ଅଭୁଲା ମଣିଷ ଅଲିଭା ହସ ଉନ୍ମୋଚିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ୫ ଘଟିକା ସମୟରେ ଓଡ଼ଗାଁ ଅଞ୍ଚଳର ଲୋକପ୍ରିୟ ଶିକ୍ଷକ, ବିଶିଷ୍ଟ କବି ତଥା ପ୍ରକୃତିପ୍ରେମୀ ସ୍ୱର୍ଗତ ପ୍ରହଲ୍ଲାଦ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସ୍ମୃତିସଭାରେ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ,ଦିବାକର ନାୟକ, ମନୋଜ କୁମାର ନାୟକ, ଦ୍ୱିତୀକୄଷ୍ଣ ମିଶ୍ର, ପ୍ରଦୀପ୍ତ କୁମାର ନାୟକ, ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦ୍ୟୁମ୍ନ କୁମାର ସାଥୁଆ,ରମାକାନ୍ତ ପ୍ରଧାନ, ଅନାଦି ଚରଣ ମହାନ୍ତି, ପରମାନନ୍ଦ ସ୍ୱାଇଁ,ରାଜୀବ ଲୋଚନ ବରାଡ଼,ଗୀତାଞ୍ଜଳି ମହାପାତ୍ର, ପ୍ରଭାତି ପଟ୍ଟନାୟକ,ପ୍ରିୟଦର୍ଶନୀ ମହାପାତ୍ର,ସୁକାନ୍ତ କୁମାର ଚୌଧୁରୀ ଏବଂ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଗଣ ଯୋଗଦେଇ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ।ଏ ଅବସରରେ ସ୍ୱର୍ଗତ ବେହେରାଙ୍କ ଧର୍ମପତ୍ନୀ ଦମୟନ୍ତୀ ଦାସ,ଦୁଇ ପୁତ୍ର ଅତିଥିପ୍ରସାଦ ଓ ଆଦିତ୍ୟପ୍ରସାଦଙ୍କ ଉପସ୍ଥିତିରେ ସ୍ମରଣିକା “ଅଭୁଲା ମଣିଷ ଅଲିଭା ହସ”ସ୍ମରଣିକା କମିଟି ତରଫରୁ ଉନ୍ମୋଚିତ ହୋଇଥିଲା।ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାଶ ଓ ଯଶୋବନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related posts