ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ହୋଲି ସନ୍ଧ୍ୟାରେ ନୟାଗଡ଼ ସ୍ମୃତିତୀର୍ଥ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗଳ୍ପ, କବିତା ଏବଂ ସଙ୍ଗୀତର ମିଶ୍ରିତ କାର୍ଯ୍ୟକ୍ରମ ରଂଗ ଫଗୁଣ ନୟାଗଡ଼ ସାଗର ପୁଷ୍କରିଣୀ ତଟଦେଶରେ ଥିବା ବୁଦ୍ଧ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଆଲୋଚକ ଭାବେ ନାଟ୍ୟଭୂଷଣ ଡ଼. ବିଜୟ କୁମାର ଚୌଧୁରୀ, ପ୍ରାଧ୍ୟାପକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ ନାୟକ, ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଯୋଗଦାନ କରି ସାହିତ୍ୟରେ ରଙ୍ଗ ପାର୍ବଣ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଆବାହକ କବି ପ୍ରଭାତ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ଆଭିମୁଖ୍ୟ ରଖିଥିବା ବେଳେ ଅଧ୍ୟାପକ ଗୁଣନିଧି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ଅନୁଷ୍ଠିତ କବିତା ପାଠ କାର୍ଯ୍ୟକ୍ରମକୁ ହରପ୍ରିୟା ଦ୍ବିବେଦୀ, ସ୍ମିତା ସ୍ବାଇଁ ଏବଂ କ୍ଷଣପ୍ରଭା…
Read MoreYear: 2023
ମଡେଲ ଡିଗ୍ରୀ କଲେଜର ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଡେଲ ଡିଗ୍ରୀ କଲେଜ, ନୟାଗଡ଼ରେ ଛାତ୍ର ସଂସଦର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ହୋଯାଇଅଛି। ଅଧ୍ୟକ୍ଷ ଡକ୍ଟର ନାରାୟଣ ସୁରଜିତ ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଡକ୍ଟର ମାନସ ରଞ୍ଜନ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ଭାବେ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜକୁ ସମାଜରେ ପ୍ରତି କ୍ଷେତ୍ରରେ ପ୍ରତିପାଦିତ କରିବାକୁ ପ୍ରବାର୍ତ୍ତାଇଥିଲେ। ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗତ ବର୍ଷର ଶ୍ରେଷ୍ଠ ସ୍ନାତକ ଭାବେ ରାଜନୀତି ବିଜ୍ଞାନ ସମ୍ମାନର ଛାତ୍ରୀ ସୁଶ୍ରୀ ସ୍ମିତାଞ୍ଜଳିଙ୍କୁ ଦୁଇ ହଜାର ଟଙ୍କା ନଗଦ ପୁରସ୍କାର ଦିଆଯାଇଥିଲା। ଛାତ୍ର ପ୍ରତିନିଧି ସୋମନାଥ ବରାଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ…
Read Moreଦିବାରାତ୍ର ଭଳିବଲ ଟୁର୍ଣ୍ଣାମେଣ୍ଟରେ କେସି କ୍ଲବ ବିଜୟୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ଆନୁକୁଲ୍ୟରେ ଦୁଇ ଦିନିଆ ୭ମ ତମ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ କେ.ସି.କ୍ଲବ ବିଜୟ ଲାଭ କରି ୫ହଜାର ଟଙ୍କା ସହ ଟ୍ରଫି ଗ୍ରହଣ କରିଛି। ସୁଚନାନୁସାରେ ନୟାଗଡ଼ କେ.ସି.କ୍ଲବ ପରିସରରେ ଦୁଇ ଦିନ ଧରି ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ଖଣ୍ଡପଡ଼ା, ଭାପୁର, ବାଇଗୁଣିଆ, ଗଡ଼ବାଣିକିଲୋ, ମାଣିକାଗୋଡ଼ା, ବେଗୁନିଆ ଓ କେ.ସି.କ୍ଲବ ସମେତ ୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ଉତ୍ସବରେ କ୍ଲବର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ମିଶ୍ର, ରମାକାନ୍ତ ମିଶ୍ର ଓ ଅଧ୍ୟାପକ ଏସ.କେ.ଇସୁବ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କେ.ସି.କ୍ଲବ ବନାମ ଗଡ଼ବାଣିକିଲୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ କେ.ସି.କ୍ଲବ ବିଜୟ ଲାଭ କରି…
Read Moreରୋଟାରୀ କ୍ଲବରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ନୟାଗଡ଼ ଏବଂ ଇନର ହୁଇଲ କ୍ଲବ ନୟାଗଡ଼ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରୋଟାରୀ କ୍ଲବ ପରିସର ରେ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ଇନର ହୁଇଲ କ୍ଲବର ସଭାପତି ଶ୍ରୀମତୀ ଜ୍ୟୋତ୍ସ୍ନମୟୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଭାପତି ପ୍ରବୀର କୁମାର ପୃଷ୍ଟି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଯୋଗଦେଇ ଲିଙ୍ଗଗତ ବିଭେଦ ଦୂରୀକରଣ, ସମାଜ ଏବଂ ପରିବାର ରେ ମହିଳା ମାନଙ୍କ ବଳିଷ୍ଠ ଭୁମିକା ଏବଂ ବାଲ୍ୟ ବିବାହ ଏବଂ ତା’ର ଖରାପ ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ଇନର ହୁଇଲ କ୍ଲବର ସଂପାଦିକା ନମିତା ନନ୍ଦ ଏବଂ ବରିଷ୍ଠ ସଦସ୍ୟା ସୁକାନ୍ତି ମହାନ୍ତି…
