ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ପାଣିପୋଇଲା ସ୍ଥିତ ମଦର ଆବାସିକ ବିଦ୍ୟାଳୟର ପରିସରରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ଉପସ୍ଥିତିରେ ମନୋନୀତ ଦ୍ୱାରା କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ନୂତନ କାର୍ଯ୍ୟକାରୀ କମିଟିରେ ସଭାପତିଭାବେ ଚକ୍ରଧର ମାହାଳି, ଉପସଭାପତିଭାବେ ବିଦ୍ୟାଧର ଆଚାର୍ଯ୍ୟ ସେହିଭଳି ସମ୍ପାଦିକା ପ୍ରଭାସିନୀ ନନ୍ଦ, ସହ ସମ୍ପାଦିକାଭାବେ ଡ଼.ଜୁଲିଏଟ ତତସହିତ କମିଟି ସଭ୍ୟସଭ୍ୟାମାନେ ହେଲେ ଅମିତ କୁମାର ସାହୁ, ବିଜୟ ସାହୁ, ପ୍ରମୋଦ କୁମାର ନନ୍ଦ, ସାଗର ପ୍ରଧାନ, ନନ୍ଦିନୀ ଜୁଝାରସିଂ, ଅଶ୍ୱିନୀ ଜୁମର ପଣ୍ଡା, ପ୍ରକାଶ ପରିଡା। ନୂତନ କାର୍ଯ୍ୟକାରୀ କମିଟି ଗଠନ ସରିବା ପରେ ସଭାପତି ଶ୍ରୀଯୁକ୍ତ ମାହାଳି ଅନୁଷ୍ଠାନର କିଭଳି ଉର୍ନତି ହେବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟ ସଭ୍ୟମାନେ ତାଙ୍କ କଥାରେ ସମ୍ନତି ପ୍ରଦାନ କରିଥିଲେ। ଗରିବ ଅନୁସୂଚିତ ଜାତି, ଜନଜାତି ଏବଂ ଅନାଥ ଓ ପଛୁଆ ବର୍ଗ ପିଲାମାନଙ୍କୁ ପାଠ ପଢ଼ିବାର ସୁବିଧା ଦିଆଯିବା ପାଇଁ କମିଟି ସ୍ଥିର କରିଛି। ନୟାଗଡରେ ଥିବା ନଗଡା ଓଡ଼ଗାଁ ବ୍ଲକରେ ଥିବା ନେପାଳର ୨୦ଜଣ ପିଲାଙ୍କ ସମ୍ପୂର୍ଣ ମାଗଣାରେ ନାମଲେଖା କରାଯାଇଥିବାଅନୁଷ୍ଠାନର ସମ୍ପାଦିକା ପ୍ରଭାସିନୀ ନନ୍ଦ ସୂଚନା ଦେଇଥିଲେ।
