ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୧୫୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନିତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମର ରବିନ୍ଦ୍ର ମହାପାତ୍ର, ଜୟକୃଷ୍ଣ ମହାପାତ୍ର ଓ ଅଚ୍ୟୁତାନନ୍ଦ ନାୟକ ବିଜେଡିରେ…
Read MoreMonth: April 2024
ବିଭିନ୍ନ ସଙ୍ଘଠନ ପକ୍ଷରୁ ଇଟାମାଟିରେ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଅଲଟ୍ରାଟେକ ସିମେଣ୍ଟ, ମାରୁଆଡ଼ି ମହିଳା ସମିତି ଇଟାମାଟି, ମାରୁଆଡି ସମାଜ ଇଟାମାଟି ଓ ରାଜକିଶୋର ରାଧାମଣି ସ୍ମୃତି ସଂସଦ, ଇଟାମାଟି ମିଳିତ ଉଦ୍ୟମରେ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ପୁଷ୍ପା ଦେବୀ ଅଗ୍ରୱାଲ ଓ ଅଲଟ୍ରାଟେକ ସିମେଣ୍ଟର ମୁଖ୍ୟ ସୀତାରାମ ସାର ଯୋଗଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରଦୀନ ସାହୁ,ବିଶ୍ୱନାଥ ମହାପାତ୍ର, ଭାଗିରଥି ବାଇ, ମିଶନ ଶକ୍ତିର ମା’ମାନେ ଓ ଶ୍ରୀ ଗଣେଷ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶିବିରର ମୁଖ୍ୟ ଉଦ୍ୟକ୍ତା କ୍ରିଷ୍ଣା କୁମାର ଅଗ୍ରୱାଲ, ସୁନିତା ଅଗ୍ରୱାଲ ସମସ୍ତ ଅତିଥି ଓ ନୟାଗଡ…
Read Moreଆନ୍ତର୍ଜାତିୟ ମାନବାଧିକାର ରକ୍ଷକ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ଅନ୍ତାର୍ଜାତିୟ ମାନବାଧିକାର ରକ୍ଷକର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। । ଏଥିରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ନୟାଗଡ଼ ଜିଲ୍ଲା ସଭାପତି ତଥା ଲଡ଼ୁବାବାଙ୍କ ବରିଷ୍ଠ ପୂଜକ ଭଗବାନ ମହାପାତ୍ର, ପ୍ରମୋଦ କୁମାର ନନ୍ଦ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ, ଅବିନାଶ ସାମନ୍ତରାୟ, ପ୍ରଶାସନିକ ସଚିବ ଭାରତୀୟ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ, ଶ୍ମାନସ ଗୋଛାୟତ ଜିଲ୍ଲା ଯୁବ ସମ୍ପାଦକ ନୟାଗଡ଼, ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ, ନୟାଗଡ଼ ଜିଲ୍ଲାରେ ଅନାଥ ଓ ବୃଦ୍ଧମାନଙ୍କ ପାଇଁ ଅନେକ ପ୍ରକଳ୍ପ ସ୍ଥାପନା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଜିଲ୍ଲାର ବୁଦ୍ଧିଯିବି ମହଲରେ ଏହି ମହତ୍ୱ କାର୍ଯ୍ୟକୁ ପ୍ରସଂଶା କରାଯାଇଛି।
Read Moreଆରୋମିରା ଟ୍ରଷ୍ଠ ପକ୍ଷରୁ ବିଶ୍ୱ ଧରିତ୍ରୀ ଦିବସ ପାଳିତ
ଓଡଗାଁ, (ନୟାଗଡ଼ ଦର୍ପଣ): ଧରିତ୍ରୀ ମା’ର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉ ଅଛି। ଏ ଅବସରରେ ନୟାଗଡ଼ ଜିଲ୍ଲା କୁରାଳ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ ତରଫରୁ ଧରିତ୍ରୀ ଦିବସ ପାଳନ କରାଯାଇଛି। ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ରିଜର୍ଭ ଶାଳ ବଣକୁ ଘେରି ରହିଥିବା ଗ୍ରାମ ସମୂହ ଏବଂ ଓଡଗାଁ ବନାଞ୍ଚଳ ଓ ବୁଗୁଡ଼ା ବନାଞ୍ଚଳ ଅଧିନସ୍ଥ ପଞ୍ଚୁପାଣ୍ଡବ ପାହାଡକୁ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲାର ୧୫ ଟି ଗ୍ରାମରେ ଧରିତ୍ରୀ ମାତାଙ୍କ ବିଧିବଦ୍ଧ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
Read Moreପୁଣି ବିଜେଡ଼ିରେ ସାମିଲ ହେଲେ ବିରୋଧୀ ଦଳର ୪୫ରୁ ଉର୍ଦ୍ଧ୍ୱ ନେତା
ଚମ୍ପତ୍ତିପୁର, ମାନ୍ଧାତାପୁର ଓ ଚଣ୍ଡିବସ୍ତର ବିରୋଧୀ ଦଳର ନେତା ବିଜେଡିରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଅଧୀକ ଶକ୍ତିଶାଳୀ ହେଉଛି ବିଜେଡି । ଗତ କିଛି ଦିନ ଧରି ବିରୋଧୀ ଶିବିରର ଅନେକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେବାରେ ଲାଗିଛନ୍ତି । ବିରୋଧୀ ଶିବିର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଶିବିରରେ ସେତିକି ନିରାଶ ଦେଖିବାକୁ ମିଳୁଛି । ଦୁର୍ବଳ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଶିବିର । ପ୍ରତ୍ୟେକ ଦିନ ବିଜେପି ଛାଡ଼ି ବିଜେଡ଼ିରେ ବିଜେପି କର୍ମୀଙ୍କ ବିଜେଡ଼ିରେ ମିଶ୍ରଣ ଓ ବିଜେଡ଼ି ଏକତାରେ ଶକ୍ତିଶାଳୀ ହେଉଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଶିବିର । ଅରୁଣଙ୍କ କ୍ରେଜ୍ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ…
