ଭାପୁର, (ନୟାଗଡ଼ ଦର୍ପଣ): ୭୫ ତମ ବନ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ବ୍ୟକ୍ତି ଗତ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଭାପୁର ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଖଣ୍ଡପଡା ଏବଂ ଭାପୁର ବନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏପରି ଏକ ମହନୀୟ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସଂସଦୀୟ କ୍ଷେତ୍ରରୁ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଜୟ କୁମାର ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ…
Read MoreMonth: July 2024
ଜନଶକ୍ତି ଉଚ୍ଚବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ତମ ବନ ମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଭାଲିଆଡିହି ଦେଓଗାଁ ଠାରେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ରୂପେ ପ୍ରକୃତିପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଆନନ୍ଦ ଡାକୁଆ ମଞ୍ଚାସୀନ ଥିଲେ। ଗଛ ଲଗେଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାକୁ ବଞ୍ଚେଇରଖିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ପ୍ଲାଷ୍ଟିକ ଜିନିଷ ର ବ୍ୟବହାର କମେଇବା,ଜରୁରୀ ଆବଶ୍ୟକ ନଥିଲେ ଏସି ନ ଚଲେଇବା ମୋଟରସାଇକେଲର ବ୍ୟବହାର ନ କରିବା…
Read Moreସାମାନ୍ୟ ବର୍ଷାରେ ଉବୁଟୁବୁ ରାଜ୍ୟ ରାଜପଥ, ଅଭିଯୋଗ କଲେ ଶୁଣୁନି ପୂର୍ତ୍ତ ବିଭାଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମାନ୍ୟ ବର୍ଷାରେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଉବୁଟୁବୁ ହେଉଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ଅଞ୍ଚଳର ପଣ୍ଡା କ୍ଲିନିକ ନିକଟ ଦେଇ ଯାଇଥିବା ଏହି ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଅନେକ ସମୟରେ ଖରାପ ରାସ୍ତା ଯୋଗୁଁ ଅନେକ ଛୋଟମୋଟ ଦୁର୍ଘଟଣା ମାନ ଘଟୁଛି। ଏ ନେଇ ୧୧ ୱାର୍ଡବାସୀଙ୍କ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।…
Read Moreଶ୍ରମିକ ନେତା ଏସ୍.ଏ.କରିମଙ୍କ ଦେହାନ୍ତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବୀଣ ଶ୍ରମିକନେତା, ନିର୍ମାଣ ଶ୍ରମିକ, ପାଚିକା ଓ ଆଶାକର୍ମୀ ସଙ୍ଗଠକ ତଥା ସି.ପି.ଆଇ.(ଏମ୍) ନେତା ଏସ୍.ଏ.କରିମଙ୍କର ଜୁଲାଇ ୧୦ତାରିଖ ମଧ୍ୟ ରାତ୍ରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ମୃତ୍ୟୁ ପରେ ତାଙ୍କ ମରଶରୀରକୁ ସିନ୍ଦୁରିଆ ବାସଭବନକୁ ଅଣାଯାଇ ଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ଗ୍ରାମ କବର ସ୍ଥାନରେ ସମାଧୀ ଦିଆଯାଇଛି। ସମାଜସେବୀ ତଥା ଲୋକପ୍ରିୟ କରିମଙ୍କୁ ଶହଶହ ଅଞ୍ଚଳବାସୀ, ଆତ୍ମୀୟସ୍ଵଜନ, ଆଶା ଓ ପାଚିକା କର୍ମୀ, ସିଟୁ ଶ୍ରମିକ ସଂଗଠନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ, ରକ୍ତପତାକା ଅର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶ୍ରମିକ ନେତା ତଥା କରିମଙ୍କ ଘନିଷ୍ଠ ସହଯୋଗୀ ବିଶ୍ଵନାଥ ମହାପାତ୍ର, ଶରତ ଚନ୍ଦ୍ର ବେହେରା, ଗୋଲକ ବିହାରି ମୁଦୁଲି,…
Read Moreସମସ୍ୟା ଘେରରେ ଟାକରା ଆବାସିକ ଉଚ୍ଚ ବିଦ୍ୟାଳୟ, ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ) ସମସ୍ୟା ଘେରରେ ଆଦିବାସୀ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟ। ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଅନ୍ତେବାସୀ ଛାତ୍ରଙ୍କୁ ମିଳୁନି ମୈାଳିକ ସୁବିଧା। ଅନ୍ତେବାସୀ ଛାତ୍ରଙ୍କ ପାଇଁ ପାନୀୟଜଳର ସମସ୍ୟା ଲାଗି ରହିଛି। ଯାହାକି ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀ ସାହାରା ସାଜିଥିବା ଦେଖିବାକୁ ମିଳିଛି। ବିପଦ ସଂକୁଳ ଭାବରେ ହଷ୍ଟେଲରେ ରହୁଥିବା ଶତାଧିକ ଛାତ୍ର ଖରସ୍ରୋତା ବୃତ୍ତଙ୍ଗ ନଦୀକୁ ଯାଉଥିବା ବେଳେ କୈାଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପଟେ ପାନୀୟ ଜଳର ସମସ୍ୟା ନେଇ ପ୍ରାୟ ୩୯ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ପାନୀୟଜଳ ପ୍ରକଳ୍ପ ଫେଲ ମାରିବା ହେତୁ ବାଧ୍ୟହୋଇ ଅନ୍ତେବାସୀମାନେ ଶୈାଚ ଓ ଗାଧୋଇବା ପାଇଁ ବୃତ୍ତଙ୍ଗ ନଦୀକୁ…
