଆଜିଠାରୁ ୫ଦିନିଆ ଇସ୍ରୋପରଦର୍ଶନରେ ବେଙ୍ଗାଲୁର ଗସ୍ତ କରିଛନ୍ତି । ତାଙ୍କ ସହିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଗାଇଡ ଶିକ୍ଷୟିତ୍ରୀ ଭାବେ ଯୋଗଦାନ କରିଛନ୍ତି । ସୂଚନା ଯୋଗ୍ୟ ଗତ ଫେବୃଆରୀ ମାସରେ ରାଜ୍ୟ ସରକାର ଏବଂ ଟାଟା ଷ୍ଟିଲ ପକ୍ଷରୁ ସମଗ୍ର ରାଜ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଚୟନରେ ସମୁଦାୟ ୩୦ଜଣ ଛାତ୍ରଛାତ୍ରୀ ବିଜୟ ହାସଲ କରି ଇସ୍ରୋ ପରିଦର୍ଶନ ପାଇଁ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଛାତ୍ର ମନୋନୀତ ହୋଇ…
Read Moreମଇ ୩୦ରେ ଭଞ୍ଜପୀଠରେ ଭଞ୍ଜଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ) ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବକାଳ ଧରି ଭଞ୍ଜଜୟନ୍ତୀ ଉତ୍ସବ ପାଳିତ ହୋଇଆସୁଥିବା କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଆସନ୍ତା ମଇ ୩୦ତାରିଖ ସନ୍ଧ୍ୟାରେ ଚଳିତବର୍ଷର ସାମ୍ବତ୍ସରିକ ଉତ୍ସବ ପାଳନ କରାଯିବ ବୋଲି ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର କାର୍ଯ୍ୟନିର୍ବାହୀ କମିଟି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଭଞ୍ଜଜୟନ୍ତୀ ଉତ୍ସବରେ ସାହିତ୍ୟିକ ତଥା ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବାବେଳେ ବିଶିଷ୍ଟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ମୁଖ୍ୟଵକ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ପାରମ୍ପରିକ ଭାବେ ସମ୍ବର୍ଦ୍ଧନା କ୍ରମେ ଓଡ଼ିଆ ଭାଷା ସାହିତ୍ୟର କୃତବିଦ୍ୟ ସାଧକ ତଥା ଜନ୍ମମାଟି ମାଳିସାହିର ଗୌରବ ଡ.ପ୍ରେମାନନ୍ଦ ମହାପାତ୍ର,…
Read Moreମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ନିର୍ବାଚନ, ପ୍ରମୋଦ ସଭାପତି, କିଷାନ ସମ୍ପାଦକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଗଠିତ ହୋଇଯାଇଛି। ଏଥିରେ ସର୍ବସାମ୍ମତି କ୍ରମେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଦାଶରଥି ସାହୁ ଏବଂ ଲକ୍ଷ୍ମୀଧର ମହାପାତ୍ର ଉପ ସଭାପତି,କିଷାନ କୁମାର ଦାସ ସମ୍ପାଦକ,ନଳିନୀକାନ୍ତ ମିଶ୍ର ଏବଂ ଭାଗିରଥି ଦାସ ଯୁଗ୍ମ ସମ୍ପାଦକ,କମଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଇନଜୀବୀ ପ୍ରଦୋଷ ପଟ୍ଟନାୟକ,ଶିଭାଶିଷ ପଟ୍ଟନାୟକ ଆଇନ ପରାମର୍ଶ ଦାତା ଭାବେ ମନୋନୀତ ହୋଇଥିଲେ। ତୁରନ୍ତ କାର୍ଯ୍ୟକାରୀ କମିଟିର ବୈଠକ ବସି ମନ୍ଦିର ପରିଚାଳନା କମିଟିର ଏକ ବାଇଲ ଏବଂ ୧୮୬୦ ଆକ୍ଟ ଅନୁଯାୟୀ ପଞ୍ଜିକରଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବରିଷ୍ଠ ସଦସ୍ୟ ଆଶୁତୋଷ ପଟ୍ଟନାୟକ ବୈଠକରେ ସଭାପତିତ୍ୱ କରିଥିଲେ।
