ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଆଦିବାସୀ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସରପଞ୍ଚ ସୁମିତ୍ରା ଜାନୀ, ସମିତି ସଭ୍ୟା ପ୍ରଭାତୀ ମଳିକ, ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା, ଯୁବ ସଂଗଠକ ଦିଲ୍ଲୀପ କୁମାର ଜାନୀ, ପ୍ରକାଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଲୋକମାନଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ବିଧାୟକ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଅଞ୍ଚଳ ବାସୀ ବିପୁଳ ସ୍ଵାଗତ…
Read MoreDay: November 23, 2024
ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ
ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରକ୍ତ ଜିଲ୍ଲାପାଳ ରୋଜିନା ଦାସ ମଂଚାସୀନ ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର…
Read Moreନୟାଗଡ଼ରୁ ହାୱଡ଼ା ଏବଂ ବାଙ୍ଗାଲୋରକୁ ରେଳ ଚଳାଚଳ ସହିତ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚର ଗଣ ବିକ୍ଷୋଭ ଚେତାବନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ନୟାଗଡ଼କୁ ରେଳ ଚଳାଚଳ ଗତ ୨୦୧୭ରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ରେଳସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଗତ ୨୦୧୭ ମସିହା ଜୁନ ୧୯ ତାରିଖରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ଅଂଶ ସ୍ୱରୂପ ନୟାଗଡ଼ ଟାଉନ ଷ୍ଟେସନ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଇତି ମଧ୍ୟରେ ଦୀର୍ଘ ୭ବର୍ଷ ଅତିକ୍ରାନ୍ତ ହୋଇ ସାରିଥିବା ବେଳେ ନୟାଗଡ଼ ଜିଲ୍ଲାବାସୀ ସର୍ବନିମ୍ନ ରେଳ ସୁବିଧା ପାଇ ପାରିଲେ ନାହିଁ । କେବଳ ଦଶପଲ୍ଲାରୁ ଭୁବନେଶ୍ୱର, ପୁରୀ ଏବଂ ଭଦ୍ରକ ମଧ୍ୟରେ ତିନୋଟି ଟ୍ରେନ ଚଳାଚଳ କରୁଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଏବଂ ରାଜ୍ୟ ବାହାରକୁ ଜିଲ୍ଲାରୁ କୌଣସି ଟ୍ରେନ ସୁବିଧା ନାହିଁ । ନୟାଗଡ଼ ଜିଲ୍ଲାରୁ ବ୍ୟବସାୟିକ କାର୍ଯ୍ୟ, ଉଚ୍ଚଶିକ୍ଷା, ପରିଭ୍ରମଣ ତଥା…
Read More