ନୟାଗଡ଼, (ନୟାଗଡ଼ ଦର୍ପଣ): ଖୁଣ୍ଟୁବନ୍ଧ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରକୃତିବନ୍ଧୁ ତଥା ପରିବେଶବିତ ସୁକାନ୍ତ ଚନ୍ଦ୍ର ଚୌଧୁରୀ ଯୋଗଦେଇଥିଲେ। ଏ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସ ଦିବସର ବାର୍ତ୍ତା ‘ଶାନ୍ତି ଏବଂ ନିରନ୍ତର ବିକାଶ ପାଇଁ ଯୁବ କୌଶଳ’ ସହିତ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ୍ ଏବଂ ନିରନ୍ତର ବିକାଶ ଉପରେ ଆଲୋକପାତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଜୱାନ ଦାସ, ଜିତେନ୍ଦ୍ର କୁମାର ବରାଳ, ସଂଯୋଜନା ଅଧ୍ୟାପକଙ୍କ ସମେତ ଅନୁଷ୍ଠାନର ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିଳ୍ପ ତାଲିମ କେନ୍ଦ୍ର ପରିସର ମଧ୍ୟରେ ବୃକ୍ଷରୋପଣ, ଏକକ ବ୍ୟବହୃତ ପ୍ଲାଷ୍ଟିକ ସଂଗ୍ରହ, ରକ୍ତ…
Read MoreYear: 2024
ବାହୁଡା ଯାତ୍ରା ଅବସରରେ ରୋଟାରୀ କ୍ଳବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଓ ଜଳଛତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ତରଫରୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବ ରେ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇ ଥିଲା। ଏହା ସହିତ ଅପରାହ୍ନ ୦୪ଟା ସମୟରେ ନୟାଗଡ଼ ବଡଦାଣ୍ଡରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ୨୦୦୦ ବଟଲ୍ ଜଳବଣ୍ଟନ କରାଯାଇ ଥିଲା। କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଜି ରଶ୍ମିରାଜ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପୃଷ୍ଟି ଆଦି ବହୁ ସଦସ୍ଯ ଯୋଗଦେଇ ଥିଲେ।
Read Moreଜ୍ଞାନ ପ୍ରକାଶ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସମ୍ମାନ”ରେ ସମ୍ମାନିତ ହେଲେ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ‘ଶିକ୍ଷା ସମ୍ମାନ’। ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ NCERT ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏଲିମେଂଟାରୀ, NIFAର ଅଧ୍ୟକ୍ଷ, ‘ଜ୍ଞାନ ପ୍ରକାଶ’ର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଓଡିଶା ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ବାଲାରସେନ୍ ପାତ୍ରଙ୍କୁ ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବରେ ‘ଶିକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ୪ର୍ଥ ଶ୍ରେଣୀରେ…
Read Moreସନ୍ଧ୍ୟା ଦର୍ଶନ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ଭଜନ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀହରି ନାଟ୍ୟାୟନ, ନୟାଗଡ଼ ଏବଂ ଦେବୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୁରୁ ପ୍ରଭାତ ଦାଶ, ଡ ଆଶୁତୋଷ ମିଶ୍ର, କାଳିଦାସ ମହାପାତ୍ର, ରାଜୀବ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଧନେଶ୍ୱର ପ୍ରଧାନ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବିଷ୍ଣୁପ୍ରିୟା ବେହେରା,ବିଭୁପ୍ରସାଦ ଶତପଥୀ, ଚିନ୍ମୟ ପ୍ରସାଦ ବେହେରା, ରାଜନ ସିଂ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆପ୍ୟାୟିତ କରିଥିଲେ। ଶ୍ରୀହରି ନାଟ୍ୟାୟନର ସଭାପତି କୈଳାସ ଚନ୍ଦ୍ର ଓଝା ଏବଂ କାଳିଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Read Moreକେ.ସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଳାର ସର୍ବ ପୁରାତନ କେସି କ୍ଲବ ର ୯୮ ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଶନିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି।କେ.ସି କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତି ଯୋଗିତା ବିଭିନ୍ନ ୬ଷ୍ଠ ଶ୍ରେଣୀ ଠାରୁ ୧୦ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ,ପେଣ୍ଟିଙ୍ଗ ପ୍ରତି ଯୋଗିତା ହୋଇ ଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଅଧକ୍ଷ ଅଶୋକ ନାୟକ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବାନାମ୍ବର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଡ଼ ଶିଶିର କୁମାର ବାରିକ, ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତଜ୍ଞ ଅଜିତ ପଟ୍ଟନାୟକ, ଗୁରୁ ପ୍ରଭାତ ଦାଶ, ବଳଭଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ…
