ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତିରାଜ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା, ଅଗ୍ନିଶମ ଅଧିକାରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହା ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ Table Top exerciseକୁ ଆସନ୍ତା ତା.୧୮.୦୬.୨୦୨୫ରିଖ ଦିନ ସମସ୍ତ ବ୍ଲକ, ଏନ.ଏ.ସି. ତଥା ଜିଲ୍ଲାସ୍ତରରେ…
Read MoreCategory: ନୟାଗଡ଼
ନୟାଗଡ଼ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ଏକ ଦିବସୀୟ ସରପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ ଆଡଭାନସ ଇଣ୍ଡେକ୍ସ, ପଞ୍ଚାୟତର ୱସୁପରିଚାଳନା ଉପରେ ତାଲିମ ଦିଆଯାଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗବେଷକ ବ୍ୟକ୍ତିତ୍ୱ ଏବଂ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମାଛକୁଣ୍ଡ, ଆସିଷ୍ଟଣ୍ଡ ଡାଇରେକ୍ଟର ସନ୍ତୋଷ କୁମାର ପାତ୍ର, ମୋଟେଭେସନାଲ ସ୍ପିକର ଏ.କେ ମଙ୍ଗରାଜ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ତ୍ରିପାଠୀ, ଜିଲ୍ଲା ମୁଖ୍ୟ…
Read Moreନୟାଗଡ଼ କଳାପରିଷଦରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସହ ବିଶ୍ୱ ପରିବେଶ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୟାଗଡ଼ କଳାପରିଷଦ ଏବଂ ପ୍ରାଧିକରଣଙ୍କ ମିଳିତ ସହଯୋଗରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳାପରିଷଦ ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ପ୍ରଭାସିନି ନନ୍ଦଙ୍କ ସଭାପତିତ୍ବରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ଉକ୍ତ ଶିବିରକୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପରିବେଶ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ଲକ୍ଷ, ଉଦେଶ୍ୟ ସମ୍ବନ୍ଧରେ ଅନ୍ତେବାସୀ ଓ ଜନସାଧାରଣଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମଣିଷ ସମାଜ ତିଷ୍ଠି ରହିବା ଅସମ୍ଭବ, ସଭିଏଁ ଆସନ୍ତୁ ଗଛ ଲଗାଇବା ଓ ପରିବେଶକୁ…
Read Moreରୋହିବାଙ୍କ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ବିଶ୍ଵବ୍ରହ୍ମାଣ୍ଡରେ ଅଦ୍ଵିତୀୟ ଗ୍ରହ ହେଉଛି ପୃଥିବୀ କାରଣ କେବଳ ଏହି ଗ୍ରହରେ ଜୀବଜଗତ ସୃଷ୍ଟି ହୋଇଛି। 4.6 ବିଲିୟନ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ପୃଥିବୀ ବର୍ତ୍ତମାନ ଏକ ଜ୍ୱଳନ୍ତ ପିଣ୍ଡ ଆଡକୁ ଅଗ୍ରସର ହେଉଛି। ତେଣୁ କେନ୍ଦ୍ର ସରକାରଙ୍କ ଶିକ୍ଷା ଓ ସ୍ୱାକ୍ଷରତା ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପରିବେଶ ବିଭାଗ ଯୁଗ୍ମ ଆନୁକୂଲ୍ୟରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ବିଦ୍ୟାଳୟର ସ୍କାଉଟ ଗାଇଡ଼ ଓ ଇକୋ କ୍ଳବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଧରିତ୍ରୀ ମାତୃଭୂମି ଓ ପ୍ରକୃତିକୁ ସମ୍ମାନ ଓ ସମର୍ପିତ ଦେଖାଇବା ସହିତ ଜ୍ୱଳନ୍ତ ପିଣ୍ଡକୁ ଶୀତଳତା ଆଡକୁ ନେବା, ତାକୁ ସବୁଜ ସୁନ୍ଦର ବେଶରେ ଦେଖିବା ପାଇଁ ‘ମା ନାମରେ ଗଛ ଟିଏ’…
Read MoreGive Blood Save Life ତରଫରୁ ବିଶ୍ୱ ପରିବେଶ ଦିବସରେ ବୃକ୍ଷ ରୋପଣ ଓ ସଚେତନତା ଅଭିଯାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଜୁନ ୫ ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଇକିରି ଗ୍ରାମର ସରକାରୀ ହୋମିଓପ୍ୟାଥିକ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଶୁଭାଶିଷ ନାୟକଙ୍କ ଆବାହକତ୍ଵରେ ଇଟାମାଟି ଓ ଆଖପାଖ ଗ୍ରାମର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପରିବେଶପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଶିଷ୍ଠ ସମାଜସେବୀ ଭାଗିରଥି ବାଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହେବା ସହିତ ନିକୁଲର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ଏହାକୁ ସଞ୍ଚାଳନ କରଥିଲେ। ପ୍ରଦୀପ୍ତ ପଟ୍ଟନାୟକଙ୍କ ପରିବେଶ ଓ ବୃକ୍ଷ ରୋପଣ ସମ୍ପର୍କତ ସ୍ୱାଗତ ସଂଗୀତରେ ସମସ୍ତଙ୍କୁ ମନକୁ ବେସ୍ ଛୁଇଁଥିଲା। ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ପରାସ୍ତ କରିବା ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ହେବା ସହିତ ପରିବେଶ ପ୍ରତି ଆମେ କିପରି ସଚେତନ ହୋଇପାରିବା…
