ନୟାଗଡ଼ରେ ନବୀନଙ୍କ ପ୍ରଚାର, ୩୫ହଜାରରୁ ଉର୍ଦ୍ଧ୍ୱ ଜନତା ସାମିଲ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ପିଟିଏସ ରୋଡରେ ଥିବା ଷ୍ଟାଡିୟମ ପଡିଆରେ ନିର୍ବାଚନୀ ସଭା କରିଛନ୍ତି । ସକାଳୁ ସକାଳୁ ବହୁ ଛାତ୍ର, ଯୁବ, ମହିଳା, ବରିଷ୍ଠ ନାଗରୀକ, ବୁଦ୍ଧିଜିବି, ସମାଜସେବୀ, ଆଇନଜିବୀ, ବରିଷ୍ଠ ନାଗରୀକ ଓ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏକଜୁଟ ହୋଇଥିଲେ । ନବୀନଙ୍କୁ ଦେଖିବା ସହିତ ତାଙ୍କ ଅଭିଭାଷଣ ଶୁଣିବା ପାଇଁ ଜନ ସମୁଦ୍ର ପାଲଟିଥିଲା ନୟାଗଡ଼ ସହର । ସକାଳ ୯ଟାରୁ ଲୋକମାନେ ଏକଜୁଟ ହୋଇ ନବୀନଙ୍କୁ ଅପେକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବାରୁ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ନୟାଗଡ଼ ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀରେ ବହୁଦିନ ଧରି ବିଜେଡି ଦବ୍‌ଦବା ରଖିଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନିର୍ବାଚନ…

Read More

ବିରୋଧୀ ଦଳକୁ ବଡ଼ ଝଟକା, ବିଜେଡିରେ ସାମିଲ ହେଲେ ବିଜେପି ନେତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଉ ଦୁଇଦିନ ଅର୍ଥାତ ଆସନ୍ତା ୨୫ ତାରିଖରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଯାଉଛି। ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଏହାରି ମଧ୍ୟରେ ଅନେକ ବିରୋଧୀ ଦଳର ନେତା ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଲାଣି । ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି । ବିରୋଧୀ ଦଳର ନେତା ମାନେ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେଉଛନ୍ତି । ବିରୋଧୀ ଦଳରୁ ଅନେକ ନେତା ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୁ ଜନତା ଦଳ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ…

Read More

ନୟାଗଡ଼ ପୌରାଞ୍ଚଳର ୪ଗୋଟି ୱାର୍ଡରେ ବିକାଶର ବାର୍ତ୍ତା ଦେଲେ ଡ଼. ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ପୌରାଞ୍ଚଳର ୪ଗୋଟି ୱାର୍ଡରେ ବିଜେଡି ପକ୍ଷରୁ ପ୍ରଚାରକୁ ଯୋରଦାର କରାଯାଇଛି । ନୟାଗଡ଼ ପୌରାଞ୍ଚଳର ୬, ୭, ୮, ୯ ୱାର୍ଡରେ ପ୍ରଚାର କରିଛନ୍ତି ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ । ନୟାଗଡ଼ ପୌରାଞ୍ଚଳରେ ହୋଇଥିବା ଉନ୍ନତି ମୁଳକ କାର୍ଯ୍ୟର ଟିପଣୀ ରଖିଛନ୍ତି । ଏଥି ସହିତ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶର କଥା ସୁଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ନୟାଗଡ଼କୁ ଭଲ ପାଇ ଆସୁଛନ୍ତି । ନବୀନ ପଟ୍ଟନାୟକଙ୍କ ପାଇଁ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିକାଶଶୀଳ ହୋଇଛି । ସାରା ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ…

