ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ ଶ୍ରମିକ ସଂଗଠନ ମାନଙ୍କର ମିଳିତ ମଞ୍ଚର ଆହ୍ଵାନ କ୍ରମେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ସଦର ମହକୁମାରେ ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ହରତାଳ ପାଳନ କରାଯାଇଛି। ଜୁଲାଇ ୦୯ର ଏହି ଆନ୍ଦୋଳନ ମୋଦି ସରକାରର ମନମାନି ତଥା ଶ୍ରମିକ -କୃଷକ ବିରୋଧୀ ପଦକ୍ଷେପ ବିରୋଧରେ ସାଧାରଣ ଜନତାର ଦୁର୍ବାର ରଣହୁଙ୍କାର ବୋଲି ବିକ୍ଷୋଭକାରୀ ଶ୍ରମିକ ନେତାମାନେ ମତବ୍ୟକ୍ତ କରିଥିଲେ। ନୟାଗଡ଼ର ପ୍ରମୁଖ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ସତ୍ୟାଗ୍ରହୀମାନେ ପିକେଟିଙ୍ଗ୍ କରି ବନ୍ଦ କରିଥିଲେ। ଶହଶହ ମଧ୍ୟାହ୍ନ ଭୋଜନ ପାଚିକା, ଆଶାକର୍ମୀ, ବିଦ୍ୟୁତ କର୍ମଚାରୀ, ନିର୍ମାଣ ଶ୍ରମିକ, କୃଷକ ନୟାଗଡ଼ ପୂର୍ତ୍ତ ଡ଼ାକବଙ୍ଗଳା ଠାରୁ ପଟୁଆରରେ ବାହାରି…
Read MoreCategory: ନୟାଗଡ଼
ନୟାଗଡ଼ରେ ନବ ନିର୍ମିତ ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଲାଗିବ ଫଳ ଗଛ
ନୟାଗଡ଼, (ନୟାଗଡ଼ ଦର୍ପଣ): ବନମହୋତ୍ସବ ପରିପ୍ରେକ୍ଷୀରେ ନୟାଗଡ଼ ସହରରେ ନବନିର୍ମିତ ୧୭କିମି ବାଇପାସ ରାସ୍ତାର ଉଭୟ ପାର୍ଶ୍ଵରେ ଫଳ ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟନାୟକଙ୍କୁ ନୟାଗଡ଼ ସିଭିଲ ସୋସାଇଟି ଏକ ପ୍ରସ୍ତାବ ପତ୍ର ଦେଇଥିଲେ। ନୟାଗଡ଼ ସହରକୁ ସବୁଜ ବନାନୀରେ ପରିଣତ କରି ପ୍ରଦୂଷଣ ମୁକ୍ତ ସହରର ପ୍ରୟାସ ସ୍ୱରୂପ ଆବେଦନ ପତ୍ରର କିଛି ଘଣ୍ଟା ମଧ୍ୟରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବନଖଣ୍ଡ ଅଧିକାରିଣୀ ସମ୍ମତି ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସାରା ଓଡ଼ିଶାରେ ଏକ ଉଦାହରଣ ସୃଷ୍ଟି କରିବାର ସମ୍ଭାବନା ଅଛି। ଏହି ସ୍ୱୀକୃତି ଓ ସହଯୋଗ ପାଇଁ ନୟାଗଡ଼ ସିଭିଲ ସୋସାଇଟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ବନଖଣ୍ଡ ଅଧିକାରୀଙ୍କ…
Read Moreଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ନୂତନ ବର୍ଷରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ଅତିଥି ଶିକ୍ଷକଙ୍କ ଶିକ୍ଷା, ଶିଳ୍ପ ପରିଭ୍ରମଣ ଓ ଛାତ୍ରଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଧନ୍ଦାମୂଳକ ଶିକ୍ଷା…
Read Moreନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସମ୍ବିଧାନ ବଂଚାଅ ସମାବେଶ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ନୟାଗଡ଼ସ୍ଥିତ କେ.ସି କ୍ଲବ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ଦାୟିତ୍ୱରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲଲୁ ଯୋଗଦେଇ ଓଡ଼ିଶାରେ ବିଜେପି ସରକାର ଶାସିତ ସମୟରେ ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ରରେ ମୋଦି ସରକାର ୧୧ବର୍ଷ ଶାସନ କାଳ ମଧ୍ୟରେ ନାଗରୀକଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛନ୍ତି। ଯଥା କୌଣସି ରାଜନେତା ଦେଶର ହିତ ପାଈ ଯଦି କୁହନ୍ତି ED ଓ CBI ଡର…
