ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଲୋଚନା ଚକ୍ର ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ଜିଲ୍ଲା ପରିଷଦ ସଂଘ ପକ୍ଷରୁ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ବୈଠକ ଅନୁଷ୍ଠିତ ହେବା ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ରାଜ୍ୟ ସଂଘ ସଭାପତି ତଥା ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ୍କୁ ନେଇ ବିସ୍ତୁତ ଆଲୋଚନା ହୋଇଥିଲା । ଡ. ସାହୁ ପଞ୍ଚାୟତ ରାଜ ବ୍ୟବସ୍ଥାରେ ରହିଥିବା ଜିଲ୍ଲା ପରିଷଦ ଆକ୍ଟ ଆଣ୍ଡ ରୁଲ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ…
Read MoreYear: 2024
ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜୁନିଅରରେ ଅମ୍ରିତ ଏବଂ ସିନିଅରରେ ଜିତେନ୍ଦ୍ର ଚମ୍ପିୟାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି। ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର,ଶଙ୍କର ମାହାତୋ,ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀଗଞ୍ଜନ,ଦିବାକର ନାୟକ, ସ୍ୱୟଂପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ…
Read Moreସ୍ୱାଧୀନତା ସଂଗ୍ରାମୀଙ୍କ ମୃତ୍ୟୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଡ଼ ପଣ୍ଡୁସର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ବତ୍ସ ଜେନା ମୃତ୍ୟୁ ବରଣ କରିଛନ୍ତି। ବତ୍ସ ଜେନାଙ୍କର ୨ପୁଅ ୨ଝିଅ ୫ଜଣ ନାତି ନାତୁଣୀ ରହିଥିବା ବେଳେ ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମ ତଥା ଆଖ ପାଖ ଗ୍ରାମମାନଙ୍କରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମେଳାପି ଓ ପରୋପକାରି ମଣିଷ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ବର୍ଷ ହୋଇଥିଲା ବେଳେ ଗ୍ରାମର ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯଇଥିଲା। ବଡ଼ ପୁଅ ବୃନ୍ଦାବନ ଜେନା ମୁଖାଗ୍ନି ଦେଇଥିଲେ। ଏହି ଖବର ଶୁଣି ସ୍ଥାନୀୟ ସରପଞ୍ଚ ବନିତା ନାୟକ ଶୋକ, ସମାଜସେବୀ ଭାଗିରଥି ବାଇ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
Read Moreନୟାଗଡ଼ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ନୟାଗଡ଼ ଦେବୋତର କଲୋନିର ୫ନମ୍ବର ଲେନରେ ଆଜି ଅନୁଷ୍ଠିତ ହୋଇ ଯାଇଅଛି। ବୈଠକ ପ୍ରାରମ୍ଭରେ ଉପଦେଷ୍ଟା ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ ଚଳିତ ବର୍ଷ ନୁତନ କର୍ମକର୍ତା ଚୟନ ଶୃଙ୍ଖଳିତ ଭାବେ କରିଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଅନ୍ୟତମ ବରିଷ୍ଠ ସଦସ୍ୟ ଉପଦେଷ୍ଟା ତଥା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ ଚନ୍ଦ୍ର ବିଶ୍ୱାଳ, ନବ ନର୍ବାଚିତ ସଭାପତି ଆଚାର୍ଯ୍ୟ ବିଶ୍ୱ ରଞ୍ଜନ, ଉପ ସଭାପତି ବ୍ରଜ ରଣସିଂ, ଆଲୋକ ସେନାପତି, ସାଧାରଣ ସମ୍ପାଦକ ପ୍ରଶାନ୍ତ ଜେନା, ସମ୍ପାଦକ ଦିନମଣି ମହାନ୍ତି, ଆଲୋକ ମହାରଣା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ନାୟକ, ସଙ୍ଗଠନ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିଲେ ।…
Read Moreନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ, ପ୍ରମୋଦ ପୁନର୍ବାର ସଭାପତି
ଜିଲ୍ଲାସଂଘ ସମଗ୍ର ରାଜ୍ୟକୁ ଆଲୋକ ଦେଖାଇବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହର୍ଷି ବିଦ୍ୟାଳୟ ରୋଡ଼ସ୍ଥିତ ରାଜଶ୍ରୀ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଜଗନ୍ନାଥ ଭଜନ ଗାନ କରି ଥିଲେ। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମ୍ବାଦିକ ଜୟେନ୍ଦ୍ର ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ରଥ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ଦିବଂଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଆସନ୍ତା ବର୍ଷ ସଂଘ ୨୫ ବର୍ଷ ପୂରଣ କରୁଥିବାରୁ ଜିଲ୍ଲା ସଂଘ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତ୍ତି…
Read Moreଓଟିରୁ ଗାଏବ ହୋଇଗଲା ଶିଶୁପୁତ୍ର, ମୁଣ୍ଡ ପିଟି କାନ୍ଦୁଛି ମା’
ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେଉ ହେଉ ଓଟିରୁ ଗାଏବ ହୋଇଗଲା ଶିଶୁ । ୯ ମାସ ଗର୍ଭରେ ରଖିଥିବା ମା’ ନିଜ ଛୁଆକୁ ଥରେ ମାତ୍ର ଦେଖିଥିବା ବେଳେ ଆଉ ପାଉ ନାହିଁ। ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ ଦେବାକୁ ଗୁହାରୀ କରୁଛି।ଆଜି ସକାଳେ ନୟାଗଡ଼ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାରେ ଘଟିଛି ଏଭଳି ଘଟଣା। ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଆଜି ସକାଳେ ତାଙ୍କୁ ଓଟିକୁ ନିଆଯାଇଥିଲା। ସେଠାରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଉକ୍ତ ସମୟରେ ସୁଧିସ୍ମିତାଙ୍କ ନିକଟରେ ପରିବାର ଲୋକେ କେହି ନ ଥିଲେ। କିଛି ସମୟ ପରେ ପରିବାର ଲୋକେ…
Read Moreବିଦ୍ୟାଳୟରେ ତୃତୀୟ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ଯର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଭାପତିତ୍ବରେ ତୃତୀୟ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକ ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଉପସ୍ଥିତ ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତ କରିବା ସହିତ ସଭା ପରିଚାଳନା କରିଥିଲେ। ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଉପସ୍ଥିତ ଥିଲେ। ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ପ୍ରତିନିଧି ସନ୍ତୋଷ ସାହୁ, କୁନା ସାହୁ ସମେତ ଛାତ୍ର ଅଭିଭାବକ ମୀର୍ ଅମଜାଦ୍, ରହନୁମା ବେଗମ୍ ପ୍ରମୁଖ ଶୈକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆପାର୍ ଆଇଡି ଖୋଲିବା ଉପରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ସଭିଙ୍କୁ ଧାରଣା ଦେଇଥିଲେ। ବିଦ୍ୟାଳୟ ସମ୍ମୁଖରେ…
Read Moreବ୍ୟଙ୍ଗକବି ଶ୍ରୀ ଚିତାକଟାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ହାସ୍ୟ ବ୍ୟଙ୍ଗ ସାହିତ୍ୟର ଧୂରୀଣ ବ୍ୟଙ୍ଗକାର ସ୍ବର୍ଗତ ସରୋଜ କୁମାର ମିଶ୍ର (ଶ୍ରୀ ଚିତାକଟା)ଙ୍କ ବିୟୋଗରେ ଗତକାଲି ନୟାଗଡ଼ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପର ଯଦୁମଣି ସଭାଗୃହରେ ବ୍ୟଙ୍ଗ କଲମର ସମ୍ପାଦକ ରବୀନ୍ଦ୍ର ରାଉତଙ୍କ ଆବାହକତ୍ୱରେ ନୟାଗଡ଼ର ଏଗାର ଗୋଟି ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଯଥା ବ୍ୟଙ୍ଗ କଲମ, ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ତଥାସ୍ତୁ, ସେତୁବନ୍ଧ, ଆର୍ଟ ପଏଣ୍ଟ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ମା’ ଫାଉଣ୍ଡେସନ, ନାଟ୍ୟଧାରା, ଶ୍ରୀ ସୃଜନ, ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନଙ୍କ ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାର ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସାମ୍ବାଦିକ ରାମକୃଷ୍ଣ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥିଭାବେ ନାଟ୍ୟକାର ବିଶ୍ୱନାଥ ମହାପାତ୍ର,…
Read Moreବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦ ନମ୍ବର ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ବଖରା ଟିଣ ଛପର ଘର ଭାଙ୍ଗିଯାଇଥିବା ବେଳେ ଜଣେ ଗୁରୁତର ଏବଂ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତି ଏବଂ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଶରଣକୁଳ ମେଡ଼ିକାଲରେ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶେକ ଖାସିମଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତକ୍ଷଦର୍ଶୀଙ୍କ ଠାରୁ ସୂଚନା ଅନୁଯାୟୀ କୌଣସି କାରଣରୁ ବସଟି ବଙ୍ଗଳା ବୁଲାଣିରେ ବାମକୁ ବୁଲାଇବା ପରିବର୍ତ୍ତେ ରାସ୍ତାର ଡାହାଣ ପାଖକୁ ମାଡି…
Read Moreବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଦୈନିକ ଖବର କାଗଜ ‘ପ୍ରଗତିବାଦୀ’ର ଜିଲ୍ଲା ପ୍ରତିନିଧି ସୁବାସ ଚନ୍ଦ୍ର ମହାପାତ୍ରଙ୍କ ମାତା ହାର ଦେବୀଙ୍କ ବିୟୋଗ ଘଟିଛି। ଗତକାଲି ରାତ୍ର ୧୨ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ୫ ପୁଅ, ବୋହୁ ଏବଂ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ରମେଶ ଚନ୍ଦ୍ର ମହାପାତ୍ର ମୁଖାଗ୍ନି ଦେଇଥିଲେ।
Read More