Read Moreବିରୁଡ଼ା ପଞ୍ଚାୟତରେ ସକାଳୁ ସକାଳୁ ଅରୁଣଙ୍କ ନିର୍ବାଚନୀ ପ୍ରଚାର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି। ଆଜି ସକାଳୁ ସକାଳୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବିରୁଡ଼ା ଗ୍ରାମ ପଞ୍ଚାୟତ ବାଘେରା ଗ୍ରାମ ସୁଳିଆପଦା ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା ନିବେଦନ କରିଛନ୍ତି । ଏଥି ସହିତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ଦେଇଛନ୍ତି । ବାଘେରା ଗ୍ରାମ ଠାରୁ ଚାଲି ଚାଲି ବରକୋଳିପାଟଣା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ । ବହୁ ସଂଖ୍ୟାରେ ମହିଳାମାନେ ଉପସ୍ଥିତ ରହି ଅରୁଣଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା…
Read Moreଧାଡ଼ିକିଆ ଖବର, ତାରିଖ-୨୨.୦୪.୨୪ (ସୋମବାର)
⭕ଭାରତ ପ୍ରସିଦ୍ଧ ଐତିହାସିକ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର, ଆଜି ଷଷ୍ଠ ଦିବସ ଶ୍ରୀରାମ ବନବାସ ଓ ଭାରତ ମିଳନ। ⭕ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ଖରା ଛୁଟି ଘୋଷଣା, ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ⭕ଜୁନ୍ ୨୦୨୪’ ୟୁଜିସି ନେଟ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ। ⭕ଆଗକୁ ନିର୍ବାଚନ, ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଗତିବିଧି ଉପରେ ରହିଛି କଡ଼ା ନଜର। ⭕ଉମରକୋଟ: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ। ⭕ଜୟପୁର ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପୁଣି ଲଢିବେ ଗୌତମ ସାମନ୍ତରାୟ। ⭕ତାତି ସତ୍ୱେ ସରଗରମ ହେଉଛି ପ୍ରଚାର ମଇଦାନ: ଜାରି ରହିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର, କଳସ ଯାତ୍ରା କରି ପ୍ରଚାରକୁ ଜୋରଦାର…
Read Moreନୟାଗଡ଼ ବିଜେପି ପକ୍ଷରୁ ରାଜବାଟିରେ ମିଶ୍ରଣ ପର୍ବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିକାଶର ଆଶା ନେଇ ପରିବର୍ତ୍ତନର ଆହ୍ୱାନ ଦେଲେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ନୟାଗଡ଼ ବିଜେପିର ବିଧାୟିକା ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱ ଉପରେ ଆସ୍ଥା ରଖି ଭୟମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ନୟାଗଡ଼ ଗଢି ତୋଳିବା ପାଇଁ ପୁରୁଣା ରାଜବାଟୀ ଠାରେ ଘଡୁଆଳ ଗ୍ରାମପଞ୍ଚାୟତର ବୃନ୍ଦାବନପୁର ଗ୍ରାମ, ଖୁଟୁବନ୍ଧ ଗ୍ରାମପଞ୍ଚାୟତ, କ୍ରୀଦାଶପୁର ଗ୍ରାମ ପଞ୍ଚାୟତର କଞ୍ଚନବିଲି, ଗୌଡ଼ପୁଟ ଗ୍ରାମପଞ୍ଚାୟତ, ଓଡଗାଁ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧, ଗିରିଡ଼ିପଲ୍ଲୀ ଗ୍ରାମର ମଦନପୁର ଗ୍ରାମର ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଆଉ ପ୍ରତ୍ୟୁଷା କହିଛନ୍ତି ନୟାଗଡ଼ରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଲଢେଇରେ ଆପଣମାନେ ମୋତେ ସହଯୋଗ କରନ୍ତୁ । ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ…
Read Moreନୟାଗଡ଼ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଦୈନିକ ଶହ ଶହ ବିରୋଧି କର୍ମୀ ବିଜେଡ଼ିରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ଭଲ ପଦର୍ଶନ କରିବ, ସେଥିପାଇଁ ଜୋରଦାର ପ୍ରୟାସ କରାଯାଉଛି। ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦକୁ ନେଇ ଗଠିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ ହୋଇଛି । ନୟାଗଡ଼ ସହରର ବିଭିନ୍ନ ଗଳି କନ୍ଦିରେ କାଉନସିଲର, ନେତା, କର୍ମୀ ଓ କାଉନସିଲରମାନେ ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ବିଧାୟକ ଡ.…
Read Moreତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା, ତାପରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଅପ୍ରେଲ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।
Read More