Read Moreକଳାବ୍ୟାଚ୍ ପିନ୍ଧି କାର୍ଯ୍ୟ କରୁଛନ୍ତି ନୟାଗଡ ଜିଲ୍ଲା ରାଜସ୍ୱ ଅମଲା ସଂଘର କର୍ମକର୍ତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ରାଜସ୍ଵ ଅମଲା ସଂଘ ନୟାଗଡ ଜିଲ୍ଲା ଶାଖାର କର୍ମକର୍ତା ସଂଘର ୧୦ ଦଫା ଦାବି ନେଇ ଆଜିଠାରୁ କଳାବ୍ୟାଚ୍ ପିନ୍ଧି ସରକାରୀ କାର୍ଯ୍ୟ କରୁଛନ୍ତି । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ୍ ପରିଧାନ କରି କାର୍ଯ୍ୟ କରିବେ । ତଥାପି ଯଦି ଦାବୀ ଗୁଡିକ ପୂରଣ କରିବାରେ ରାଜ୍ୟସରକାର ଅବେହେଳା କରନ୍ତି ତେବେ ଆସନ୍ତା ଜୁଲାଇ ୧୪ରୁ ସଂମ୍ପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ରାଜସ ଅମଲା ସଂଘର ନୟାଗଡ଼ ଜିଲ୍ଲା ଶାଖାର ସଭାପତି ରୋଶନୀ ରାଣୀ ଦେବୀ କହିଛନ୍ତି।ସୂଚନା ମୁତାବକ, ଅମଲା ସଙ୍ଘର ୧୦ଦଫା ଦାବି ମଧ୍ୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ ଅମଲାଙ୍କ ମୂଳ ଦରମା ଓ.ଆର୍.ଏସ୍.ପି-୨୦୧୭ ନିୟମ ଅନୁଯାୟୀ ଲେବଲ୍ ୯କୁ ବୃଦ୍ଧି। ଜିଲ୍ଲାରେ ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ରାଜ୍ୟରେ…
Read More“ନିଶା ମୁକ୍ତ ଭାରତ” ପାଇଁ ନୟାଗଡ଼ରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନିଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ ବାଣୀଧାରା, ପାରାଦ୍ୱୀପର ମୁଖ୍ୟ ଆଇନ ଜୀବ ଗତିକୃଷ୍ଣ ଶତପଥୀ ଙ୍କ ପ୍ରକାଳ୍ପନା ରେ ଅନ୍ତର୍ଜାତୀୟ ମଦକଦ୍ରବ୍ୟ…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୭୬ତମ ବନମହୋତ୍ସବ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମା’ ଫାଉଣ୍ଡେସନ”ର କର୍ମକର୍ତ୍ତା ଏବଂ ବିଦ୍ୟାଳୟ ପରିବାରର ମିଳିତ ସହଯୋଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମିନି କମିଟି, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଭାଗ ନେଇଥିଲେ। ମା’ ଫାଉଣ୍ଡେସନ ତରଫରୁ ସଂଯୋଜକ ତଥା ପ୍ରକୃତି ମିତ୍ର ରଞ୍ଜନ ରଶ୍ମୀ ଜେନା, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ଅଭିନେତା ଦେବେନ୍ଦ୍ର ପରମଗୁରୁ, ଗୋପି ଗପବାଲା ଗୋପିନାଥ ସେଠୀ, ବ୍ୟଙ୍ଗକବି ଘରବୁଡ଼ା ପ୍ରତାପ ସାହୁ, ଆଲୁମିନି ସଭାପତି ଭଗବାନ୍ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ପରେ ପରେ ବୃକ୍ଷର ଉପକାରିତା ଉପରେ ସଚେତନ ସଭା ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ…
