ଗୋପିନାଥସ୍ଵାମୀ ବିଦ୍ଯାପୀଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଗୋପିନାଥସ୍ୱାମୀ ବିଦ୍ଯାପିଠର ୧୯୯୦ ବ୍ଯାଚ୍ ବନ୍ଧୁମିଳନ ସମାରୋହ ବିଦ୍ଯାଳୟ ପରିସରରେ ପାଳିଚ ହୋଇଯାଇଛି। ଦୀର୍ଘ ୩୩ବର୍ଷର ବ୍ଯବଧାନ ପରେ ନିଜ ସହପାଠୀମାନଙ୍କ ସହିତ ଏକତ୍ରିତ ହେବା ଏକ ଉତ୍ସବ ମୁଖର ବାତାବରଣ ମଧ୍ଯରେ ୧୯୯୦ବ୍ଯାଚ୍ ର ସମସ୍ତ ସହପାଠୀଙ୍କ ମନରେ ଉଲ୍ଲାସ ଭରିଦେଇଥିଲା। ଦୀର୍ଘ ବର୍ଷ ଧରି ବିଦ୍ଯାଳୟ ଛାଡ଼ିଥିବା ପୂର୍ବତନ ଛାତ୍ରଛାତ୍ରୀ ପୁଣି ଏକାଠି ହୋଇଥିଲେ ସୋସିଆଲ ମିଡ଼ିଆ ମାଧ୍ଯମରେ। ଯାହାର ଫଳ ସ୍ୱରୂପ ଗତ ଦୁଇମାସ ତଳେ ଜଣେ ସହପାଠୀଙ୍କ ମ୍ରୁତ୍ଯୁରେ ସହଯୋଗ କରି ବନ୍ଧୁତ୍ୱର ପରିପ୍ରକାଶ ପୁଣି ଉଦିତ ହୋଇଥିଲା। କାରଣ ବନ୍ଧୁତ୍ୱର ନିଦର୍ଶନ ସ୍ୱରୂପ ସେମାନେ ସହପାଠୀର ପରିବାର ସହିତ ଏହି ଦୁଃଖ ସମୟରେ ଠିଆ ହୋଇଥିଲା। ସେହିଠାରୁ ଆରମ୍ଭ ହେଲା ବନ୍ଧୁମିଳନ ସମାରୋହର ଅଙ୍କୁରୋଦ୍ଗମ। ଏହିପରି ପ୍ରତିବର୍ଷ ବନ୍ଧୁମିଳନ କରି ନିଜ ନିଜର ଅନୁଭୁତି…

Read More

୭ମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି l ସେବା ସମିତି ପକ୍ଷରୁ ଚଳିତ ବର୍ଷ ସପ୍ତମ ଥର ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି l ପୂର୍ବରୁ ଏହି ସେବା ଉତ୍ସବ ଜରିଆରେ ଜିଲ୍ଲାର ବିଭିନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟସେବା ଶିବିର, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ଚଷମା ବଣ୍ଟନ, ଅନ୍ନଦାନ, ବସ୍ତ୍ରଦାନ ପ୍ରଭୃତି ସେବା ଭିତ୍ତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ପାଇଁ ଦୁର୍ଗମ ଅଞ୍ଚଳରେ ଅସହାୟ ଲୋକଙ୍କୁ ବସ୍ତ୍ରଦାନ, ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ, ଅଙ୍ଗଦାନ ଶିବିର, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସେବା ଶିବିର ଆଦି ବିଭିନ୍ନ ସେବାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ନୟାଗଡ଼ ସହରର…

Read More

ଓଡ଼ଗାଁ ଠାରୁ ନୂଆଗାଁ ପିଡ଼ବ୍ଲୁଡି ରାସ୍ତାର ପ୍ରଶସ୍ତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରୁ ବାହାଡ଼ଝୋଲା ଦେଇ ନୂଆଗାଁ ପି ଡବ୍ଲୁ ଡି ରାସ୍ତାର ଗୁମି ପର୍ଯ୍ୟନ୍ତ ପ୍ରଶସ୍ତି ଓ ଉନ୍ନତିକରଣ କାର୍ଯ୍ୟର ପାଇଁ ଅଟକଳ ମୂଲ୍ୟ ୨୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯିବା ସହ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅଞ୍ଚଳବାସୀଙ୍କ ତରଫରୁ ଏକ କୃତଜ୍ଞତା ସଭା ବାବା ଦୁତିକେଶ୍ୱରଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା, ସ୍ଥାପକ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ , ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି…

