ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ…
Read MoreCategory: ନୟାଗଡ଼
ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ “ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ନିର୍ବାଚନରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପର୍ଯ୍ୟବେକ୍ଷକ ହାଡିବନ୍ଧୁ ମହାକୁଡ଼ ଏବଂ ନିର୍ବାଚନ ଅଧିକାରୀ ଭାବେ ଗୋକୁଳ କୁମାର ଷଡ଼ଙ୍ଗୀ ଯୋଗଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଭୁଦତ୍ତ ପ୍ରଧାନ ଓ ଉର୍ମିଳା ବାଳା ମିଶ୍ର…
Read Moreସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ…
Read Moreନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀଙ୍କ ବଦଳି
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଯେଉଁଥିରେ ୩୪ ଜଣ ବନଖଣ୍ଡ ଅଧିକାରୀଙ୍କ ବଦଳି ହୋଇଛି। ଏହା ମଧ୍ୟରେ ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ ଓ ବନ୍ୟପ୍ରାଣୀ)ଙ୍କ ବଦଳି ହୋଇଛି । ଟେରିଟୋରିଆଲ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କୁଚିଣ୍ଡା ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍ଗୁନୀ ସାରଥୀ ମଲିକଙ୍କର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟରେ ଥିବା ଅମରେଶନାଥ ପ୍ରଧାନଙ୍କୁ…
Read Moreଓଲଟିଲା ଯାତ୍ରୀବାହୀ ବସ୍, ୪ ଗରୁତର ୧୩ ଆହତ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। ୧୭ରୁ ଅଧିକ ଆହତ ସେଥି ମଧ୍ୟରୁ ଚାରି ଗୁରୁତର। କଟକରୁ ବଲାଙ୍ଗୀର ଅଭିମୁଖେ ମିଶ୍ର ନାମକ ଏକ ଘରୋଇ ବସ୍ ଯାଉଥିବା ବେଳେ ଦଶପଲ୍ଲା ଥାନା ସରିଗଣ୍ଡା ଛକ ନିକଟରେ ଏକ ଟ୍ରକ୍କୁ ସାଇଡ ମାରିବାକୁ ଯାଇ ରାସ୍ତାକଡ଼ ବିଲ ଭିତରେ ଓଲଟି ପଡ଼ିଲା ବସ୍। ଗାଡ଼ି ଛାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ, ବସରେ ଥିଲେ ୧୭ଜଣ ଯାତ୍ରୀ। ସେଥିମଧ୍ୟରୁ ୧୩ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ୧୩ଜଣ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଏକ ବସ ଯୋଗେ ପଠାଯାଇଛି। ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି କେଉଁ…
Read Moreଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ରଙ୍ଗଣୀ ପାଟଣା, ଓଡ଼ଗାଁ, କଜଳେଇପଲ୍ଲୀ, ଶରଣକୁଳ ଆଦି ବିଭିର୍ଣ୍ଣ ସ୍ଥାନରେ ଗରିବ, ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ଥିବା ମାଟିଆ କେଳା ସାମ୍ପ୍ରଦାୟର ଲୋକମାନଙ୍କୁ ରାସନ, ଖାଦ୍ୟ ଓ ବସ୍ତ୍ର, ଚପଲ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏମସିଏଲ, ଷ୍ଟେଟବ୍ୟାଙ୍କ ଅଫଇଣ୍ଡିଆ, ଇଡକୋ, ଇମ୍ଫା, ଓମ୍ଫେଡ ପ୍ରମୁଖ ସହଯୋଗ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସୁନୀଲ କୁମାର ପଟ୍ଟନାୟକ, ବଳଭଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ…
