ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ନୟାଗଡ଼ର ପୂଜ୍ୟପୂଜା ସଂଗଠନ ତଥା ସିଭିଲ ସୋସାଇଟ୍ ତରଫରୁ ସ୍ଥାନୀୟ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପୂଜ୍ୟପୂଜା ସଂଗଠନ ର ସଭାପତି ପ୍ରସନ୍ନ କୁମାର ବସନ୍ତିଆ ଏବଂ ସିଭିଲ ସୋସାଇଟ୍ ର ସଭାପତି ଗୋଦାବରୀଶ ସାହୁ ଙ୍କ ଆବାହକତ୍ୱ ଏବଂ ଧୀରେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୁଇ ବରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସୁବକ୍ତା ରାମକୃଷ୍ଣ ରଥ, ପୂଜ୍ୟପୂଜା ସଂଗଠନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷାବିତ୍ ନିରଞ୍ଜନ ମିଶ୍ର, ଶିକ୍ଷାବିତ୍ ଶ୍ରୀଧର ସାହୁ ପ୍ରମୁଖ ଦୁଇ ସଂଗ୍ରାମୀଙ୍କ ଜୀବନୀ, ବିପ୍ଳବ ଓ ତ୍ୟାଗପୂତ…
Read MoreYear: 2025
ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକର ଆୟୋଜନ କରଯାଇଛି।ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ସମେତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ, କ୍ୟାରିଅର କାଉନସେଲିଂ ସହ ଛାତ୍ର ଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳ ର…
Read Moreଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ସିରିୟସ ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ନାଟକ ମହୋତ୍ସବ ଶେଷ ସଂଧ୍ୟାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ ସମ୍ବର୍ଦ୍ଧିତ ପ୍ରତିଭୁ ତଥା ସମ୍ମାନୀତ ଅତିଥି ଭାବେ ଜଳସେଚନ ବିଭାଗ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସରୋଜ କୁମାର ପଟ୍ଟନାୟକ, ଫିଲ୍ମ ସେନସର ବୋର୍ଡ଼ ର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି କିଷାନ ଦାଶ ଏବଂ ସଂପାଦକ ଜାମିନ କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ନୟାଗଡ଼ ସାଂସ୍କୃତିକ ଜାଗରଣ ଦୀର୍ଘ ଦିନ ଧରି ଚାଲିଛି। ନୟାଗଡ଼ର…
Read Moreନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅତି ଆବଶ୍ୟକୀୟ ଉପକରଣ ଯଥା-ଖାତା, କଲମ,ପେନସିଲ, ରବର, କଟର, କଲରବାକ୍ସ, ଜ୍ୟାମିତି ବାକ୍ସ ଇତ୍ୟାଦି ଉପହାରରେ ଜିଲ୍ଲାର ସମସ୍ତ ଅଧସ୍ତନ ଅଧିକାରୀ, କର୍ମଚାରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ତାଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଫଳସ୍ୱରୁପ ବହୁ ପରିମାଣରେ ଉପରୋକ୍ତ ଉପକରଣଗୁଡ଼ିକ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲା । ଆଜି ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଅନୁଯାୟୀ ୪୫୬ଜଣ ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନସିଲ, ରବର, କଟର, କଲର, ସ୍କେଲ, ସ୍କେଚ୍ପେନ୍, ଜ୍ୟାମିତିବାକ୍ସ ଇତ୍ୟାଦିକୁ ପ୍ୟାକେଟ୍ କରି ବଣ୍ଟନ କରିଥିଲେ ।…
Read Moreକବି ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ପ୍ରେକ୍ଷାଳୟରେ ନୟାଗଡ଼ ସିରିଅସ ଜୋନ୍ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବରେ କବି ପ୍ରଭାତ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ପ୍ରହରୀ’ ଉନ୍ମୋଚିତ ହୋଇଯାଇଛି। ଆଦିଦ୍ୟ ଭାରତ ପ୍ରକାଶନ ଦ୍ଵାରା ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ ପର୍ବରେ ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଗୋକୁଳ କୁମାର ଷଡ଼ଙ୍ଗୀ, ଗୋପୀନାଥ ସେଠୀ, ଯାମିନୀକାନ୍ତ ମିଶ୍ର, ଡ. ବିଜୟ କୁମାର ଚୌଧୁରୀ, ସୁଦର୍ଶନ ରାଉତ, କଥାକାର ଶୁଭ୍ରାଂଶୁ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ।
