ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ରହିଥିବା ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ପୁନଃ ଉଜ୍ଜୀବିତ କରିବା ପାଇଁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଆଜି ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫ୍ରେବୃୟାରି ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ପାଇଁ ବହୁ ବ୍ୟକ୍ତିଙ୍କୁ ଯୋଡ଼ିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରତ୍ୟେକ ଦିନ ସଂଧ୍ୟାରେ କୁଇଜ ପ୍ରତିଯୋଗିତା, ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ଆଲୋଚନା କରାଯାଇଛି। ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read MoreYear: 2023
ଚିତ୍ରଗୀତି ଶତକ ‘କାଳିଆ କଳା’ ପୁସ୍ତକ ଉପହାର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୂଆବର୍ଷ ଅବସରରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଗୀତି ଶତକ କାଳିଆ କଳା ପୁସ୍ତକ ସ୍ଥାନୀୟ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସମର୍ପିତ ହେବା ପରେ ଆଜି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକଙ୍କୁ ଆୟୋଜକ ମାନଙ୍କ ପକ୍ଷରୁ ଉପହାର ପ୍ରଦାନ କରାଯାଇଛି। ପୁସ୍ତକଟି ଖୁବ ଚମତ୍କାର ଏବଂ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପୁସ୍ତକଟିକୁ ଅଧିକରୁ ଅଧିକ ସଂଖ୍ୟାରେ ପହଞ୍ଚାଇ ବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜକ ମାନଙ୍କ ପକ୍ଷରୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, କବି ଗୋଦାବରୀଶ ମିଶ୍ର,ଆଇନଜୀବୀ ରଣଜିତ ଦାଶ,ଅମୀୟ ପଟ୍ଟନାୟକ,ଜିତେନ୍ଦ୍ର ମହାକୁଡ଼ ପ୍ରମୁଖ ପୁସ୍ତକ ଅର୍ପଣ କରିଥିଲେ।
Read Moreଚାଉଳ ଗୋଦାମରେ ଦୁଇ ଶ୍ରମିକଙ୍କ ମୃତ୍ୟୁ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଦର୍ଶ ଥାନା ରୋହିବାଙ୍କବାଘୁଆ ଡ୍ୟାମ ନିକଟରେ ଥିବା ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିଳି ସିଂଗ୍ରାମର ରାମେଶ୍ବର ଦିହୁଡ଼ି ଓ କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ବାଲିସାହି ଗ୍ରାମର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ ବାଘୁଆ ଡ୍ୟାମ ନିକଟରେ ଥିବା ମା’ମଙ୍ଗଳା ଆଗ୍ରୋ କମ୍ପାନୀର ଚାଉଳ ଗୋଦାମରେ ରାତି ଡ୍ୟୁଟି ଥିବାରୁ ୪ଜଣ ଶ୍ରମିକ ଯଥା ବିଚିତ୍ର ବେହେରା, ପ୍ରମୋଦ ମହାରଣା, ରାମେଶ୍ବର ଦିହୁଡି, ମନୋଜ କୁମାର ପ୍ରଧାନ କାର୍ଯ୍ୟ କରୁଥିଲେ। ସୋମବାର ଭୋର ସମୟରେ ଗୋଦାମର ଚାଉଳ ଷ୍ଟୋରର ୨୦ଫୁଟ ଲମ୍ବା ବିଶିଷ୍ଟ ଏକ ବିମ ଭାଙ୍ଗିଯିବାରୁ ସେଥିରେ ଥିବା ୫୬୦ ବସ୍ତା ଚାଉଳ ରାମେଶ୍ବର ଓ ପ୍ରମୋଦଙ୍କ ଉପରେ ଲଦି ହୋଇଯାଇଥିଲା। ଅନ୍ୟ ଦୁଇ ଜଣ…
Read Moreସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ କାର୍ଯ୍ୟକ୍ରମ
ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ, ସତ୍ଯସାଇ ସେବା ସଂଗଠନ, ପୂଜ୍ଯପୂଜା କମିଟି, ସଂସ୍କୃତ ବିକାସ ପରିଷଦ, ବୈଦିକ ସଂସ୍କୃତି ପ୍ରତିଷ୍ଠାନ, ରୋଟାରୀ କ୍ଲବ, ତଥାସ୍ତୁ, ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା,ପରମ୍ପରା ସାହିତ୍ୟ ଅନୁଷ୍ଠାନ,ଜିଲ୍ଲା…