Read Moreଦାସିଆ ଅଜାଙ୍କ ୧୧୭ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,…
Read Moreଭାପୁର ବନବିଭାଗ ପକ୍ଷରୁ ୭୫ତମ ବନ ମହୋତ୍ସବରେ ବୃକ୍ଷ ରୋପଣ
ଭାପୁର, (ନୟାଗଡ଼ ଦର୍ପଣ): ୭୫ ତମ ବନ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ବ୍ୟକ୍ତି ଗତ ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ଅବସରରେ ଭାପୁର ଶ୍ରୀରାମ ମନ୍ଦିର ପରିସରରେ ଗୁରୁବାର ଦିନ ଖଣ୍ଡପଡା ଏବଂ ଭାପୁର ବନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏପରି ଏକ ମହନୀୟ କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସଂସଦୀୟ କ୍ଷେତ୍ରରୁ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଜୟ କୁମାର ସାମନ୍ତରାୟ, ସାଂସଦଙ୍କ ବ୍ଲକ ପ୍ରତିନିଧି ତୋଫାନ…
Read Moreଜନଶକ୍ତି ଉଚ୍ଚବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଓଡଗାଁ, (ନୟାଗଡ଼ ଦର୍ପଣ): ୭୫ତମ ବନ ମହୋତ୍ସବ ପାଳନ ଅବସରରେ ଆଜି ଓଡଗାଁ ବ୍ଲକ ମଶାବାରୀ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଜନଶକ୍ତି ସରକାରୀ ଉଚ୍ଚବିଦ୍ୟାଳୟ ଭାଲିଆଡିହି ଦେଓଗାଁ ଠାରେ ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକ,ମୁଖ୍ୟ ବକ୍ତା ରୂପେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ରୂପେ ପ୍ରକୃତିପ୍ରେମୀ ଅବସରପ୍ରାପ୍ତ ଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଆନନ୍ଦ ଡାକୁଆ ମଞ୍ଚାସୀନ ଥିଲେ। ଗଛ ଲଗେଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାକୁ ବଞ୍ଚେଇରଖିବା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ପ୍ଲାଷ୍ଟିକ ଜିନିଷ ର ବ୍ୟବହାର କମେଇବା,ଜରୁରୀ ଆବଶ୍ୟକ ନଥିଲେ ଏସି ନ ଚଲେଇବା ମୋଟରସାଇକେଲର ବ୍ୟବହାର ନ କରିବା…
Read Moreସାମାନ୍ୟ ବର୍ଷାରେ ଉବୁଟୁବୁ ରାଜ୍ୟ ରାଜପଥ, ଅଭିଯୋଗ କଲେ ଶୁଣୁନି ପୂର୍ତ୍ତ ବିଭାଗ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମାନ୍ୟ ବର୍ଷାରେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଉବୁଟୁବୁ ହେଉଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ ନଂ ୱାର୍ଡ ଅଞ୍ଚଳର ପଣ୍ଡା କ୍ଲିନିକ ନିକଟ ଦେଇ ଯାଇଥିବା ଏହି ରାଜପଥର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଇ ଖାଲ ଢ଼ିପ ହୋଇଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଏଠାରେ ପାଣି ଲହଡ଼ି ଭାଙ୍ଗିଥାଏ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବା ବେଳେ ଦୀର୍ଘ ଏକ ବର୍ଷ ହେଲା ଏହି ସମସ୍ୟା ଲାଗି ରହିଛି। ଅନେକ ସମୟରେ ଖରାପ ରାସ୍ତା ଯୋଗୁଁ ଅନେକ ଛୋଟମୋଟ ଦୁର୍ଘଟଣା ମାନ ଘଟୁଛି। ଏ ନେଇ ୧୧ ୱାର୍ଡବାସୀଙ୍କ ପକ୍ଷରୁ ନୟାଗଡ଼ ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।…
Read Moreଶ୍ରମିକ ନେତା ଏସ୍.ଏ.କରିମଙ୍କ ଦେହାନ୍ତ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରବୀଣ ଶ୍ରମିକନେତା, ନିର୍ମାଣ ଶ୍ରମିକ, ପାଚିକା ଓ ଆଶାକର୍ମୀ ସଙ୍ଗଠକ ତଥା ସି.ପି.ଆଇ.(ଏମ୍) ନେତା ଏସ୍.ଏ.କରିମଙ୍କର ଜୁଲାଇ ୧୦ତାରିଖ ମଧ୍ୟ ରାତ୍ରରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ମୃତ୍ୟୁ ପରେ ତାଙ୍କ ମରଶରୀରକୁ ସିନ୍ଦୁରିଆ ବାସଭବନକୁ ଅଣାଯାଇ ଶେଷ ସମ୍ମାନ ପ୍ରଦର୍ଶନ ପୂର୍ବକ ଗ୍ରାମ କବର ସ୍ଥାନରେ ସମାଧୀ ଦିଆଯାଇଛି। ସମାଜସେବୀ ତଥା ଲୋକପ୍ରିୟ କରିମଙ୍କୁ ଶହଶହ ଅଞ୍ଚଳବାସୀ, ଆତ୍ମୀୟସ୍ଵଜନ, ଆଶା ଓ ପାଚିକା କର୍ମୀ, ସିଟୁ ଶ୍ରମିକ ସଂଗଠନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ, ରକ୍ତପତାକା ଅର୍ପଣ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶ୍ରମିକ ନେତା ତଥା କରିମଙ୍କ ଘନିଷ୍ଠ ସହଯୋଗୀ ବିଶ୍ଵନାଥ ମହାପାତ୍ର, ଶରତ ଚନ୍ଦ୍ର ବେହେରା, ଗୋଲକ ବିହାରି ମୁଦୁଲି,…
Read More