Read Moreବିଶ୍ୱମାନବ ଚାଲାଣ ବିରୋଧୀ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣିଆ ଉନ୍ନୟନ କମିଟି ନୟାଗଡ଼ ଜ଼ିଲ୍ଲା ଅଫିସ ଘଡୁଆଲ ଠାରେ ଏକ ଶିଶୁ ସୁରକ୍ଷା ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ପତି ଉଷା ପଟ୍ଟନାୟକ ବିଶ୍ୱ ମାନବ ଚାଲାଣ ଉପରେ ଓ ବାଲ୍ୟ ବିବାହ ଉପରେ ବିସ୍ତୁତ ଭାବେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ସତ୍ୟ ରଞ୍ଜନ ଦାସ, ସିଡିପିଓ ସୌଦାମିନୀ ପଣ୍ଡା ଓ ଚିତ୍ତରଞ୍ଜନ ରାଉତ, ଦିଏଲଓ କିଶୋର କୁମାର ମହାପାତ୍ର ଜ଼ିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ଓ ଜ଼ିଲ୍ଲା ଚାଇଲଡ ହେଲ୍ପ ଲାଇନର ପରାମର୍ଶ ଦାତା ଚନ୍ଦ୍ରଶେଖର ବେହେରା ଉପସ୍ଥିତ ଥିଲେ।ବାଲ୍ୟ ବିବାହ ଓ ଶିଶୁ ଚାଲାଣ, ଶିଶୁ ସୁରକ୍ଷା ଉପରେ ଜ଼ିଲ୍ଲାରେ କାମ କରୁଥିବା ସମସ୍ତ ଶିଶୁ ଅଧିକାର ଓ ଅଧିକାରିଣୀମାନେ ଉପସ୍ଥିତ…
Read Moreନୟାଗଡ଼ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ରୋଟାରୀ କ୍ଲବର ସଭାଗୃହରେ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରାଞ୍ଚଳର ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବେ DLSAର ମୁଖ୍ୟ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିମନ୍ତ୍ରିତ ଅତିଥି ନିଜ ଅଭିଭାଷଣରେ କ୍ଲବର ସମସ୍ତ ସଦସ୍ୟାମାନଙ୍କୁ ବହୁ ଉପାଦେୟ କଥା କହିଥିଲେ। ଚଳିତ ବର୍ଷର ନୂତନ ସଭାପତି ରୁପେ ଦାୟିତ୍ଵ ଗ୍ରହଣ କରିଥିବା ସ୍ନିଗ୍ଧାରାଣୀ ପଟ୍ଟନାୟକ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଇନର ହୁଇଲ କ୍ଲବର କାର୍ଯ୍ୟକାରିତା ଚଳିତ ବର୍ଷ କିପରି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା…
Read Moreନୟାଗଡ ଜିଲ୍ଲାରୁ ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦ
ନୟାଗଡ଼, ନୟାଗଡ଼ ଦର୍ପଣ): ସରକାରଙ୍କଦ୍ୱାରା ଜାରି ନୋଟିଫିକେସନ ମୁତାବକ ନୟାଗଡ ଜିଲ୍ଲା ସଦରମହକୁମାରୁ ଜିଲ୍ଲା ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପ୍ରସଙ୍ଗ ସ୍ଥିର ହୋଇଥିବାବେଳେ ଚଞ୍ଚକତା ପୂର୍ବକ ଜିଲ୍ଲା ପ୍ରଶାସନ ଏହି ନୋଟିଫିକେସନକୁ ଲୁଚାଇ ରଖିବା କୌତୁହଳ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଓକିଲସଂଘ ଓ ଜିଲ୍ଲାର ଅନ୍ୟ ସମସ୍ତ ଓକିଲ ସଂଘ ଯଥା ଖଣ୍ଡପଡା ଓକିଲସଂଘ, ରଣପୁର ଓକିଲସଂଘ, ଦଶପଲ୍ଲା ଓକିଲ ସଂଘ, ଓଡଗାଁ ଓକିଲସଂଘ, ଭାପୁର ଓକିଲସଂଘ, ଜିଲ୍ଲାର ସମସ୍ତ ମୋହରି ସଂଘ ଏବଂ ନୟାଗଡ଼ ଜିଲ୍ଲାର ଜନସଧାରଣ ସର୍ବୋପରି ମୋକଦ୍ଦମାର ପକ୍ଷମାନେ ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ନ୍ୟାୟଧୀଶଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରାରେ ବାହାରି ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଓକିଲସଂଘ ତରଫରୁ ସରକାରଙ୍କୁ ଦାବୀ…
Read Moreଖଣ୍ଡପଡ଼ାରେ ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ବୁଧବାର ଖଣ୍ଡପଡା ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଗୋଳାପୋଖରୀ, ମଣିକର୍ନିକା, ସାହସପୁର, କୁମ୍ଭାର ସାହି ଆଦି ସ୍ଥାନରେ ଗରିବ ଓ ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମରେ ସେବା ସଦସ୍ୟ ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ, ସିଲୁ ବରାଡ, ଅନୁସୂୟା ପ୍ରଧାନ, ଅଭିଲିପସା, ଆଦିତ୍ୟ…
Read More