ଏକାଦଶତମ କୃଷି ଗଣନା ପାଇଁ  ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଏକାଦଶତମ କୃଷି ଗଣନା ପାଇଁ  ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏକାଦଶତମ କୃଷି ଗଣନାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ପାଇଁ ୧୧୫ଗୋଟି ନମୁନା ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇଛି । ନମୁନା ଗ୍ରାମର ସମସ୍ତ ଚାଷଜମିର ତଥ୍ୟ ଯଥା- ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀ, ଅର୍ଦ୍ଧ ମଧ୍ୟମଚାଷୀ, ମଧ୍ୟମଚାଷୀ ଓ ବଡ଼ଚାଷୀ ବ୍ୟବହାର କରୁଥିବା ବିଭିନ୍ନ କୃଷି ଉପାଦାନ ସମ୍ବନ୍ଧୀୟ ତଥ୍ୟ ଯଥା-ରାସାୟନିକ ସାର,ଅଧିକ ଉତ୍ପାଦନକ୍ଷମ ବିହନ, କୀଟନାଶକ ଔଷଧ, ଗୋବର, କମ୍ପୋଷ୍ଟ ଖତ,ଜୈବିକ ସାର, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି ଓ ଉପକରଣ , କୃଷିଋଣ, ମୃତିକା ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ,କୃଷି ସମ୍ବନ୍ଧୀୟ ନେଇଥିବା ତାଲିମ ଇତ୍ୟାଦି ତଥ୍ୟ ଗଣନାକାରୀ ସର୍ଭେରେ ଦର୍ଶାଇବେ । ଗଣନା…

Read More

ନୟାଗଡ଼ ଜିଲ୍ଲାରେ ଦ୍ୱି-ପାକ୍ଷିକ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ତାଙ୍କର ପାରିବାରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦ୍ୱି-ପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ଟ.୬୮,୬୩,୮୦୦/-ର ସହାୟତା ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ୪ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ଟ.୨୦୦,୦୦୦/-, ୨୮ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୫୬,୦୦,୦୦୦/-, ୨୨ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ବାବଦରେ ଟ.୧୧୦,୦୦୦/- ଏବଂ ୧୭ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା…

Read More

ପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ  ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ ରାଓ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ…

Read More

କାରାଗାର ଅନ୍ତେବାସୀମାନଙ୍କୁ ବିଭିନ୍ନ ଦକ୍ଷତା କୌଶଳ ତାଲିମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାରର ଅଧୀକ୍ଷକ ପ୍ରଫୁଲ୍ଲ କୁମାର କବି, ସରକାରୀ ତାଲିମ ପ୍ରତିଷ୍ଠାନ ନୟାଗଡ଼ର ଅଧ୍ୟକ୍ଷ କାନ୍ତି ରଂଜନ ସାହୁ ଏବଂ ସି.ପି.ଆଇ.ଟି. ସଂସ୍ଥାର ଓଡ଼ିଶା ମୁଖ୍ୟ ଅନିକେତ୍ ଦାଶ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଜିଲ୍ଲା କାରାଗାର ନୟାଗଡ଼ର ୬୦ଜଣ ଅନ୍ତେବାସୀଙ୍କୁ ଇଲେକ୍ଟ୍ରିକାଲ ଟେକ୍‌ନିସିଆନ ଏବଂ ଏଲ.ଇ.ଡି. ଲାଇଟ୍  ଟେକ୍‌ନିସିଆନ ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଜିଲ୍ଲାପାଳ, ଆରକ୍ଷୀ…

Read More

ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜ଼ିଲ୍ଲାର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ସର୍ବ ପ୍ରଥମେ ଡ଼ ସୁରେଶ ଚନ୍ଦ୍ର ବରାଡ଼ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀଙ୍କ ଉଦେଶ୍ୟ ରେ ଉପସ୍ଥାପନା କରିଥିଲେ। ବିଚାରକ ମାନଙ୍କ ମୂଲ୍ୟାୟନ ଅନୁସାରେ ପୁରୀ ଜ଼ିଲ୍ଲାର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କଟକ ଜ଼ିଲ୍ଲାର ଅମ୍ରିତା ଗୁରୁ ଦ୍ୱିତୀୟ ସ୍ଥାନ ଓ ନୟାଗଡ ଜ଼ିଲ୍ଲାର ସନ୍ଧ୍ୟାରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସମସ୍ତ ପ୍ରତିଯୋଗୀଙ୍କୁ ଓ ବିଚାରକ ମାନଙ୍କୁ ସ୍ୱାତୀଲଗ୍ନା ପରିବାର ତରଫରୁ ସୁଶାନ୍ତ ପାତ୍ର ଅଭିନନ୍ଦନ ଜଣାଇଛନ୍ତି।ସମସ୍ତ ସଫଳ ପ୍ରତିଯୋଗୀଙ୍କୁ flipkart ମାଧ୍ୟମରେ ଉପହାର…

Read More

ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୭ରେ ଖଣ୍ଡପଡ଼ା ବ୍ଲକ ଅଡିସନ

ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଖଣ୍ଡପଡ଼ା ବ୍ଲକ ଅଡିସନ ଆସନ୍ତା ୧୭ ତାରିଖ ରବିବାର ଦିନ ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶିକ୍ଷାକେନ୍ଦ୍ର ପରିସରରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।  ସମ୍ପାଦକ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ  ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରି ପ୍ରତିଯୋଗିତାର ଆଭିମୁଖ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ପ୍ରସ୍ତୁତି ବୈଠକରେ ସଙ୍ଗୀତଧାରାର ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ରଥ,ସଙ୍ଗୀତଧାରାର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ, ଦେବାଶିଷ ରଥ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଯୋଗଦାନ…

Read More