ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଆସୋସିଏସନର ନିଜର କାର୍ଯ୍ୟାଳୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଉକ୍ତ ଉତ୍ସବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଜିବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନୟାଗଡ଼ ଜିଲ୍ଲା କେମେଷ୍ଟ୍ରି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ଅନୁଷ୍ଠାନର…
Read MoreCategory: ନୟାଗଡ଼
ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଟାରୀ କ୍ଲବ୍ ଦ୍ବାରା ସ୍ବଚ୍ଛ ଓ ଗରମ ପାନୀୟ ଜଳ ଯୋଗାଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ରୋଟାରୀ କ୍ଲବ୍,ନୟାଗଡ଼ ଦ୍ବାରା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଗରମ ପାନୀୟ ଜଳ ବିତରଣ କେନ୍ଦ୍ରକୁ ମାନ୍ଯବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି। ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ,ଓ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ କୋଣରୁ ପ୍ରତିଦିନ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲା ବେଳେ ରୋଗୀ ମାନଙ୍କ ପାଇଁ ଗରମ ପାନୀୟ ଜଳର ବ୍ଯବସ୍ଥା ନ ଥିଲା। ଯାହାଫଳରେ ଗରମ ପାଣି ପାଇଁ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଅସୁବିଧାକୁ ଅନୁଭବ କରି ସ୍ଥାନୀୟ ରୋଟାରୀ କ୍ଲବ୍, ନୟାଗଡ଼ ଗରମ ପାନୀୟ…
Read Moreନୟାଗଡ଼ ଜିଲ୍ଲା ପୁଲିସରେ ଅଦଳ ବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା ମିଳିଛି।ବିଗତ ଦିନରେ କିଛି ଏସ.ଆଇ ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ସୂଚନାନୁସାରେ ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନାକୁ ବଦଳି କରାଯାଇଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିପରି ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଛି। ସେହିପରି ନୂତନ ଭାବେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆସିଥିବା ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନା ଦାୟିତ୍ଵ ଦିଆଯାଇଥିବା ବେଳେ ନୂଆଗାଁ ଥାନା…
Read More‘ଅଗ୍ନିପଥ’ ବିରୁଦ୍ଧରେ ବିକ୍ଷୋଭ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଅଗ୍ନୀପଥ ଯୋଜନା ବାତିଲ ଦାବିରେ ଆନ୍ଦୋଳନ ପରିପ୍ରେକ୍ଷୀରେ ଦଶପଲ୍ଲାରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି କରାଯିବା ସହିତ ବ୍ଲକ ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା କୃଷକ ସଭାର ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ବ୍ଲକ ସମ୍ପାଦକ ଗଣେଶ୍ୱର ନାୟକ, ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନ ଓ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ଏବଂ ଡିୱାଇଏଫ୍ଆଇର ବ୍ଲକ ସଭାପତି ସୁଶାନ୍ତ ନାୟକ ଓ ସମ୍ପାଦକ ବିପିନ୍ ବିହାରୀ ବାଜୁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦେଶର ସାର୍ବଭୌମତ୍ୱ ସୁରକ୍ଷା ଦୃଷ୍ଟିରୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।
Read Moreସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଇଲେଭେନ୍ ଷ୍ଟାର କ୍ଲବ୍ ଠାରେ ସିପିଆଇ(ଏମ) ଦଶପଲ୍ଲା ଆଞ୍ଚଳିକ କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନିକଟର କେରଳରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ତଥା ପାର୍ଟି କଂଗ୍ରେସରେ ଗୃହୀତ ହୋଇଥିବା ରାଜନୈତିକ ଓ ସାଂଗଠାନିକ ପ୍ରସ୍ତାବ ଗୁଡ଼ିକୁ ପାର୍ଟି କର୍ମୀ ମାନଙ୍କୁ ଅବଗତ କରାଯିବା ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ସାଥୀ ସୁରେଶ ପାଣିଗ୍ରାହୀ ମୁଖ୍ୟ ଆଲୋଚକ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ମଣ୍ଡଳୀର ଅନ୍ୟତମ ସଦସ୍ୟା ହରିଶ୍ଚନ୍ଦ୍ର ମିଶ୍ର ଜିଲ୍ଲା କମିଟି ସଭ୍ୟ ଗଣେଶ୍ୱର ନାୟକ, ଲୋକାଲ କମିଟି ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ପ୍ରମୁଖ…