Read Moreମଦର ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ କମିଟି ଗଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ସ୍ଥିତ ମଦର ଆବାସିକ ବିଦ୍ୟାଳୟର ପରିସରରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତିରେ ମନୋନୀତ ଦ୍ୱାରା କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ନୂତନ କାର୍ଯ୍ୟକାରୀ କମିଟିରେ ସଭାପତିଭାବେ ଚକ୍ରଧର ମାହାଳି, ଉପସଭାପତିଭାବେ ବିଦ୍ୟାଧର ଆଚାର୍ଯ୍ୟ ସେହିଭଳି ସମ୍ପାଦିକା ପ୍ରଭାସିନୀ ନନ୍ଦ, ସହ ସମ୍ପାଦିକାଭାବେ ଡ଼.ଜୁଲିଏଟ ତତସହିତ କମିଟି ସଭ୍ୟସଭ୍ୟାମାନେ ହେଲେ ଅମିତ କୁମାର ସାହୁ, ବିଜୟ ସାହୁ, ପ୍ରମୋଦ କୁମାର ନନ୍ଦ, ସାଗର ପ୍ରଧାନ, ନନ୍ଦିନୀ ଜୁଝାରସିଂ, ଅଶ୍ୱିନୀ ଜୁମର ପଣ୍ଡା, ପ୍ରକାଶ ପରିଡା। ନୂତନ କାର୍ଯ୍ୟକାରୀ କମିଟି ଗଠନ ସରିବା ପରେ ସଭାପତି ଶ୍ରୀଯୁକ୍ତ ମାହାଳି ଅନୁଷ୍ଠାନର କିଭଳି ଉର୍ନତି ହେବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ସଭ୍ୟମାନେ ତାଙ୍କ କଥାରେ ସମ୍ନତି ପ୍ରଦାନ କରିଥିଲେ। ଗରିବ ଅନୁସୂଚିତ ଜାତି, ଜନଜାତି ଏବଂ ଅନାଥ ଓ ପଛୁଆ…
Read Moreଓଟିଇଟିକୁ ଶିକ୍ଷକ ସଂଘର ବିରୋଧ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଓଟିଇଟି ନିୟମକୁ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ ଅନୁଯାୟୀ ପଦୋନ୍ନତି ବେଳେ ଓଟିଇଟିକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହା ଶିକ୍ଷକ ମାରଣ ନୀତି ଛଡା ଅନ୍ୟ କିଛି ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ୨୦୦୧ ମସିହାରୁ ୨୦୧୧ ପର୍ଯ୍ୟନ୍ତ ଏଭଳି ନିୟମ ନିଯୁକ୍ତି ବିଜ୍ଞାପନରେ ନଥିବା ବେଳେ ନୂଆ ନିର୍ଦ୍ଦେଶନାମା ଦେଇଛନ୍ତି ସରକାର। ଯଦି ଏହାକୁ ବାଧ୍ୟତାମୂଳକ କରାଯାଏ ତେବେ କେନ୍ଦ୍ରୀୟ ହାରରେ ବେତନ ଦେବାକୁ ସଂଘ ଦାବି କରିଛି। ଅନ୍ୟପକ୍ଷରେ ଦୀର୍ଘବର୍ଷ ହେବ କାର୍ଯ୍ୟ କରି ଅବସର ନେବା ସମୟରେ ମଧ୍ୟ ଏଭଳି ନିୟମ ମାନସିକ ନିର୍ଯ୍ୟାତନା ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ଠାରେ ସଂଘ ପକ୍ଷରୁ ଅନୁଷ୍ଠିତ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ଟ୍ରେଡୟୁନିଅନମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ନୟାଗଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶହଶହ ଶ୍ରମଜୀବୀ ପଟୁଆର ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରମିକ ବିରୋଧୀ ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଏହି ବିକ୍ଷୋଭରେ ଉଦବୋଧନ ଦେଇ ସିଆଇଟିୟୁ ନେତା ସୁରେଶ ଚନ୍ଦ୍ର ସ୍ବାଇଁ, ଶରତଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ଚାପଧାରୀ ରାଉତ, ସଂଯୁକ୍ତା ସେଠୀ, ଜୟନ୍ତୀ ଦାଶ, ଆଇଏନଟିୟୁସି ନେତା ବିଭୁପ୍ରସାଦ ମିଶ୍ର, ୟୁଟିୟୁସି ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ସିସିଟିୟୁ ନେତା ଗୋପିନାଥ ଜେନା, ଯୁବଫେଡେରେସନ ନେତା ସରୋଜ କୁମାର ନାୟକ, କୃଷକ ସଭାରନେତା ହରିଶ୍ଚନ୍ଦ୍ର ମିଶ୍ର ଓ ଗୋଲକ ବିହାରୀ ମୁଦୁଲି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ…
Read More