ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ତା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇଟି କୁନିଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଘର କଣରେ ପଡ଼ି ରହିଛନ୍ତି ସୁମିତ୍ରା । ଏହି ଝଡ଼ବର୍ଷା ଯୋଗୁଁ ତାଙ୍କର ଗଚ୍ଛିତ ଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସୁମିତ୍ରାଙ୍କ ପାଖରେ ବର୍ତମାନ ସୁଦ୍ଧା ପହଞ୍ଚି ନଥିବା ଜଣାପଡ଼ିଛି । ତତସହିତ ସେହିଗ୍ରାମର ବଳଭଦ୍ର ନାୟକ, ରଇବାରୀ ଦେଇ, ମନ୍ଦୋଦରୀ ନାୟକଙ୍କ ଘର ମଧ୍ୟ କାଳବୈଶାଖୀ ଦ୍ଵାରା ପ୍ରଭାବିତ…
Read MoreDay: June 21, 2024
ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ…
Read Moreନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଯୋଗାସନ କରିବା ଦ୍ୱାରା ସୁସ୍ଥ ଜୀବନ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟ ର ଏନସିସି ଅଫସର ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଆଜିର ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ପ୍ରାଣାୟମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ବକ୍ତବ୍ୟ ରଖିଛନ୍ତି।ଏହି ଅବସର ରେ ୫୦ ଏନ.ସି.ସି କ୍ୟାଡେଟଙ୍କ ସହ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଦାମୋଦର ସାହୁଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆଯାଇଛି। ଆଜିର ଯୋଗ ଦିବସରେ ବିଦ୍ୟାଳୟର…
Read Moreସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ମଣିଷ ସୁସ୍ଥ ସବଳ ତଥା କର୍ମଠ ରହିବାରେ ଶାରିରୀକ ପରିଶ୍ରମ ବିଶେଷ କରି ଯୋଗ ପ୍ରାଣାୟମ ଏକ ମହୋଷଧି ପରି। ପୁରାତନ ଯୁଗରେ ଭେଷଜ ବିଦ୍ୟାର ଆବିଷ୍କାର ହୋଇନଥିବା ବେଳେ ତଥାପି ମଣିଷ ସୁସ୍ଥ ସବଳ ଜୀଵନ ଯାପନ କରୁଥିଲା। ତାହାର ଏକମାତ୍ର ଉପାୟ ଥିଲା ଯୋଗବିଦ୍ୟା। ଏପରିକି ବଡ଼ ବଡ଼ ବ୍ୟାଧି ଯୋଗ ମାଧ୍ୟମରେ ଭଲ ହେଉଥିଲା। ବିଶେଷ କରି ବନ ବିଦ୍ୟାଳୟ ତଥା ଗୁରୁ ଆଶ୍ରମରେ ଯୋଗଶିକ୍ଷା ପାଠ ଖସଡ଼ାର ଏକ ଅଂଶବିଶେଷ ଥିଲା। ସମଗ୍ର ବିଶ୍ଵରେ ଯଦି ଯୋଗ ଉପରେ ଆଲୋକପାତ କରାଯାଏ ତେବେ ଯୋଗର ଉତ୍ପତ୍ତି ଭାରତ ବର୍ଷରୁ ହୋଇଥିଲା। ଧୀରେ ଧୀରେ ଯୋଗକୁ ସମଗ୍ର ବିଶ୍ବ ସୁସ୍ଥ ଜୀଵନ ବଞ୍ଚିବାର ମାଧ୍ୟମ ବୋଲି…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୯୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଯୋଗ ଶରୀର ଏବଂ ମାନସିକ ସ୍ଥିରତା ନିତ୍ୟାନ୍ତ ଆବଶ୍ୟକ ବୋଲି ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।
Read More