Read Moreଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି, ଗ୍ରୀଷ୍ମଋତୁ ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନୌସଦ ଅଲ୍ଲୀଖାନ୍, ସହକାରୀ ବନସଂରକ୍ଷକ ସ୍ବେତାଲୀନା ସାହୁ, ଜରୁରୀ କାଳୀନ ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲା ସ୍ତରରେ ଏବଂ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଗ୍ରୀଷ୍ମ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ କରାଯାଇଥିବା ବେଳେ ପ୍ରତ୍ୟେକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଥଣ୍ଡା ପାନୀୟ ଜଳ, ଓଆରଏସ…
Read Moreଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ପାଳିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଐତିହାସିକ ମେଳିଆ ତୋଟାରେ ଦଶପଲ୍ଲାର ଜନପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ, ଦଶପଲ୍ଲା ଏବଂ ଗଣିଆ ବ୍ଲକର ହଜାର ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ମେଳିଆ ତୋଟା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ଡାକ୍ତରଖାନା ଛକ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ତତ୍ ସହିତ ଡ଼ାକ୍ତରଖାନା ରେ ରୋଗୀଙ୍କୁ, ବୃଦ୍ଧାଶ୍ରମ ରେ ଥିବା…
Read Moreଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୬୭ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୨୨ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୬ ଗୋଟିର ଶୁଣାଣି କରାଯାଇ ସମୁଦାୟ ୪୯ଟି କେସର ତତ୍କାଳ ସମାଧାନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୩୪ଜଣ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୫ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା ।ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭିନ୍ନକ୍ଷମ ବ୍ୟକ୍ତି ଶ୍ରୀ ରଣଜିତ୍ କୁମାର ବରାଡ଼, ସା/ପୋ-ହରିହରପୁର, ବ୍ଳକ -ଓଡ଼ଗାଁ ହାସ୍ୟମୟୀ ଜେନାଙ୍କୁ…
Read Moreନୟାଗଡ଼ରେ ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ଥାପନ ଦାବିକଲା ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ବିକାଶ ମଞ୍ଚ ଏବଂ ହେମେନ୍ଦ୍ର ସେନାଙ୍କ ମିଳିତ ଆହ୍ବାନରେ ରବିବାର ସ୍ଥାନୀୟ କେ.ସି.କ୍ଲବଠାରେ ଆଲୋଚନା ସଭା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ ମେଡିକାଲ କଲେଜ ସ୍ଥାପନା ଏବଂନୟାଗଡ କଲେଜକୁ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦାବି ସମ୍ପର୍କରେ ଯଥାରୀତି ଉପସ୍ଥାପନା କରିବା ସହ ସବିଶେଷ ଯୁକ୍ତି ଉପରେ ଆଲୋଚନା କରିଥିଲେ। ହେମେନ୍ଦ୍ର ସେନାର ପୃଷ୍ଠପୋଷକ ଯୁବରାଜ ଅରଣ୍ୟ କିଶୋର ସିଂ ହମେନ୍ଦ୍ର ସେନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡର ବିକାଶ ଧାରାରେ ହମେନ୍ଦ୍ର ସେନା ପ୍ରମୁଖ ସେନାନୀ ଭାବେ କାର୍ଯ୍ୟ କରିବ ବୋଲି ଘୋଷଣା କରିଥିଲେ। ସେନା ସଭାପତି ଆଇନଜୀବୀ ସୌମ୍ୟରଞ୍ଜନ ପ୍ରଧାନ, ସମ୍ପାଦକ ଶେଖ ଆହତ, ସେବା ଉତ୍ସବ ସଭାପତି ଶିବରାମ ମହାପାତ୍ର,ଦକ୍ଷ ସଂଗଠକ ନସିର ଅହମ୍ମଦ ପ୍ରମୁଖ ବୈଠକର ଲକ୍ଷ୍ୟ…
Read Moreନୟାଗଡ଼ରେ ବିଜେଡି ପକ୍ଷରୁ ୧୦୭ତମ ବିଜୁ ଜୟନ୍ତୀ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳନ ଅବସରରେ ଏକ ମହାସମାବେଶ ନୟାଗଡ଼ ସହର ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ଗାଁ ବ୍ଲକ ବିଜେଡି ସଭାପତି ନିତ୍ୟାନନ୍ଦ ପ୍ରଧାନ ଶାନ୍ତି, ପ୍ରଗତୀ ଓ ଉନ୍ନତୀ ପାଇଁ ବିଜେଡିର ପ୍ରୟାସ ସମ୍ବନ୍ଧୀୟ ବକ୍ତବ୍ୟ ଦେଇଥିଲେ । ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ବିଜୁ ବାବୁଙ୍କ ସାହାସ ଓ ଖାତି ଉପରେ ବକ୍ତବ୍ୟ ଦେବା ସହ ୩ଟି…
Read Moreଶୁଣୁ ନାହାନ୍ତି ସରକାର, ୧୫ରୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ତଥା ସେମାନ୍ଙ୍କ ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ଚଳିତ ମାସ ୧୫ ତାରିଖରୁ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାମେ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ପ୍ରାଥମିକ ଶିକ୍ଷକଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି…
Read More