ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ରଣପୁର ବିଧାୟିକା ତଥା ଓଡ଼ିଶାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଶରଣକୁଳ ପଥୁରିଆସାହି ଦାମୋଦର ଶିଶୁରାଇଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଡଃ.ବରାଡଙ୍କ ଏହି ପୁସ୍ତକର ଲୋକାର୍ପଣ କରିଥିଲେ। ଦାମୋଦର ଶିଶୁରାଇଜର ଏହି ସପ୍ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୁଦତ୍ତ ମହାପାତ୍ର ପୌରହିତ୍ୟ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟିକା ସୁରମା ପାଢ଼ୀ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟା ଚିନ୍ମୟୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବରେ ଶରଣକୁଳ ଗ୍ରା.ପ.…
Read MoreYear: 2024
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ ମନୋରଂଜନ ପଣ୍ଡା ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହିତ ଶିଶୁପ୍ରେମୀ ଜନନାୟକ ପଣ୍ଡିତ୍ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବଉଳସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଆଲୋକ ଚନ୍ଦ୍ର ସାମନ୍ତରାୟ ସୋସିଆଲ ମିଡିଆରୁ ଶିଶୁଙ୍କୁ ଦୂରେଇ ରଖି ଆଦର୍ଶ ଛାତ୍ର ଗଠନ କରିବା ପାଇଁ ଅଭିଭାବକ ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଶୁଭ୍ରାଂଶୁ ବିଶ୍ୱାଳ ଯୋଗଦେଇ ଆଧ୍ୟାତ୍ମିକତା , ନୈତିକତା…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ପାଳିତ
“ପିଲାମାନେ ଦୁଷ୍ଟ ହୁଅ କିନ୍ତୁ ନଷ୍ଟ ହୁଅ ନାହିଁ”- ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ସ୍ଥାନୀୟ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀର୍ଘ ୩୦ମିନିଟ୍ ସମୟ ଧରି ଶିଶୁମାନଙ୍କ ସହିତ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଳାପ କରିଥିଲେ। ଶିଶୁ ଦିବସ ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଶିଶୁମାନଙ୍କ ମଧ୍ଯରେ କୌତୁକିଆ ପୋଷାକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁମାନଙ୍କୁ ସେହି ବେଷ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁମାନଙ୍କୁ ଶିକ୍ଷଣୀୟ ଉପଦେଶ…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳନ
ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁଦିବସ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ନୟାଗଡ଼ର ଶିଶୁ ସାହିତ୍ୟିକା ପ୍ରଭାସିନୀ ବରାଡ ଯୋଗଦେଇ ଶିଶୁମାନଙ୍କୁ ଶିଶୁ ଦିବସର ମହତ୍ତ୍ୱ ଏବଂ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଅନେକ ମାର୍ଗଦର୍ଶନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ଏବଂ ସମସ୍ତ ଗୁରୁଜୀ ଗୁରୁମା ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ। ଏହି ଅବସରରେ ଶ୍ରୀମତୀ ବରାଡ ବିଦ୍ୟାଳୟର ପୁସ୍ତକ ଭଣ୍ଡାରକୁ ସ୍ବରଚିତ “ପୁସ୍ତକ ସାବାସ ସୁମନ”, “ଆହା କି ମିଠା” ,”ମା ଲୋ ମା କହିଦେ ମତେ” ଆଦି ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବିଦ୍ୟାମନ୍ଦିର ସୁରେନ୍ଦ୍ର କୁମାର ପ୍ରଧାନ ଓ ପରିଚାଲନା ସମିତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା।
Read Moreବିଦ୍ୟାଳୟରେ ଶିଶୁ ଦିବସ ପାଳନ ସହ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ରଣପୁର,(ନୟାଗଡ଼ ଦର୍ପଣ): ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ନଭେମ୍ବର ୧୪ ତାରିଖ, ୧୮୮୯ ମସିହାରେ ରେ ଜନ୍ମ ଗ୍ରହଣ କରିଥିଲେ। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତାଙ୍କର ଜନ୍ମ ଦିନକୁ ସ୍ମରଣିୟ କରି ରଖିବା ପାଇଁଁ ସାରା ଦେଶରେ ଶୁଶୁ ଦିବସ ପାଳନ କରାଯାଉଛି। ସେହିପରି ରଣପୁର ସମସ୍ତ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ…