Read Moreଜିଲ୍ଲାପାଳଙ୍କ ତାଗିଦ ସତ୍ୱେ ପ୍ୟାକ୍ସ ସମ୍ପାଦକ, ମିଲର୍ସ ଜବରଦସ୍ତ କାଟୁଛନ୍ତି ୯କେଜି ଧାନ
ମିଲର୍ସଙ୍କୁ ବଳ ଦେଉଛି କିଏ? ପଚାରୁଛି କଂଗ୍ରେସ ନୟାଗଡ଼,(ନୟାଗଡ଼ ଦର୍ପଣ): ଚାଷୀଙ୍କ ଠାରୁ ଧାନ କଟଣିଛଟଣି କରାଯିବ ନାହିଁ ବୋଲି ଜିଲ୍ଲାପାଳ ଗଣମାଧ୍ୟମ ଜରିଆରେ ଚାଷୀକୁଳ, ମିଲର୍ସ ଏବଂ ପ୍ୟାକ୍ସ ସମ୍ପାଦକ ମାନଙ୍କୁ ବାର୍ତା ଦେଇ ଏଆରସିଏସଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କିନ୍ତୁ ମିଲର୍ସ ମାନେ ସମ୍ପୂର୍ଣ୍ଣ ବେଫିକର। ସୁଧୁରିଯିବା ପରିବର୍ତ୍ତେ ଜବରଦସ୍ତ ସୋସାଇଟି ସମ୍ପାଦକଙ୍କ ସହଯୋଗରେ କୁଇଣ୍ଟାଲ ପିଛା ୭କେଜି ଏବଂ ବସ୍ତା ବାବଦ ୨କେଜି ଧାନ କାଟୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି। ଆଜି କଂଗ୍ରେସ ପ୍ରତିନିଧି ଦଳ ନୟାଗଡ଼ ବ୍ଲକର କାଳିକାପ୍ରାସାଦ ପ୍ୟାକ୍ସ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ନିଜ ସୋସାଇଟି ଯେମାଦେଇପୁର ପାଟଣା ପ୍ୟାକ୍ସରେ କୁଇଣ୍ଟାଲ ପିଛା ୭କେଜି ବସ୍ତା ବାବଦ ୨କେଜି କଟା ଯାଉଥିବା ଚାଷୀଙ୍କ ଠାରୁ ଶୁଣିଥିଲେ। ଧାନ ନଦେଲେ…
Read Moreରାମଚନ୍ଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ପାଳିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ ପରିସରରେ, ବିଶିଷ୍ଠ ସମାଜସେବୀ ସ୍ବର୍ଗତ ରାମଚଂଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ଗତକାଲି ସଂଧ୍ୟାରେ ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ସଭା ପୂର୍ବରୁ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ରାମଚଂଦ୍ର ପଣ୍ଡାଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବଳିଆରସିଂ ଯୋଗ ଦେଇଥିବା ବେଳେ ସଙ୍ଗୀତଜ୍ଞ ଶରତ କୁମାର ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ମଧ୍ୟ ସ୍ମୃତି ଚାରଣ କରିଥିଲେ।…
Read Moreଚାଲିଗଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ, ଶେଷ ସମ୍ମାନ ଦେଲାନି ପ୍ରଶାସନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଂଚଳର ବିଶିଷ୍ଟ ବ୍ୟକ୍ତି ତଥାଶତାୟୁ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁଙ୍କର ୧୦୪ବର୍ଷ ବୟସରେ ଗତକାଲି ସଂଧ୍ୟାରେ ପରଲୋକ ହୋଇଛି। ସ୍ଵର୍ଗତ ସାହୁ ଯୁବାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ସ୍ଵାଧୀନତା ସଂଗ୍ରାମ ଏବଂ ସ୍ଥାନୀୟ ପ୍ରଜା ଆନ୍ଦୋଳନରେ ଯୋଗଦେଇ ରାଜ ରୋଷର ଶିକାର ହୋଇଥିଲେ ସ୍ବର୍ଗତ ଲକ୍ଷ୍ମଣ ସାହୁ। ଫଳରେ ତାଙ୍କୁ ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଜେଲ୍ ମାନଙ୍କରେ ରଖାଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ସ୍ଵାଧୀନତା ପ୍ରାପ୍ତି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଧିନତା ସଂଗ୍ରାମୀ ମାନ୍ୟତା ମିଳିଥିଲା। ତାଙ୍କର ୨ପୁଅଙ୍କ ମଧ୍ୟରୁ ବଡପୁଅ ଗ୍ରାମ ଶ୍ମଶାନରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ନ ପହଞ୍ଚିବା ସାଧାରଣରେ ନାପସନ୍ଦ କରାଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲା ଅଞ୍ଚଳରେ…
