ଓଡ଼ଗାଁ ଗ୍ରସ୍ତରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଚିବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଚିବ ଓଡ଼ଗାଁ ଗ୍ରସ୍ତରେ ଆସି ବିଭିନ୍ନ ଛତୁ ଫାର୍ମ, ଗାଈ ଫାର୍ମ, ସ୍ବୟଂ ସହାୟକ ଗୋଷ୍ଠୀ, ମିସନ ଶକ୍ତି ଗୃହ ଆଦି ବୁଲି ଦେଖିଛନ୍ତି। ସୂଚନାଥାଉକି, ଓଡ଼ିଶା ରାଜ୍ୟ ଆୟୋଗ ସଚିବ ପ୍ରମୋଦ କୁମାର ମେକାର୍ପ, ଖାଦ୍ୟ ଆୟୋଗ କମିଟର ସଦସ୍ୟ ଦିଗବିଜୟ ନାଥ ପାଢୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ, ପରାମର୍ଶଦାତା ତମାଲ ରେଜା ଓ ନୟାଗଡ଼ର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓଡ଼ଗାଁ ବ୍ଲକ୍ ଶରଣକୁଳର କିଛି ହିତାଧିକାରୀଙ୍କ ସହିତ ଆଲେଚନା କରିବା ପରେ ହରିହରପୁର ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ଛତୁଫାର୍ମ ଓ ଗାଈ ଫାର୍ମ ବୁଲି ଦେଖିଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଠିକ୍ ଭାବେ ମିଳୁଛି କି ନାହିଁ ସେ ବିଷୟରେ…

Read More

ସିଦ୍ଧ ମହାବୀର କଳାକାର ସଂଘର ବାର୍ଷିକ ମହୋତ୍ସବ

ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ସିଦ୍ଧ ମହାବୀର କଳାକାର ସଂଘ ଜାମୁସାହି ଆନୁକୁଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ତ୍ରୟୋଦଶ ବାର୍ଷିକୀ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭାପୁର ବିଡ଼ିଓ ଡ଼ଃ. ଜନ୍ମେଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଟ୍ଟନାୟକ, ଶିକ୍ଷକ ତଥା ସାହିତ୍ୟିକ ମନୋଜ କୁମାର ଶତପଥୀ, ମାଟିଆ ସ୍ୱାଇଁ, ଜୟକୃଷ୍ଣ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ରବୀନ୍ଦ୍ର କୁମାର ମହାରଣା, କୃଷ୍ଣଚନ୍ଦ୍ର ସାହୁଙ୍କ ଭଜନ ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ମହୋତ୍ସବ ଉପଲକ୍ଷେ ଭାପୁର ଅଞ୍ଚଳର ବହୁ କୃତିଧାରୀ ସମ୍ବର୍ଦ୍ଧିତ ପ୍ରତିଭୁ ସର୍ବୋପରି ଶିଶୁ କଳାକାର ସୁନୀତି ଆର୍ଯ୍ୟା, ସୋନାକ୍ଷୀ ମହାରଣା, ଶରତ…

Read More

ନୟାଗଡ ଜିଲ୍ଲା କଂଗ୍ରେସର ୨ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆଜି ନୟାଗଡ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼ଃ. ଏ ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ଜି. ରୁଦ୍ରରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପିସିସି ଓବିସି ସେଲ ସଭାପତି ଜ୍ଞାନରଞ୍ଜନ ବେଉରା, ନୟାଗଡ ଜିଲ୍ଲା ପ୍ରଭାରୀ ପୂର୍ବତନ ବିଧାୟକ ରବି ମଲ୍ଲିକ, ସହ ପ୍ରଭାରୀ ଚନ୍ଦ୍ରଶେଖର ପରିଡା, ପିସିସି ସମ୍ପାଦକ ହୁସେନ ଖାଁଙ୍କ ସମେତ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସଭାପତି, କର୍ମକର୍ତା ଗଣ ଏବଂ ଦଳୀୟ ଛାମୁଆ ସଂଗଠକ, କିଷାନ କଂଗ୍ରେସ, ସଂଖ୍ୟାଲଘୁ କଂଗ୍ରେସ, INTUC,…

