ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୫ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅଜିମ୍ ପ୍ରେମଜି ୟୁନିଭରସିଟି, ବାଙ୍ଗାଲୋର ଠାରେ ପାଞ୍ଚ ଦିନ ବ୍ୟାପି ଚାଲିଥିବା ଦ୍ଵିତୀୟ ପର୍ଯ୍ୟାୟ ପ୍ରଧାନଶିକ୍ଷକଙ୍କ ନେତୃତ୍ୱ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ  ନୟାଗଡ଼ ଜିଲ୍ଲାରୁ ପାଞ୍ଚ ଜଣ ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ। ରଣପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହତପଲାର ପ୍ରଧାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ, ଗୋଳଗୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନୂଆଗାଁ ବ୍ଲକର ପ୍ରଧାନ ଶିକ୍ଷୟିତ୍ରୀ ଡ.ବାସନ୍ତୀ ବେହେରା,ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡ଼ଗାଁ ବ୍ଲକର ଭାବଗ୍ରାହୀ ମହାପାତ୍ର ଏବଂ ଜନତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗମ୍ଭାରିଡିହିର ଭକ୍ତ ରଞ୍ଜନ ମିଶ୍ର ତଥା ଲେଙ୍କୁଡ଼ିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୟାଗଡ଼ ବ୍ଲକର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରି ପବିତ୍ର ଗୁରୁଦିବସରେ ୟୁନିଭରସିଟିର ଡାଇରେକ୍ଟର ଜୁଲଫିକର ହାଇଦରଙ୍କ ଠାରୁ ପ୍ରଶିକ୍ଷଣ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ମୋଟ ୭ ଗୋଟି ଜିଲ୍ଲାରୁ ୫୦ ଜଣ ପ୍ରଧାନ ଶିକ୍ଷକ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦାନ କରିଥିଲେ ।

Related posts