Read Moreନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶିଶୁ ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସମଗ୍ର ଭାରତ ବର୍ଷରେ ଉତ୍ସାହ ଉଦୀପନା ସହ ଶିଶୁ ଦିବସ ପାଳନ କରାଯାଇଛି । ଶିଶୁ ମାନଙ୍କର ଅଧିକାର, ସୁରକ୍ଷା ପାଇଁ ସାମ୍ବିଧାନିକ ସଚେତନତା ଅପରିହାଜ୍ୟ । ଏହି ଉପକ୍ରମରେ, ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଶିଶୁ ଦିବସ ପାଳନ କରାଯାଇଥିଲା। ଚନ୍ଦ୍ର ବିଜୟୀ ମିଶ୍ର ଏହି ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଇଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ- ଶିଶୁ ଅଧିକାର ଉପରେ ବାଖ୍ୟା…
Read Moreଏକାଦଶତମ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଏକାଦଶତମ କୃଷି ଗଣନା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏକାଦଶତମ କୃଷି ଗଣନାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ପାଇଁ ୧୧୫ଗୋଟି ନମୁନା ଗ୍ରାମର ତାଲିକା ପ୍ରସ୍ତୁତ କରାଯାଇଛି । ନମୁନା ଗ୍ରାମର ସମସ୍ତ ଚାଷଜମିର ତଥ୍ୟ ଯଥା- ନାମମାତ୍ର ଚାଷୀ, କ୍ଷୁଦ୍ରଚାଷୀ, ଅର୍ଦ୍ଧ ମଧ୍ୟମଚାଷୀ, ମଧ୍ୟମଚାଷୀ ଓ ବଡ଼ଚାଷୀ ବ୍ୟବହାର କରୁଥିବା ବିଭିନ୍ନ କୃଷି ଉପାଦାନ ସମ୍ବନ୍ଧୀୟ ତଥ୍ୟ ଯଥା-ରାସାୟନିକ ସାର,ଅଧିକ ଉତ୍ପାଦନକ୍ଷମ ବିହନ, କୀଟନାଶକ ଔଷଧ, ଗୋବର, କମ୍ପୋଷ୍ଟ ଖତ,ଜୈବିକ ସାର, କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି ଓ ଉପକରଣ , କୃଷିଋଣ, ମୃତିକା ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ,କୃଷି ସମ୍ବନ୍ଧୀୟ ନେଇଥିବା ତାଲିମ ଇତ୍ୟାଦି ତଥ୍ୟ ଗଣନାକାରୀ ସର୍ଭେରେ ଦର୍ଶାଇବେ । ଗଣନା…
Read Moreନୟାଗଡ଼ ଜିଲ୍ଲାରେ ଦ୍ୱି-ପାକ୍ଷିକ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ନିର୍ମାଣ ଶ୍ରମିକ, ଅଣସଂଗଠିତ ଶ୍ରମିକମାନଙ୍କୁ ସଶକ୍ତ କରିବା ନିମନ୍ତେ ଏବଂ ତାଙ୍କର ପାରିବାରିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦ୍ୱି-ପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ଟ.୬୮,୬୩,୮୦୦/-ର ସହାୟତା ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ୪ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ଟ.୨୦୦,୦୦୦/-, ୨୮ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.୫୬,୦୦,୦୦୦/-, ୨୨ଜଣ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ବାବଦରେ ଟ.୧୧୦,୦୦୦/- ଏବଂ ୧୭ଜଣ ହିତାଧିକାରୀଙ୍କ ପିଲା ପାଠ ପଢ଼ିବା ପାଇଁ ଶିକ୍ଷା…
Read Moreପୋଷ୍ୟ ସନ୍ତାନ ଗ୍ରହଣ ସଂପର୍କରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ମାସ ପାଳନ ଅବସରରେ ଏକ ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଥିଲା । ଏହାପରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ପୋଷ୍ୟ ସନ୍ତାନ ଗ୍ରହଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟାନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅର୍ଚ୍ଚନା କଅଁର, ଉପ ଆରକ୍ଷୀ ଅଧୀକ୍ଷକ ହେମନ୍ତ ରାଓ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ସୁବାସ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ…
Read Moreକାରାଗାର ଅନ୍ତେବାସୀମାନଙ୍କୁ ବିଭିନ୍ନ ଦକ୍ଷତା କୌଶଳ ତାଲିମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାରର ଅଧୀକ୍ଷକ ପ୍ରଫୁଲ୍ଲ କୁମାର କବି, ସରକାରୀ ତାଲିମ ପ୍ରତିଷ୍ଠାନ ନୟାଗଡ଼ର ଅଧ୍ୟକ୍ଷ କାନ୍ତି ରଂଜନ ସାହୁ ଏବଂ ସି.ପି.ଆଇ.ଟି. ସଂସ୍ଥାର ଓଡ଼ିଶା ମୁଖ୍ୟ ଅନିକେତ୍ ଦାଶ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଜିଲ୍ଲା କାରାଗାର ନୟାଗଡ଼ର ୬୦ଜଣ ଅନ୍ତେବାସୀଙ୍କୁ ଇଲେକ୍ଟ୍ରିକାଲ ଟେକ୍ନିସିଆନ ଏବଂ ଏଲ.ଇ.ଡି. ଲାଇଟ୍ ଟେକ୍ନିସିଆନ ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଜିଲ୍ଲାପାଳ, ଆରକ୍ଷୀ…
Read More