Read More

ନୟାଗଡ଼ ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତରେ ଅରୁଣଙ୍କ ବାଇକ ଶୋଭାଯାତ୍ରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଆଜି ତା ଦମ ଦେଖାଇଛି । ନିର୍ବାଚନ ମଣ୍ଡଳୀର ଜନପ୍ରତିନିଧି, ନେତା ଓ କର୍ମୀମାନେ ୪୭ ପଞ୍ଚାୟତରେ ଭିନ୍ନ ଭିନ୍ନ ବାଇକ ଶୋଭାଯାତ୍ରାରେ ସାମିଲ କରିଛନ୍ତି । ନୟାଗଡ଼ ବ୍ଲକର ୨୯ପଞ୍ଚାୟତ ଓ ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଜରିଆରେ ବିଜୁ ଜନତା ଦଳ ଆଜି ତାର ଦମ ଦେଖାଇଛି । ଏହି ବାଇକ୍ ଶୋଭାଯାତ୍ରାରେ ବହୁ ଛାତ୍ର, ଯୁବକ ସାମିଲ ହୋଇଥିଲେ । ନୋତର ଓ ଲାଠିପଡ଼ାଠାରେ ଅନୁଷ୍ଠିତ ବାଇକ ଶୋଭାଯାତ୍ରାରେ ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ସାମିଲ ହୋଇଥିଲେ । ଉକ୍ତ ଶୋଭାଯାତ୍ରା ଜରିଆରେ ଅରୁଣ ନବୀନଙ୍କ ବିକାଶର ବାର୍ତ୍ତାକୁ ସମସ୍ତଙ୍କ ନିକଟରେ…

Read More

ଆଦର୍ଶ ଆଚରଣ ବିଧି ଉଲଂଘନ କରି ନିଲମ୍ବିତ ହେଲେ ଅଧ୍ୟାପକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗତକାଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ । ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସର୍ବଶ୍ବର ମହାରଣାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧା ଦେବ ସିଂ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାଇ ଶ୍ରୀ ମହାରଣା ଭାପୁରରେ ବିଜୁ ଜନତା ଦଳର ରାଜନୈତିକ ପ୍ରଚାର ରାଲିରେ ଯୋଗ ଦେଇଥିଲେ । ଯାହା ବିଭିନ୍ନ ସମ୍ବାଦ ପତ୍ର ଏବଂ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଏହା ଉପରେ ତଦନ୍ତ କରାଯିବା ପରେ ଖବରଟି ସତ୍ୟ ବୋଲି ଜଣାପଡ଼ିଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସିଂଙ୍କ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନ୍ୟ ସରକାରୀ କର୍ମଚାରୀମାନେ ଏପରି ରାଜନୈତିକକାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଏ ବିଷୟରେ ଶହେଥର…

Read More

ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣଙ୍କ ମାରାଥନ ପ୍ରଚାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ନୟାଗଡ଼ରେ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ହରିପୁର, ଯଦୁପୁର, ପୁରୁଷୋତ୍ତମପୁର, ପାଟଚଣ୍ଡିପ୍ରସାଦ, ଶ୍ୟମାଘନପୁର ଏବଂ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ବିଭିନ୍ନ ୱାଡ଼ରେ ପ୍ରଚାର କରିଛନ୍ତି । ପୈାର ପରିଷଦ ଅନ୍ତର୍ଗତ ହାଟପଦା ସାହି, ଆଖଣ୍ଡଳ ମନ୍ଦିର ସାହି, ରାମେଶ୍ୱର ସାହି ଓ ହରିଜନ ସାହିରେ ବିଭିନ୍ନ ଗ୍ରୀନ କ୍ୟାମ୍ପେନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଉଛନ୍ତି । ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତ୍ତାକୁ ଦ୍ୱିଗୁଣିତ କରାଯାଇଛି । ଏଥିସହିତ ଆଗାମୀ ଦିନରେ ମାଗଣା ବିଜୁଳି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ରାସ୍ତାଘାଟଠାରୁ ଆରମ୍ଭ…