Read Moreଶିକ୍ଷା ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନ ଠାରେ ଶିକ୍ଷା ଷ୍ଟାଣ୍ଡିଂ କମିଟି ନଂ-୭ର ଏକ ବୈଠକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଥମେ 5T ଅଧିନରେ ନବୀକରଣ ହେଉଥିବା ବିଦ୍ୟାଳୟ ଉପରେ ସମୀକ୍ଷା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଶ୍ରୀ ଅକ୍ରୂର ବାରିକ କହିଥିଲେ ଯେ, ଆମ ଜିଲ୍ଲାରେ 5T ପ୍ରକଳ୍ପ ଅଧୀନରେ ୨୨୦ଟି ବିଦ୍ୟାଳୟକୁ ନବୀକରଣ କରାଯିବାକୁ ଥିବା ବେଳେ ସେଥି ମଧ୍ୟରୁ ପ୍ରଥମ ଦଫାରେ ୮ଗୋଟି, ଦ୍ବିତୀୟ ଦଫାରେ ୮୪ ଗୋଟି ସ୍କୁଲ ମଧ୍ୟରୁ ୬୦ଗୋଟି ସ୍କୁଲକୁ ଗତ ଜୁନ ମାସ ୮ତାରିଖରେ ଲୋକାର୍ପଣ କରାଯାଇଛି । ଦ୍ଵିତୀୟ ଦଫାର ଆଉ ୨୪ଗୋଟି ବିଦ୍ୟାଳୟର ନବୀକରଣ କାର୍ଯ୍ୟ ଚାଲୁରହିଛି । ଅବଶିଷ୍ଟ…
Read Moreଗୁଡୁପାଙ୍ଗିରେ ୧୪୪ ଧାରା ଜାରି, ଆରମ୍ଭ ହେବ ବଳଭଦ୍ରପୁର-ଢିପାମାଳ ରାସ୍ତା ନିର୍ମାଣ
ନୂଆଗାଁ,(ନୟାଗଡ଼ ଦର୍ପଣ): ରାସ୍ତା ନିର୍ମାଣକୁ ନେଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ଚର୍ଚ୍ଚିତ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ମଧ୍ୟରେ ବିବାଦ ଲାଗିରହିଛି । ତେବେ ବର୍ତମାନ ଏହି ଅଞ୍ଚଳରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଥିବାରୁ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ରଶାସନ ଏବେ ଗୁଡୁପାଙ୍ଗି ଓ ୧୭ ଖଣ୍ତ ମୌଜା ବିବାଦର ମଧ୍ୟ ଅନ୍ତ ଘଟାଇବାକୁ ଯାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବଳଭଦ୍ରପୁର-ଢିପାମାଳ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପ୍ରାୟ ୬୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହେଲେ ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ବିବାଦକୁ ନେଇ ବାକି ୪୦ ପ୍ରତିଶତ କାର୍ଯ୍ୟ ହୋଇପାରୁନାହିଁ । ଏଭଳି ପରିସ୍ଥିତିରେ…
Read Moreନୟାଗଡ଼ ପୋଷ୍ଟାଲ ଡିଭିଜନ ପ୍ରାଙ୍ଗଣରେ କଂଗ୍ରେସର ବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜନୈତିକ ଆକ୍ରୋଶ, ଅସହିଷ୍ଣୁତା ଏବଂ ପ୍ରତିଶୋଧ ପରାୟଣତା ହୋଇ ବିରୋଧି ନେତାଙ୍କ ମୁହଁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୀନ ରାଜନିତୀ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାସ ଆଜିର ବିକ୍ଷୋଭ ସଭାରେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ସ୍ୱୟଂଶାସିତ ତଦନ୍ତକାରୀ ସଂସ୍ଥାକୁ ଅପବ୍ଯବହାର କରି ନ୍ୟାସନାଲ ହେରାଲ୍ଡ୍ ଭଳି ଏକ ଘରୋଇ ସମ୍ପତ୍ତିର ମାଲିକାନାକୁ କେନ୍ଦ୍ର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ଅଧିକାରୀ ମାନେ ତିନିଦିନ ବ୍ୟାପି ଘଣ୍ଟାଘଣ୍ଟା ଘଣ୍ଟା ଜେରା ସାରା ଦେଶବାସୀଙ୍କ ସାମ୍ନାରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଅପପ୍ରୟାସ ପ୍ରତିବାଦ ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ…
Read Moreଓଡ଼ଗାଁରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା, ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଆଜି ସମୁଦାୟ ମୋଟ ୧୦୫ ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୯୨ଗୋଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୦୮ ଗୋଟିର ଶୁଣାଣି କରାଯାଇ ସମୁଦାୟ ୩୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୪ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୫୩,୦୦୦/- ଏବଂ ଜିଲ୍ଲା ରେଡକ୍ରସରୁ ୦୧ ଜଣ ଦରଖାସ୍ତକାରୀଙ୍କୁ ଟ.୧୫,୦୦୦/- ଆର୍ଥିକ ଅନୁଦାନ ପ୍ରଦାନ କରା ଯାଇଥିଲା । ଅବଶିଷ୍ଟ କେସ ଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ…
Read Moreସେବା ପରିସରରେ “ରଜ ଉତ୍ସବ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା” ଦ୍ଵାରା ପରିଚାଳିତ ସେବା ସ୍ଵଧାର ଗୃହରେ “ରଜ ଉତ୍ସବ” ପାଳିତ ହୋଇଯାଇଛି। ଏହି ଉତ୍ସବରେ ସେବା ସ୍ୱଧାର ଗୃହ ତରଫରୁ ରଜ ପାଇଁ ଓଡ଼ିଶାର ପାରମ୍ପରିକ ପିଠା ଓ ମିଠା ବଣ୍ଟନ କରାଯାଇଥିଲା। ସ୍ୱଧାର ଗୃହ ଅନ୍ତେବାସୀନିମାନଙ୍କୁ ନେଇ ଏକ ଝୋଟି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସେବା ସ୍ୱଧାର ଗୃହର ତତ୍ତ୍ଵାବଧାରିକା ବନିତା ମଲ୍ଲିକ, ପରାମର୍ଶ ଦାତ୍ରୀ ସରିତା ଆଚାର୍ଯ୍ୟ ଓ ସେବା ମାନସିକ ଅନଗ୍ରସର ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ‘ସେବା’ର ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ଓ ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ସମସ୍ତ ଅନ୍ତେବାସିନୀଙ୍କୁ ପହିଲି ରଜର ଶୁଭେଚ୍ଛା ଜଣାଇଥିଲେ । ସେବାରେ ଆୟୋଜିତ ରଜ ଉତ୍ସବକୁ ସେବାର ସାଧାରଣ…
Read More