ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ. ଅରୁଣ କୁମାର ସାହୁ ଉପନ୍ୟାସର ବିବିଧ ଦିଗ ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ। ସ୍ଥାନ, କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ ମହାପାତ୍ର ଏଭଳି ପ୍ରୟୋଗ କରିଛନ୍ତି, ଯାହା ଯେ କୌଣସି ଓଡ଼ିଆ ପ୍ରତିଷ୍ଠିତ ଲେଖକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଡ.ସାହୁ ଉଲ୍ଲେଖ କରିଥିଲେ। ହଜିଯାଉଥିବା ଓଡ଼ିଆ ଶବ୍ଦମାନଙ୍କୁ ଖୋଜିଆଣି ପ୍ରୟୋଗ କରିବାରେ ଔପନ୍ୟାସିକ ଶ୍ରୀ ମହାପାତ୍ର ଜଣେ ସଫଳ ସାରସ୍ବତ ସ୍ରଷ୍ଟା ବୋଲି ସମୀକ୍ଷକ…
Read MoreYear: 2024
ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି ନୟାଗଡ଼ ଜିଲ୍ଲା ମହୋତ୍ସବ । ଆମ ନୟାଗଡ଼ ଜିଲ୍ଲା ହେଉଛି ଅନେକ ଯୋଗଜନ୍ମାଙ୍କ ଏନ୍ତୁଡ଼ିଶାଳ ଯଥା ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ର, ଜୋତିର୍ବିଦ ସାମନ୍ତ ଚନ୍ଦ୍ର ଶେଖର (ପଠାଣି ସାମନ୍ତ), କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା, ସ୍ୱାଧୀନତା ସଂଗ୍ରାମୀ ସହିଦ ରଘୁ-ଦିବାକର, କଷ୍ଟି ଡାକୁଆ, କଣ୍ଡୁରୀ ପରିଡା, ବୁଦ୍ଧି ପରିଡ଼ା, ବିଶିଷ୍ଟ ସଂଗ୍ରାହକ ଦାଶରଥି ପଟ୍ଟନାୟକ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ଗୋବିନ୍ଦ ଚନ୍ଦ୍ର ସୁରଦେଓ, ପଣ୍ଡିତ ବିନାୟକ ମିଶ୍ର ଭଳି ମହାମନୀଷୀ ମାନଙ୍କ ଜନ୍ମ ଭୂମି।ଯେଉଁମାନେକି ଆମ ଜିଲ୍ଲାର ଅସ୍ମିତା କିନ୍ତୁ ବିଡମ୍ବନାର ବିଷୟ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଏଭଳି ମହାପୁରୁଷଙ୍କ ପାଇଁ ସ୍ଥାନ ନାହିଁ। ଯାହାଙ୍କୁ ଦେଖିଲେ ଆମ ଭବିଷ୍ୟତ ସୁରି ମାନେ ପ୍ରେରଣା…
Read Moreନୂଆଗାଁ ବ୍ଲକରେ ତୃତୀୟ ଓ ପଞ୍ଚମଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ରେ ୨୮ଜଣ ଛାତ୍ର ଛାତ୍ରୀ କୃତିତ୍ବ ଅର୍ଜନ କରିଛନ୍ତି। ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ମହିପୁର ଶ୍ରୀ ଅରବିନ୍ଦର ଛାତ୍ର ଆଶୁତୋଷ ବେହେରା ୯୩ ମାର୍କ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ଭିରୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆଶୁତୋଷ ସ୍ବାଇଁ ୭୪ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଶୁତୋଷ ସ୍ବାଇଁ ତୃତୀୟ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ମେରିଟରେ ଆଶୁତୋଷ ବେହେରା ଶ୍ରୀ ଅରବିନ୍ଦ ମହିପୁର, ରାମକୃଷ୍ଣ ଦଳେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୃଷ୍ଣପ୍ରସାଦ, ସତ୍ୟ ନାରାୟଣ ଦାଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାଣିଗିରି, ପୁନମ୍ ପ୍ରଧାନ ସରକାରୀ ପ୍ରାଥମିକ ବିଦ୍ୟାଳୟ…
Read Moreଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ…
Read Moreସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୩-୨୪ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ସୁଶ୍ରୀ ପ୍ରିୟଦର୍ଶିନୀ, ପାୟଲ ଦାସ ଓ ଶୁଭଶ୍ରୀ ବାରିକ ମେଧାବୃତ୍ତି ପାଇ ଥିଲାବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ବିଶ୍ବବିଜିତା ମହାନ୍ତି, ଆଦ୍ଯାଂଶୀ ପ୍ରଧାନ ଓ ଶୁଭସ୍ମିତା ପଣ୍ଡା ସଫଳତା ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ…