Read More

ଆସନ୍ତାକାଲି ଆସିବେ ନବୀନ, ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ପ୍ରଚାର ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉଦ୍ଦେଶ୍ୟରେ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । ଆସନ୍ତାକାଲି ଅର୍ଥାତ ୨୨ତାରିଖରେ ଷ୍ଟାଡିୟମ ପଡ଼ିଆଠାରେ ଅନୁଷ୍ଠିତ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟାର ପ୍ରଚାରକ ଭି. କେ ପାଣ୍ଡିଆନ୍ ଯୋଗ ଦେବାର ସୂଚନା ମିଳିଛି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ୨୩ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୨ ତାରିଖ ନୟାଗଡ଼ରେ ଅନୁଷ୍ଠିତ ବିଶାଳ ଜନସମାବେଶ ବେଶ ଗୁରୁତ୍ୱ ବହନ କରୁଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅଭୂତ ପୂର୍ବ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଅନେକ ଜନହିତକର ଯୋଜନାର ଉପକାର…

Read More

୮ ପଞ୍ଚାୟତରେ ବିଶାଳ ଆଶୀର୍ବାଦ ସମାବେଶ, ନବୀନଙ୍କର ବିକାଶର ବାର୍ତ୍ତା ଦେଲେ ଅରୁଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ୮ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଚାର କଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ବିଜେଡିର ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିଥିବା ବେଳେ ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହା ସହ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୁଳକ କାର୍ଯ୍ୟ ହୋଇଥିବା ପ୍ରକାଶ କରିଥିଲେ ବିଧାୟକ ପ୍ରାର୍ଥୀ ଅରୁଣ । ଆଜି ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ବୁଲି ଜୋର୍‌ଦାର୍ ପ୍ରଚାର ଆରମ୍ଭ କରିଛନ୍ତି। ମୁଁ ସଦାଦସର୍ବଦା ଆପଣ ମାନଙ୍କର ମୁଲିଆ ହୋଇ ରହିଛି । ନିର୍ବାଚନ ନୁହେଁ ସାରା ବର୍ଷ ତମାମ ଆପଣ ମାନଙ୍କ ପାଖରେ ମୁଁ ରହି ଆସିଛି…

Read More

ସିବିଏସ୍ଇ ପରୀକ୍ଷାରେ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଗୋପାଗ୍ନୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ସେହି ପରୀକ୍ଷାରେ ନୟାଗଡ଼ ଜିଲ୍ଲାସ୍ଥିତ ଗୋଠବଣ ଗ୍ରାମର ଗୋପବନ୍ଧୁ ଷଡ଼ଙ୍ଗୀ ଓ ପୁଷ୍ପଶ୍ରୀ ଷଡ଼ଙ୍ଗୀଙ୍କ ଜ୍ୟେଷ୍ଠ କନ୍ୟା ଗୋପାଗ୍ନୀ ଷଡ଼ଙ୍ଗୀ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେବାସହ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପଛରେ ସେ ବଡ଼ମାନଙ୍କ ଆଶୀର୍ବାଦ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଥ ପ୍ରଦର୍ଶନ ସହ ନିଜର କଠିନ ପରିଶ୍ରମର ହାତ ରହିଛି ବୋଲି କହିଛନ୍ତି।

Read More

ନବୀନ ଆସିବେ ନୟାଗଡ଼, ବିଜେଡ଼ିର ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ନିମନ୍ତେ ସବୁ ମହଲରେ ଉତ୍ସାହ ଦେଖାଯାଇଛି । ଆସନ୍ତା ୨୨ ତାରିଖ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଗସ୍ତ କରିବେ । ନୟାଗଡ଼ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଛାତ୍ର, ଯୁବ, ମହିଳା, ବିଜୁ ଶ୍ରମିକ ସାମୁଖ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଯିବୀ, ସମାଜସେବୀ ଓ ସମସ୍ତ ବର୍ଗର ନେତୃମଣ୍ଡଳୀଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଥମେ ସମସ୍ତ…

Read More