Read More

କଳା, ସାହିତ୍ୟ, ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ

ଇଟାମାଟି,(ନୟାଗଡ଼ ଦର୍ପଣ): ଇଟାମାଟି ବିଜୁମହାତବ ସ୍ବେଚ୍ଛାସେବୀ ସଂଗଠନ ତରଫରୁ କଳା, ସାହିତ୍ୟ, ସଂସ୍କୃତି ସମ୍ବର୍ଦ୍ଧନା ଉତ୍ସବ ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେମୀ ନୟାଗଡ଼ ଶାଖା ସଦସ୍ୟ ଅଶୋକ କୁମାର ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଇଟାମାଟି ଅଞ୍ଚଳର ପ୍ରାୟ ୨୦୦ଜଣ ସାହିତ୍ୟ, କଳା ସଂସ୍କୃତି ସହ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ଶରତ କୁମାର ସାହୁ, ଶ୍ରବଣ ରାମ, କିଶୋର ନାୟକ, କବି ଗୋଦାବରୀଶ ମିଶ୍ର ପ୍ରମୁଖ ସନମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଇଟାମାଟିର ପୂର୍ବତନ ପୋଲିସ ଇନିସ୍ପେକ୍ଟର ତଥା କବି ସରୋଜ କୁମାର ସାହୁ ନିଜେ ଲେଖିଥିବା କବିତା ଇଟାମାଟି ସାଂସ୍କୃତିକ ବୈଭବ ଏବଂ ଏ ଅଞ୍ଚଳ ର ମଣିଷ ମାନଙ୍କ…

Read More

+୩ରେ ଯୋଡ଼ିହେଲା ନୈତିକ ଶିକ୍ଷା ପାଠ୍ୟକ୍ରମ, ବହିକୁ ଉନ୍ମୋଚନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ

ନୟାଗଡ଼(ନୟାଗଡ଼ ଦର୍ପଣ): ସ୍ନାତକରେ ଯୋଡ଼ିହେଲା ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ଯୁକ୍ତ ତିନିରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ ହୋଇଛି । ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ‘ନୈତିକତା ଓ ମୂଲ୍ୟବୋଧ’ ବହି ପ୍ରସ୍ତୁତ ହେଉଛି । ପରିଷଦ କାର୍ଯ୍ୟାଳୟରେ ବହିକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ । ବହିର ଭିଡିଓ ଲେକ୍ଟର ସହ ପରିଷଦ ୱେବସାଇଟରେ ଡିଜିଟାଲ ଭର୍ସନ ଉପଲବ୍ଧ ରହିଛି । ଏହି ବିଷୟରେ ୬ଟି ୟୁନିଟ୍ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କର ପରୀକ୍ଷା ହେବ ବୋଲି ସେ କହିଛନ୍ତି।

Read More

ଚୋରୀର ୬ ଘଣ୍ଟା ମଧ୍ୟରେ ବୁଲେଟ ଚୋରକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ରଣପୁର/ଚାନ୍ଦପୁର,(ନୟାଗଡ଼ ଦର୍ପଣ): ବୁଲେଟ ଚୋରି କରି ନେଉଥିବାବେଳେ ଜାତୀୟ ରାଜପଥରେ ଚୋରକୁ ମାଡିବସିଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ। ସୂଚନା ମୁତାବକ ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର କେଦାର ପରିଡ଼ା ଗତକାଲି ରାତିରେ ଶୋଇଥିବାବେଳେ ତାଙ୍କ ଘରେ ଜଣେ ଦୁର୍ବୁତ୍ତ ପସି ବୁଲେଟ ମଟରସାଇକେଲକୁ ଚୋରି କରି ନେଇଥିଲେ। ବୁଲେଟ ଚୋରି ହୋଇଥିବା ଜାଣିପାରି ଚାନ୍ଦପୁର ପୋଲିସକୁ କେଦାର ସଙ୍ଗେସଙ୍ଗେ ଏକ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ରଶ୍ମିରଂଜନ ଦାସ ତୁରନ୍ତ ନାଇଟ ପାଟ୍ରୋଲିଂ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ଛଅ ଘଣ୍ଟା ମଧ୍ୟରେ ଚୋରକୁ ଧରିବାରେ ଚାନ୍ଦପୁର ପୋଲିସ ସଫଳ ହୋଇଥିଲା।  ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳର ଦୁର୍ଯ୍ୟୋଧନ ଗଜି।  ଅଭିଯୁକ୍ତଙ୍କ ଠାରୁ ଚୋରି ବୁଲେଟ ଜବତ କରି ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିବା ସହ ଗିରଫ…