Read More“ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । ‘ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ଅଭିଯାନକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଜିଲ୍ଲା ଅବକାରୀ ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଅଧିକାରୀ, ଅବକାରୀ ବିଭାଗର କର୍ମଚାରୀ, ସାମ୍ବାଦିକମାନେ ଉପସ୍ଥିତ ଥିଲେ।
Read Moreସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇ ନୟାଗଡ଼ ସହରରେ ଜମି ଚିହ୍ନଟ ପାଇଁ ଜିଲ୍ଲପାଳଙ୍କୁ ଦାବିପତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଏବଂ ନୟାଗଡ଼ ସହରରେ ଆମ ପବିତ୍ର ଦେଶ ଭାରତ ବର୍ଷର ସମ୍ଭିଧାନ ପ୍ରଣେତା ଡଃ.ଭିମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଏଯାବତ୍ ସ୍ଥାପନା ହେଇପାରିନାହିଁ। ସେଥିପାଇଁ ସିନ୍ଦୁରିଆ ସ୍ଥିତ ଡଃ. ବି.ଆର୍ ଆମ୍ବେଦକର କ୍ଲବ ସଦସ୍ଯମାନେ ମିଳିତଭାବେ ବାବା ସାହେବ ଆମ୍ୱେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସର୍ବସମ୍ମତ ଭାବେ ନିଷ୍ପତି କରି ଜିଲ୍ଲପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିପାଇଁ ନୟାଗଡ଼ ସହରର ପ୍ରମୁଖ ଛକରେ ୧୦୦ ବର୍ଗ ଫୁଟ ସରକାରୀ ଜମି ଚିହ୍ନଟ କରାଯାଉ। ଅଗଷ୍ଟ ୧୫ ସ୍ବାଧିନତା ଦିବସ ଭଳି ପବିତ୍ର ତିଥିରେ ମହାମନୀଷୀ ସମ୍ଭିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବ ବୋଲି ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି। ସ୍ଥାନୀୟ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ରଣପୁର କଂଗ୍ରେସ ନେତା ତଥା ସମାଜସେଵୀ…
Read Moreକମ୍ରେଡ ଅଧିକାରୀ ବେହେରାଙ୍କ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଲାଠିପଡା ଜୟପ୍ରକାଶ ଯୁବସଙ୍ଘ ପରିସରରେ ଦିବଂଗତ କମ୍ୟୁନିଷ୍ଟ ନେତା ଅଧିକାରୀ ବେହେରାଙ୍କ ଦ୍ଵାଦଶାହ ଅବସରରେ ବରିଷ୍ଠ ସିପିଆଇ ଏମ୍ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ ଲାଠିପଡା ଗ୍ରାମ ପରିକ୍ରମା ପରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅଧିକାରୀ ବେହେରା ଥିଲେ କୃଷକ ଶ୍ରମିକ ଶ୍ରେଣୀର ପ୍ରିୟ ସାଥୀ, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସାଲିସହୀନ ସଂଗ୍ରାମୀ, ଲାଠିପଡା ଆଞ୍ଚଳିକ ବିକାଶର ସ୍ଵପ୍ନ ଦ୍ରଷ୍ଟା ପୁରୁଷ। ତାଙ୍କର ବିୟୋଗରେ ଅଞ୍ଚଳ ତାର ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଶୋକ ବାର୍ତ୍ତାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କୈଶୋରରୁ କଟକରେ ରାଜମିସ୍ତ୍ରୀ ଭାବେ କାମକରି ମାଳତୀ ଦେବୀ, ବିଶ୍ଵନାଥ ପଣ୍ଡିତଙ୍କ ଭଳି ସଂସ୍କାରବାଦୀ ବିପ୍ଳବୀମାନଙ୍କ ସହିତ ମିଶି ସମାଜବାଦୀ ଆଦର୍ଶରେ ଅନୁପ୍ରାଣୀତ ହେବା, ଏହାପରେ ନିଜ ଜନ୍ମସ୍ଥାନ…
Read Moreମାଟ୍ରିକ ପରୀକ୍ଷାର A1 ପ୍ରାପ୍ତ ୪୪ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସୃଜନ ଗୃହରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ୪୪ ଏ ୱାନ କୃତୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା, ମଞ୍ଚାସୀନ ରହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ମାଟ୍ରିକ ପରୀକ୍ଷାରେ ଶତକଡ଼ା ନବେ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଶିକ୍ଷାର୍ଥମାନଙ୍କୁ ଜୀବନ ବ୍ୟାପୀ କଠିନ ପରିଶ୍ରମ କରିବା ପାଇଁ ଉପସ୍ଥିତ ଶିକ୍ଷାର୍ଥୀ, ପ୍ରଧାନ ଶିକ୍ଷକ, ଅଭିଭାବକଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର…
Read Moreନୟାଗଡ଼ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା-୨୦୨୫ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଏବଂ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ଉପଜିଲ୍ଲାପାଳ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ। ପରେ ପରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରଥଯାତ୍ରା ଦିନଠାରୁ ପଲିଥିନ୍ ଓ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରାଯିବ। ଏଥିରେ ସମସ୍ତେ ସମ୍ମତି ଜଣାଇଥିଲେ। ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଦନୁରୂପେ ତାଙ୍କ ଭାଷଣ ରଖିଥିଲେ ।…
Read More