Read Moreଦଶପଲ୍ଲାର ବିଭିନ୍ନ ଜଳାଶୟ ରେ ଆଜିଠାରୁ ଆରମ୍ଭ ହେଲା ପକ୍ଷୀଗଣନା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଶୀତଋତୁ ଆସିଲେ ଓଡ଼ିଶା ଉପକୂଳବର୍ତ୍ତୀ ବିଭିନ୍ନ ଜଳାଶୟକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ବିଭିନ୍ନ ଜଳାଶୟରେ ଜଳକ୍ରୀଡ଼ା କରିବା ପରେ ଗ୍ରୀଷ୍ମଋତୁରେ ଏସବୁ ପକ୍ଷୀ ପୁନର୍ବାର ଫେରି ଯାଆନ୍ତି। ରାଜ୍ୟରେ ବିଦେଶାଗତ ପକ୍ଷୀଙ୍କପାଇଁ ,ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ପ୍ରତିବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ଆଜିଠାରୁ, ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ବିଭିନ୍ନ ଜଳାଶୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଦଶପଲ୍ଲାର କୁଆଁରିଆ ଜଳ ଭଣ୍ଡାର ସମେତ ବିଭିନ୍ନ ଜଳଭଣ୍ଡାର ରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ୪ଟି ଟିମ ଗଠିତ ହୋଇଛି। ଗଣନା ପାଇଁ ବନକର୍ମଚାରୀ ମାନଙ୍କୁ ବାଇନାକୁଲାର୍ ଯୋଗାଇ ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ନିଖିଲେଶ୍ ମଲ୍ଲିକ ସୂଚନା ଦେଇଛନ୍ତି ।
Read Moreକୁଆଁରିଆ ଜଳଭଣ୍ଡାରରେ ହେବ ବୋଟିଂ ବ୍ୟବସ୍ଥା
ଦଶପଲ୍ଲା,(ନୟାଗଡ଼ ଦର୍ପଣ): କୁଆଁରିଆ ଡ଼୍ୟାମରେ ବୋଟିଂର ମଜାନେବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବିଭିନ୍ନ ଡ୍ୟାମ୍ ତଥା ଜଳଭଣ୍ଡାରର ପାରିପାର୍ଶ୍ବକ ଉନ୍ନତି କ୍ଷେତ୍ରରେ ଜଳସମ୍ପଦ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪ଟି ଜଳଭଣ୍ଡାରକୁ ଚିହ୍ନଟ କରାଯାଇଛି। ଏସବୁର ଉନ୍ନତି ପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାକଳନ କରାଯାଇଛି । ଏହା ମଧ୍ୟରେ ନୟାଗଡ଼ ଜିଲ୍ଲାର କୁଆଁରିଆ ଜଳଭଣ୍ଡାର ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜଳଭଣ୍ଡାରରେ ପାର୍କ ଏବଂ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା ହେବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ବିକାଶ ପ୍ରତି ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁତ୍ଵ ଦେଇଥିବା ବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟର…
Read Moreଦିଲ୍ଲୀକୁ ୬ଟି ଗୋଲ ଦେଇ ବିଦା କଲା ବରଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ୟ ଦିନ ମ୍ୟାଚରେ ସୁଦେବା ସ୍ପୋର୍ଟ ଦିଲ୍ଲୀ ଏବଂ ୟୁନାଇଟେଡ କ୍ଲବ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଖେଳ ପ୍ରାରମ୍ଭରୁ ବରଗଡ଼ ଟିମ ଦିଲ୍ଲୀ ଉପରେ ଜୋରଦାର ଆଟାକ କରିଥିଲା ଫଳରେ ପ୍ରଥମାର୍ଦ୍ଧରେ ୩ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୩ଟି ସମୁଦାୟ ୬ଟି ଗୋଲ ଦେଇ ଦିଲ୍ଲୀ ଟିମକୁ ଦିଲ୍ଲୀ ପଠେଇବା ସହ ୬-୦ ଗୋଲରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚରେ ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରଧାନ, ସମାଜସେବୀ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଧେଶ୍ୟାମ…
Read More