Read Moreଅଭୁଲା ମଣିଷ ଅଲିଭା ହସ ଉନ୍ମୋଚିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୫ ଘଟିକା ସମୟରେ ଓଡ଼ଗାଁ ଅଞ୍ଚଳର ଲୋକପ୍ରିୟ ଶିକ୍ଷକ, ବିଶିଷ୍ଟ କବି ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସ୍ମୃତିସଭାରେ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ,ଦିବାକର ନାୟକ, ମନୋଜ କୁମାର ନାୟକ, ଦ୍ୱିତୀକୄଷ୍ଣ ମିଶ୍ର, ପ୍ରଦୀପ୍ତ କୁମାର ନାୟକ, ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦ୍ୟୁମ୍ନ କୁମାର ସାଥୁଆ,ରମାକାନ୍ତ ପ୍ରଧାନ, ଅନାଦି ଚରଣ ମହାନ୍ତି, ପରମାନନ୍ଦ ସ୍ୱାଇଁ,ରାଜୀବ ଲୋଚନ ବରାଡ଼,ଗୀତାଞ୍ଜଳି ମହାପାତ୍ର, ପ୍ରଭାତି ପଟ୍ଟନାୟକ,ପ୍ରିୟଦର୍ଶନୀ ମହାପାତ୍ର,ସୁକାନ୍ତ କୁମାର ଚୌଧୁରୀ ଏବଂ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଗଣ ଯୋଗଦେଇ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ।ଏ ଅବସରରେ ସ୍ୱର୍ଗତ ବେହେରାଙ୍କ ଧର୍ମପତ୍ନୀ ଦମୟନ୍ତୀ…
Read Moreବୃତ୍ତଙ୍ଗ ବୃହତ୍ ଜଳସେଚନ ପ୍ରକଳ୍ପକୁ ମିଳିଲା ପରିବେଶ ମଞ୍ଜୁରୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ) ନୟାଗଡ଼ ଜିଲ୍ଲାବାସୀଙ୍କ ପ୍ରାୟ ଦୀର୍ଘ ପାଞ୍ଚ ଦଶନ୍ଧିର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ଦ୍ଵିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ମିଳିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁମନ୍ତ୍ରାଳୟର ମଞ୍ଜୁରି ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବାକୁ ଯାଉଥିବାରୁ ଜିଲ୍ଲାର ହଜାର ହଜାର ଚାଷୀଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ନୂଆଗାଁ ଓ ଓଡ଼ଗାଁ ବ୍ଲକର ୨୩ହଜାର ୩ଶହ ହେକ୍ଟର ଜମି ଜଳସେଚିତ ହେବାସହ ପାନୀୟ ଜଳର ମଧ୍ୟ ସୁବନ୍ଦୋବସ୍ତ ହୋଇପାରିବ। ଟାକରା ପଞ୍ଚାୟତର ମଞ୍ଜାରୀ ନିକଟରେ ଥିବା ମାଇ ଓ ତାବଲଦେଈ ପାହାଡ଼ର ସଂଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ସମୁଦାୟ ୩,୫୫୨ ହେକ୍ଟରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ…
Read Moreନୟାଗଡ଼ ଟାଉନ ପୋଲିସ ଦ୍ୱାରା ସାଇକେଲ ଚୋର ଗିରଫ। ୬ଟି ସାଇକେଲ ଜବତ।
ରଥଯାତ୍ରା ଅବସରରେ ପହଣ୍ଡି ପଣା କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରଥଯାତ୍ରା ଅବସରରେ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜିଳ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ପହଣ୍ଡି ପଣା କାର୍ଯ୍ୟକ୍ରମ ନୟାଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ଯୋଗଦାନ କରି ପହଣ୍ଡି ପଣା ସ୍ୱରୁପ ଟାଟାଗ୍ଲୁକୋଜ ବଣ୍ଟନର ଶୁଭାରମ୍ଭ କରିଥିଲେ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ରଥ ନିର୍ମାଣକାରି କାରିଗର, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀ, ଦେବୋତ୍ତର ଏବଂ ମନ୍ଦିର କର୍ମଚାରୀ ତଥା ପହଣ୍ଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇ, ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର…
Read Moreଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଫଳାଫଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ବକ୍ତୃତା (କନିଷ୍ଠ ବର୍ଗ)ପ୍ରଥମ – ବିଶ୍ୱ ବିଜିତା ମହାନ୍ତି– ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ଦ୍ୱିତୀୟ – ଅଭୟ ପ୍ରଧାନ -ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କୋରପିଠା, ଓଡ଼ଗାଁତୃତୀୟ – ପ୍ରତୀକ୍ଷା ପ୍ରିୟଦର୍ଶିନୀ ଚମ୍ପତି- ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓଡ଼ିଆ ବକ୍ତୃତା (ବରିଷ୍ଠ ବର୍ଗ)ପ୍ରଥମ – ମନିଷା ପତି– ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ରଣପୁର ଦ୍ୱିତୀୟ – ଶ୍ରେୟା ମିଶ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲାତୃତୀୟ – ପ୍ରିୟ ରଂଜନ ମିଶ୍ର – ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଓଡ଼ିଆ ପ୍ରବନ୍ଧ(କନିଷ୍ଠ ବର୍ଗ)ପ୍ରଥମ – ବିଜୟଲକ୍ଷ୍ମୀ ପରିଡ଼ା– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୂଆଗାଁ ଦ୍ୱିତୀୟ – ଦିବ୍ୟାଶା ମହାନ୍ତି – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା ତୃତୀୟ – ସ୍ମୃତି ପ୍ରଜ୍ଞା ସାହୁ – ଏନ.ଏ.ସି.…
Read More