Read More

ସମର୍ପଣ(ବୃଦ୍ଧାଶ୍ରମ)ରେ ମାସିକ ସ୍ବାସ୍ଥ୍ଯସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ) ହେଉଛି ଅସହାୟ ମାନଙ୍କର ସହାୟ। ଗରିବ, ଦୁଃସ୍ଥ, ନିଷ୍ପେଷିତ, ଅବହେଳିତ ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ଏହା ଏକ ସୁନ୍ଦର ଆଶ୍ରୟସ୍ଥଳୀ। ବଦାନ୍ଯ ବ୍ଯକ୍ତି ମାନଙ୍କର ସାହାଯ୍ୟ ସହଯୋଗ ତଥା ମାନ୍ଯବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ପ୍ରତ୍ଯେକ୍ଷ ମାର୍ଗଦର୍ଶନରେ ପରିଚାଳିତ ହେଉଥିବା ଏହି ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କର ମାସିକ ସ୍ବାସ୍ଥ୍ଯ ଚିକିତ୍ସା ଓ ସ୍ବାସ୍ଥ୍ଯ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ଯ ସେବା କାର୍ଯ୍ୟକ୍ରମରେ ଶଙ୍ଖେଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ବିଭୁତି ଭୂଷଣ ଦଳେଇ ଓ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସମ୍ବିତ୍ ଜେନା ଯୋଗଦେଇ…

Read More

ଓଡ଼ଗାଁ ବ୍ଲକର ନୂତନ କଂଗ୍ରେସ କମିଟି ଗଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ କଂଗ୍ରେସର ନୁତନ କମିଟି ଗଠନ କରାଯାଇଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଣଜିତ ଦାସଙ୍କ ଅନୁମୋଦନ କ୍ରମେ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରିଛନ୍ତି। ଉକ୍ତ କମିଟିରେ ୨୫ ଜଣ ସଦସ୍ୟ ଅଛନ୍ତି। ଉପସଭାପତି ଭାବେ ବିଭୁତି ଭୁଷଣ ରାଉତ, ବିମଳ କୁମାର ଦାସ, ନବ କିଶୋର ସାହୁ। ସାଧାରଣ ସମ୍ପାଦକ ଭାବେ ରାଧାକାନ୍ତ ମହାପାତ୍ର, ନିଶାନ୍ତ କୁମାର ଦାଶ, ପ୍ରକାଶ କୁମାର ପାଣିଗ୍ରାହୀ, ପ୍ରଭାତ କୁମାର ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପାଣୁ ଚରଣ ମହାରଣା। ସମ୍ପାଦକ ଭାବେ ପ୍ରଦୀପ କୁମାର ମହାରଣା, ସୀତାରାମ ଦଳବେହେରା, ଗୋପାଳ କୃଷ୍ଣ ସାହୁ, ସୁଧିର କୁମାର ଦାସ, ମହେଶ୍ଵର ମାର୍ଥା, ଚନ୍ଦନ ବରାଡ, ପ୍ରକାଶ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ନାୟକ।…

Read More

ରଘୁନାଥ ସମବାୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ସହାୟତାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାଙ୍କ ତରଫରୁ ଶାଖା ପରିଚାଳକ ସନ୍ତୋଷ କୁମାର ସେଠୀ, ଉପଶାଖା ପରିଚାଳକ ସନ୍ଦିପ ପଣ୍ଡା ଓ ଶୁଭଜିତ ପୃଷ୍ଟି ଅଂଶଗ୍ରହଣ କରି ୟୋନୋ ବ୍ୟାଙ୍କ ସମ୍ପର୍କରେ ବୁଝାଇଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହମ୍ମଦ୍ ଓମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଏହା ପରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁକାନ୍ତ କୁମାର ସାହୁ, ନିରୋଜ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା ନନ୍ଦ, ମନୋଜ କୁମାର ବିଶ୍ବାଳ, ସୁରୋଜ କୁମାର ରାଉତ,…

Read More

ଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ପକ୍ଷରୁ ସୂର୍ଯ୍ୟଙ୍କୁ ଆର୍ଥିକ ସହାୟତା

ରଣପୁର,(ନୟାଗଡ଼ ଦର୍ପଣ): ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ଉଭୟ ବୃକକ ଖରାପ ଥିବା ଚବିଶି ବର୍ଷୀୟ ଯୁବକକୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟି। ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଦିନ ପରେ ଜଣା ପଡ଼ିଲା ତାଙ୍କର ଉଭୟ ବୃକକ ରୋଗାକ୍ରାନ୍ତ। ସେ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ତାଙ୍କ ପକ୍ଷେ ବୃକକ ପ୍ରତିରୋପଣ ସମ୍ଭବ ହୋଇନଥିଲା। ସେ ଅସହାୟ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଭିକ୍ଷା କରିଥିଲେ। ପରେ ଏହି ଖବର ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେବା ପରେ ଜୈନିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ରାଜସୁନାଖଳା ମହୋତ୍ସବ…

Read More