Read Moreବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ ମଶାବାରୀ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମଶାବାରୀ ଠାରେ ୭୬ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ରୁ ମୁଖ୍ୟ ଅତିଥି ଭାବରେ ବନପାଳ ସରିତା ବରାଳ, ମୁଖ୍ୟ ବକ୍ତା ଭାବରେ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସ୍ୱତନ୍ତ୍ର ଅତିଥି ଭାବରେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ଭାବରେ ବନରକ୍ଷୀ ସୌମ୍ୟରଂଜନ ଦଳେଇ, ଉଦ୍ଧବ ପ୍ରଧାନ, ଅଲିଧା ବରାଳ, ବିନୟ ରଞ୍ଜନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ସିଠ,ଶିକ୍ଷାବିତ ବାଇଧର ସ୍ୱାଇଁ,କମିଟିର ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଥମେ ବୃକ୍ଷରେ ଅତିଥିମାନଙ୍କ ଦ୍ୱାରା ଜଳଦାନ କରାଇ ବୈଠକ ଅନୁଷ୍ଠିତ ହୋଇଥିଲା।ଛାତ୍ରଛାତ୍ରୀ ମାନେ ବୃକ୍ଷ ସମ୍ପର୍କରେ ବିଭିନ୍ନ ଭାଷଣ ପ୍ରଦାନ କରିଥିଲେ। ପରେ ଅତିଥି ମାନେ…
Read Moreଜୁଲାଇ ୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ଶ୍ରମଜୀବୀଙ୍କ ସ୍ଵାର୍ଥ ବିରୁଦ୍ଧରେ ନୂତନ ଭାବରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ଶ୍ରମକୋଡ୍ ବାତିଲ କରି ପୂର୍ବବତ୍ ଶ୍ରମିକ ଆଇନ ଲାଗୁ କରିବା ଦାବିନେଇ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ସର୍ବଭାରତୀୟ ଆହ୍ଵାନ କ୍ରମେ ଜୁଲାଇ ୯ରେ ନୟାଗଡ଼ ଜିଲ୍ଲାରେ ଏହି ହରତାଳକୁ ସଫଳ କରିବାପାଇଁ ମିଳିତ ମଞ୍ଚର ଆବାହକ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଠଟି ଯାକ ବ୍ଳକ ସହିତ ଜିଲ୍ଲା ସଦରମହକୁମାରେ ସତ୍ୟାଗ୍ରହ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସିଆଇଟିୟୁର ନେତା ଶରତଚନ୍ଦ୍ର ବେହେରା, ସୁରେଶ ସ୍ବାଇଁ, ପବିତ୍ର ଇନ୍ଦ୍ରଜିତ, ଏଆଇଟିୟୁସି ନେତା ଅମୀୟ ପଟ୍ଟନାୟକ, ଆଇଏନଟିୟୁସି ନେତା ଆଲୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଧର୍ମଘଟକୁ ସଫଳ କରିବାପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି।
Read Moreଅବସର ଦିନ ସଂପୂର୍ଣ୍ଣ ପେନସନ୍ ପାଇଲେ ଶିକ୍ଷା ବିଭାଗର କର୍ମଚାରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଅବସର ନେଉଥିବା ଶିକ୍ଷକ ତଥା ବିଭାଗୀୟ କର୍ମଚାରୀଙ୍କୁ ଅବସର ଦିନ ସଂପୂର୍ଣ୍ଣ ପେନସନ ସହ ଗ୍ରାଚ୍ୟୁୟିଟି, କମ୍ୟୁଟେସନ ଆଦି ପ୍ରଦାନ କରାଯିବା ଅତ୍ୟନ୍ତ ଉପାଦେୟ ଓ ଗୁରୁତ୍ୱପୂର୍ଣ୍ଣ ଅଟେ। ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ ତରଫରୁ କର୍ମଚାରୀମାନଙ୍କୁ ଅବସରଗ୍ରହଣ ଦିନ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ବ୍ୟବସ୍ଥାର ସଫଳ ରୂପାୟନ ହୋଇପାରିଛି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ନିଜେ ଉପସ୍ଥିତ ରହି ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ପୂର୍ଣ୍ଣାଙ୍ଗ ପେନସନର କାଗଜପତ୍ର ପ୍ରଦାନ କରିଆସୁଛନ୍ତି। କ୍ରମାନ୍ୱୟରେ ଏହି ଜନହିତକର କାର୍ଯ୍ୟ ହୋଇଆସୁଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ…
Read More