Read Moreନୟାଗଡ଼ ଜିଲ୍ଲା ମହୋତ୍ସବ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ବୈଠକରେ ପ୍ରବଳ ହଟ୍ଟଗୋଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲିଶ୍ରୀ, ପୁସ୍ତକ ଓ କୃଷି ମେଳା ଆସନ୍ତାକାଲି ତଥା ୨୪ ତାରିଖଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ଅଧ୍ୟକ୍ଷତାରେ ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ତାପତି ରାଜ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସହ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଜିଲ୍ଲା ମହୋତ୍ସବ କେଉଁ ଅଦୃଶ୍ୟ ଶକ୍ତି ଦ୍ୱାରା ପରିଚାଳିତ ହେଉଛି ବୋଲି ପ୍ରଶ୍ନ କରିଥିଲେ । କଲଚରାଲ୍ କମିଟିକୁ ଭାଙ୍ଗି ଇଭେନ୍ଟ ମ୍ୟାନେଜ୍ମେଣ୍ଟ କମିଟି ଗଠନର କାରଣ କଣ ବୋଲି…
Read Moreଖବର କାଗଜ ବିତରକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଜି ଅପରାହ୍ନରେ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ନୟାଗଡ଼ ସହର ମଧ୍ୟରେ ଦୈନିକ ଖବର ବାଣ୍ଟୁଥିବା ସମସ୍ତ ବିତରକ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ନୟାଗଡ଼ ଖବର କାଗଜ ବିତରକ ସଂଘର ପଞ୍ଜିକରଣ କାର୍ଯ୍ୟ ଏବଂ ଖବର କାଗଜ ବିକ୍ରୟ ପାଇଁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ବିତରକମାନଙ୍କ ପକ୍ଷରୁ ଜିଲ୍ଲା ସାମ୍ବାଦିକ ସଂଘର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଭେଣ୍ଡିଂ ଜୋନ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ…
Read Moreଦଶପଲ୍ଲାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତ ବିନୋଦ ସାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପ ସଭାପତି ଲକ୍ଷ୍ମୀଧର ମହାପାତ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କବି ଅଶୋକ ମଲ୍ଲ ଏବଂ ସହଯୋଗୀ ଭାବେ ଶିକ୍ଷକ ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, ସଂଗ୍ରାମ କେଶରୀ ଜେନା, ପ୍ରଭାତ ସାଥୁଆ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଉପସ୍ଥାପନ କରିଥିଲେ ।ଏହି ପ୍ରତିଯୋଗିତାରେ ଦଶପଲ୍ଲା ବ୍ଲକ…
Read Moreନୟାଗଡ଼ ଜିଲ୍ଲା ମହୋତ୍ସବକୁ ନେଇ ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ତା.୨୪ ରୁ ୨୮ ତାରିଖ ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା, କୃଷି-ଯନ୍ତ୍ରପାତି ମେଳା, ପୁସ୍ତକ ମେଳା-୨୦୨୪ ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୪ତାରିଖରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜିଲ୍ଲା ମହୋତ୍ସବକୁ ଶୁଭ ଉଦ୍ଘାଟନ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଏହି ମହୋତ୍ସବରେ ପାଖାପାଖି ୩୧୩ ଷ୍ଟଲଟି ଖୋଲିବ। ଓରମାସ- ୧୧୬ଟି ଷ୍ଟଲ, ପୁସ୍ତକ ମେଳା-୨୦ଟି ଷ୍ଟଲ, କୃଷି-ଯନ୍ତ୍ରପାତି ମେଳା-୬୦ଟି ଷ୍ଟଲ, ଖାଦ୍ୟ ଷ୍ଟଲ-୫୦ଟି, ମିଶନ ଶକ୍ତି-୨୦ଟି ଷ୍ଟଲ, ହସ୍ତଶିଳ୍ପ-୧୦ଟି ଷ୍ଟଲ, ପୋଲିସ, ଫାୟାର, ମେଡିକାଲ- ୬ଟି ଷ୍ଟଲ, ବିଭିନ୍ନ ବିଭାଗ-୨୪ଟି ଷ୍ଟଲ, ବିଜ୍ଞାପନ ପାଇଁ ୭ଟି ଷ୍ଟଲ ଖୋଲାଯିବାର ବ୍ୟବସ୍ଥା ହୋଇଛି। ରାସ୍ତା ଘାଟ:- ଜଗନ୍ନାଥ ମନ୍ଦିର ଠାରୁ ଷ୍ଟାଡିୟମ ପଡ଼ିଆ ଏବଂ ପି.ଟି.ଏସ ରାସ୍ତାରୁ ଷ୍ଟାଡିୟମ ପର୍ଯ୍ୟନ୍ତ…
Read Moreପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜସେଵୀ ତଥା ଆଡ଼ଭୋକେଟ ପ୍ରଭାସିନୀ ନନ୍ଦ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ସୁଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଉଛେଦ, ଭୃଣ ହତ୍ୟା, ଜ୍ଵନ ନିର୍ଯାତନା କିଭଳି ଭାବେ ବଢୁଛି ଏବଂ ତାର ପ୍ରତିକାର ଆମେ କେମିତି କରିବା ସେ ବିଷୟରେ ସଚେତନ କରାଇଥିଲେ। ଛାତ୍ରଛାତ୍ରୀଙ୍କ ଦୃଢ ଇଚ୍ଛା ଶକ୍ତି ଓ ନିର୍ଭିକ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେଶ ପ୍ରଧାନ ଏବଂ ଯୁକ୍ତ ୩ ଅଧ୍ୟକ୍ଷ ସୁନୀଲ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା…
Read More