Read More

ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ, ମାଟିର ମଣିଷ ପ୍ରଫେସର ରାଧାମୋହନ ପଣ୍ଡା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ଠାରେ ମାଟିର ସ୍ୱର ଚତୁର୍ଥ ସଂଖ୍ୟା ଲୋକାର୍ପିତ । ଗ୍ରାମୀଣ ଯୁବା ପ୍ରତିଭା ଅରୁଣ ଡ଼ାକୁଆଙ୍କ କର କମଳରେ ପରିବେଶବିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଉଦେଶ୍ୟରେ ସମର୍ପିତ ମାଟିର ସ୍ୱର ଇ – ପତ୍ରିକାର ଚତୁର୍ଥ ସଂଖ୍ୟା ଆଭାସି ସଭା ମାଧ୍ୟମରେ ୩୦ତାରିଖ ଶନିବାର ଦିନ ଲୋକାର୍ପଣ ହୋଇଯାଇଛି। ଶ୍ରୀକାନ୍ତ ଘଡ଼ାଇ, ଅରୁଣ ଡାକୁଆ, ସସ୍ମିତା ଦାଶ ଓ ପ୍ରଫୁଲ୍ଲ କୁମାର ମାଝି ଇତ୍ୟାଦି ରାଧାମୋହନଙ୍କ ସ୍ମୃତି ଚାରଣ ପୂର୍ବକ ନିଜସ୍ଵ ଶ୍ରଦ୍ଧାଂଜଳି କବିତା ପାଠ କରିଥିଲେ। ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ଓ ବିଶିଷ୍ଟ ସମାଜସେବୀ ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସାହିତ୍ୟିକା ଡ଼.ବାସନ୍ତୀ ମହାନ୍ତି, ପଦ୍ମଶ୍ରୀ ସାବରମତୀ, ପ୍ରାକ୍ତନ ପ୍ରଧ୍ୟାପିକା ଡ଼.ଲକ୍ଷ୍ମୀପ୍ରିୟା ଦେଇ, ନାଟ୍ୟକର ପ୍ରଶାନ୍ତ ପଟ୍ଟନାୟକ, ସମାଜସେବୀ ପ୍ରଫୁଲ୍ଲ କୁମାର ମିଶ୍ର, ସ୍ପଷ୍ଟବାଦୀ ତଥା କବି…

Read More

ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହେଲା ମେମୁ ଟ୍ରେନ୍‌,ବାରମ୍ବାର ଅଚଳ ହେଉଥିବା ଏହି ଟ୍ରେନ ବଦଳାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ଆଜି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା । ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି କିଲୋମିଟର ଦୂର ତଥା ମହୀପୁର ଷ୍ଟେସନ ପହଞ୍ôଚବା ପୂବରୁ ନୂଆଗାଁ ଜଙ୍ଗଲ ମଧ୍ୟରେ ଏହାର ଇଞ୍ଜିନ ଅଚଳ ହୋଇଯାଇଥିଲା । ଏହାର ଲୋକ ପାଇଲଟ ଟ୍ରେନ ନିର୍ମାଣ କରିଥିବା କମ୍ପନୀ ସହିତ ଯୋଗାଯୋଗ କରି ଟ୍ରେନ ମରାମତି କରିବା ପରେ ଟ୍ରେନଟି ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାଡ଼ିଥିଲା । ଫଳରେ ଏଥିରେ ଭୁବନେଶ୍ୱର ଯିବା ପାଇଁ ବସିଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଏକମାତ୍ର ମେମୁ ଟ୍ରେନଟି ବାରମ୍ବାର ଅଚଳ ହେଉଥିବା ବେଳେ ଏହି ଟ୍ରେନକୁ…

Read More

ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ହୋଲି ଫାମିଲି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ପୋକ୍ସ ଏବଂ ସାଇବର ନିରାପତ୍ତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଶିକ୍ଷୟତ୍ରୀ ଅନିତା ସାହୁ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ କର୍ମଚାରୀ, ଆଇନସେବାର ମାଧ୍ୟମ ବର୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ପୋକ୍ସ ଏବଂ ସାଇବର ନିରାପତ୍ତା ବୁଝାଇଥଲେ । ସଦସ୍ୟ ମହମ୍ମଦ ଉମର ମଲ୍ଲିକ ଏବଂ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଛାତ୍ର ଶୃଙ୍ଖଳା ଜାତୀୟତା ଏବଂ ନିରାପତା ଉପରେ ମତବ୍ୟକ୍ତ କରିଥିଲେ । ଅଧକ୍ଷା ସୁଶ୍ରୀ ହେଲନା ଜର୍ଜ, ପବିତ୍ର କୁମାର ବଡ଼ସେଠ, ଏହିପରି ସଚେତନତା କାର୍ଯ୍ୟକ୍ରମ ର ଉପାଦେୟତ ଉପଲବ୍ଧି କରିଥିଲେ ।…

Read More