ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ୭୯ତମ ସ୍ବାଧିନତା ଦିବସ ଅବସରରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ନୟାଗଡ଼ ନୂତନ ବସ ଷ୍ଟାଣ୍ଡ ନିକଟରେ ଥିବା “ସେବା” ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କ ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ କାର୍ଯକ୍ରମ କରାଯାଇଥିଲା। ଅସହାୟଙ୍କର ପ୍ରତିଟି ସେବାରେ ସମର୍ପିତ ସହ ଏକାଠି ହୋଇ ନିରୀହ ଶିଶୁଙ୍କ ମୁହେଁ ହସ ଫୁଟାଇବା ସାଇ ସିଦ୍ଧି ଫାଉଣ୍ଡେସନ ପରିବାରର ନିଆରା ପ୍ରୟାସରେ “ସେବା” ସ୍ଵତନ୍ତ୍ର ବିଦ୍ୟାଳୟ ଠାରେ ସମସ୍ତ ଭିନ୍ନକ୍ଷମ ପିଲାମାନଙ୍କ ସହ ସମୟ କାଟିବା ସହ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ଅଧକ୍ଷ ସାଇ ଶୁଭମ, ଶଙ୍କର୍ଷଣ ବେହେରା, ଶୁଭାଶିଷ ନାୟକ, ଆଲୋକ କୁମାର ଦାସ, ବିକାଶ ଦାସ, ରାଜେଶ ସାହୁ, ସାଇ ସ୍ବରାଜ, ତାପସ କୁମାର ସାହୁ, ଓମ, ବିକାଶ, ସଂକେତ, ସୁମିତ୍ ପ୍ରମୁଖ ସହଯୋଗ କରିଥିଲେ। ସ୍ଵତନ୍ତ୍ର ବିଦ୍ୟାଳୟର ଅଧକ୍ଷ ବୈକୁଣ୍ଠ ନାଥ ମହାପାତ୍ର ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
୭୯ତମ ସ୍ୱାଧୀନତା ଦିବସରେ ସାଇ ସିଦ୍ଧି ଫାଉଣ୍ଡେସନ ତରଫରୁ ଶିକ୍ଷଣ ସାମଗ୍ରୀ ଓ ଖାଦ୍ୟ ବଣ୍ଟନ