Read Moreଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡ଼ା ଓ ପ୍ରଦାନ କରିବାକୁ ବାରଣ କରିଥିଲେ। ଏହା ବଦଳରେ ଶୁଭେଚ୍ଛା ଜଣାଇବା ସହ ଖାତା, କଲମ, ପେନସିଲ ଭଳି ପାଠ୍ୟ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।ଯାହା ଦ୍ୱାରା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ମିଳି ପାରିବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲାପାଳଙ୍କ ବାର୍ତ୍ତା ଅନୁଯାୟୀ ନବ ବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ଯାଇଥିବା ସରକାରୀ ଅଧିକାରୀ ତଥା ଲୋକମାନେ ଫୁଲ ତୋଡ଼ା ପରିବର୍ତ୍ତେ ଖାତା, ପେନ, ଜ୍ୟାମିତି ବାକ୍ସ ଭଳି ପାଠ୍ୟ ଉପକରଣ ଉପହାର ଭାବେ ପ୍ରଦାନ କରିଥିଲେ।ସେହି ସବୁ ଉପହାରଗୁଡିକୁ ଏକତ୍ରିତ କରି ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହାକୁ…
Read Moreଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୁସ୍ଥ ଅସହାୟଙ୍କ ଆଶା ବାଡ଼ି
ନୟାଗଡ଼, (ନୟାଗଡ଼ ଦର୍ପଣ): ବାଉଁଶିଆ ପଡା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଶ୍ରୀ ଜଗନ୍ନାଥ ବରିଷ୍ଠ ନାଗରିକ ମଞ୍ଚର ନବମବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ମଞ୍ଚର ଆଭିମୁଖ୍ୟ ଏବଂ ଲକ୍ଷ୍ୟ ସମ୍ପର୍କିତ ଆଲୋଚନାରେ ପରିବାରର ବରିଷ୍ଠମାନେ ଅଲୋଡ଼ା ଅଦରକାରୀ କିମ୍ବା ଅନ୍ୟ ଉପରେ ବୋଝ ନୁହନ୍ତି ବରଂ ସେମାନଙ୍କ ଅନୁଭୁତି, ଅଭିଜ୍ଞତା ଉତ୍ତରପିଢ଼ି ପାଇଁ ପ୍ରେରଣା ଦାୟକ ବୋଲି ମତ ରଖିଥିଲେ। ନିଃସଙ୍ଗ, ଅସହାୟଙ୍କ ସେବାଯତ୍ନ ଦେବା ସେମାନଙ୍କ ଘରକୁ ଯାଇ ଆଳାପ ଆଲୋଚନା କରି ସମୟ କଟାଇବା, ଡାକ୍ତରୀ ଚିକିତ୍ସା ଉପଲବ୍ଧ କରାଇବା, ଆମୋଦ ପ୍ରମୋଦ ପାଇଁ ବିଭିର୍ନ ସ୍ଥାନ, ବୁଲାଇନେବା ଏବଂ ସର୍ବୋପରି ଜିଲ୍ଲା ବରିଷ୍ଠ ନାଗରିକମଞ୍ଚ, ଦୁସ୍ଥ, ଅସହାୟ,ବରିଷ୍ଠ ଙ୍କର ଆଶାବାଡ଼ି ଭାବେ…
Read Moreନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ- GSIର ସେଣ୍ଟ୍ରାଲ ବୋର୍ଡ ବୈଠକ ପରେ ଏମିତି ସୂଚନା ଦେଇଛନ୍ତି GSI ଉପମହାନିର୍ଦ୍ଦେଶକ ପଙ୍କଜ କୁମାର। ସେ କହିଛନ୍ତି, ପୂର୍ବଘାଟ ମୋବାଇଲ୍ ବେଲ୍ଟର ନୟାଗଡ଼ ଜିଲ୍ଲା ସମେତ ଅନ୍ୟ କିଛି ଜିଲ୍ଲାରେ ଲିଥିୟମ ଥିବା ନେଇ ସଙ୍କେତ ମିଳିଛି। ତେବେ ଏନେଇ ସର୍ବେକ୍ଷଣ ପ୍ରାଥମିକ ସ୍ତରରେ ରହିଛି। ଅଧିକ ଅନୁସନ୍ଧାନ ପରେ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିପାରିବ।
Read Moreନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ ସୃଜନାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ମଞ୍ଚସ୍ଥ ହେଲା ନାଟକ “ମାଗୁଣିର ଶଗଡ଼”। ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ କବି ଗୋପୀନାଥ ସେଠୀଙ୍କ ସଂଯୋଜନା ଓ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଯାମିନୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ରଣପୁରର ପୂର୍ବତନ ବିଧାୟକ ସତ୍ଯନାରାୟଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ ଓ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ପ୍ରମୁଖ ଯୋଗଦେଇ ସଭାକୁ ସମୃଦ୍ଧ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିଙ୍କ କରକମଳରେ କବି ପ୍ରଭାତ କୁମାର ମିଶ୍ରଙ୍କ କବିତା ପୁସ୍ତକ “ପ୍ରହରୀ” ର ପାଠକାର୍ପଣ ହୋଇଥିଲା। ତୃତୀୟ ସଂଧ୍ୟାରେ ମଞ୍ଚସ୍ଥ ନାଟକ “ମାଗୁଣିର ଶଗଡ଼”…
Read Moreରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକା ର ରୌପ୍ୟ ଜୟନ୍ତୀ ସମାରୋହ ଆଜି ନୀଳମାଧବ ହୋଟେଲ ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼. ଅରୁଣ କୁମାର ସାହୁ, ବିଧାୟକ ନୟାଗଡ଼, ସମ୍ମାନିତ ଅତିଥି ଭାବେ ଇଂ . ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼, ନିରାକାର ଦାସ ବରିଷ୍ଠ କବି ଓ ଶତ୍ରୁଜିତ୍ ବରିଷ୍ଠ ସ୍ତମ୍ବକାର ଓ ଡ. ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ସାହିତ୍ୟ କୁ ଅନୁଭବ କରିବାକୁ ହେଲେ ଗୋଟିଏ ଦରଦୀ ହୃଦୟ ଦରକାର ଏବଂ ପତ୍ର ପତ୍ରିକାର ଉନ୍ନତି ପାଇଁ ଏକ ସାରସ୍ଵତ ଆନ୍ଦୋଳନ ର ଆବଶ୍ୟକତା ରହିଛି ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା…
Read More